-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||     

HOME   ଜିଲ୍ଲା

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବଦନାମ କରିବା ଷଡ଼ଯନ୍ତ୍ରର ମିଛ ଅଭିଯୋଗ ଆଣିଥିବା ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର କାର୍ଯ୍ୟକଳାପ ବିରୋଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

19-Aug-2021



ବିନିକା(ହିମାଂଶୁ ଶେଖର ପୁଟେଲ) ମାନ୍ୟବର ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଓ ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବା ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ଏବଂ ଓଟିଭି ପ୍ରତିନିଧି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ବିନିକା ସ୍ପୋର୍ଟସ କ୍ଲବ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟକୁ ବିନିକା ବିଡ଼ିଓ ବ୍ୟାସଦେବ ବେହେରାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଘଟଣାରୁ ପ୍ରକାଶ ଯେ ଚଳିତ ଅଗଷ୍ଟ ମାସ ୧୨ତାରିଖ ଦିନ ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ପୋର୍ଟସର ଉନ୍ନତି ନେଇ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ

କୃତଜ୍ଞତା ଜ୍ଞାପନ ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିନିକା ଅଞ୍ଚଳର କ୍ରୀଡାର ବିକାଶ ଓ ଖେଳାଳୀ,କ୍ରୀଡାବିତଙ୍କ ଉତ୍ସାହିତ ପାଇଁ ବିନିକାରେ ୬କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବାରୁ ତାଙ୍କୁ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଅଞ୍ଚଳର ସମସ୍ତ ଖେଳାଳୀ,କ୍ରୀଡାବିତ ଓ ଜନସାଧାରଣଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଏହା ବ୍ୟତୀତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓ ମନ୍ତ୍ରୀ ପଦ୍ମନାଭଙ୍କ ଉଦ୍ୟମରେ ବିନିକା ସ୍ପୋର୍ଟସ କ୍ଲବକୁ ଆସିଥିବା ଖେଳଉପକରଣ ସାମଗ୍ରୀ ଗୁଡ଼ିକୁ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଖେଳାଳୀ ମାନଙ୍କୁ ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମଟି ସମ୍ପୂର୍ଣ ଭାବେ ବିନିକା ସ୍ପୋର୍ଟସ କ୍ଲବ ତରଫରୁ ଆୟୋଜନ ହୋଇଥିଲା l କିନ୍ତୁ ଅପର ପକ୍ଷରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ମନ୍ତ୍ରୀ ପଦ୍ମନାଭ ବେହେରା ସାମ୍ବାଦିକ ସମ୍ବିଲନୀ କରିଛନ୍ତି, ଆମକୁ କାର୍ଯ୍ୟକ୍ରମରେ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଆଣି ବିନିକା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ମିଛ ଘଟଣା ବୋଲି ବିନିକା ସ୍ପୋର୍ଟସ କ୍ଲବର ସମସ୍ତ କର୍ମକର୍ତ୍ତା କହିବା ସହ ଦୃଢ ନିନ୍ଧା କରିଛନ୍ତି l କାରଣ କାର୍ଯ୍ୟକ୍ରମଟି ସାମ୍ବାଦିକ ସମ୍ବିଲନି ନ ଥିଲା l ଅଞ୍ଚଳର ଖେଳାଳୀ,କ୍ରୀଡାବିତ ଜନସାଧାରଣଙ୍କ ଉପସ୍ଥିତିରେ ହିଁ ସ୍ପୋର୍ଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତେବେ ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ଦଧିବାମନ ନାୟକ,ସଦସ୍ୟ ନରସିଂହ ପ୍ରଧାନ ସଭାର ସମ୍ଭୂଖ ଚେଆରରେ ବସି ଖବର ସଂଗ୍ରହ କରି ଖବର ପ୍ରକାଶିତ କରିଛନ୍ତି l ସେହିପରି ଉକ୍ତ ସଂଘର ସଦସ୍ୟ ବିକାଶ ମହାନ୍ତି,ବିପ୍ଳବ ରଞ୍ଜନ ଦାଶ,ସଂଗ୍ରାମ ଶେଖର ହୋତା ମଧ୍ୟ ତାଙ୍କ ୟୁଟୁବ ଚ୍ୟାନେଲ ମାଧ୍ୟମରେ ଖବର ପ୍ରକାଶ କରିଛନ୍ତି l କିନ୍ତୁ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଆଞ୍ଚଳିକ ସାମ୍ବାଦିକ ସଂଘର ୫ଜଣ ସଦସ୍ୟ ଖବର ପ୍ରକାଶନ କରିବା ସତ୍ତ୍ବେ ଓଲଟା କାର୍ଯ୍ୟକ୍ରମକୁ ଅଣଦେଖା କରିଥିବା ନେଇ ଦସ୍ତଖତ କରି ଅଭିଯୋଗ ଆଣି ଦାବିପତ୍ର ପ୍ରଦାନ କରିବା ଲଜ୍ୟାଜନକ ଘଟଣା ଓ ଜାଣିଶୁଣି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବଦନାମ କରିବାର ଚକ୍ରାନ୍ତ ଏଥିରୁ ସ୍ଵଷ୍ଠ ପ୍ରମାଣିତ କରେ ବୋଲି ବିନିକା ସ୍ପୋର୍ଟସ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି l ତେଣୁ ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି l ସେହିପରି 

ବିନିକା ଅଞ୍ଚଳ ବାସୀଙ୍କୁ ବାରମ୍ବାର ମିଥ୍ୟା ଖବର ପ୍ରସାରଣ କରି ଭ୍ରମିତ କରି ଆସୁଥିବା ବିନିକା ଓଟିଭି ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ବିନିକା ସ୍ପୋର୍ଟସ କ୍ଲବ ତରଫରୁ ଅଭିଯୋଗ କରାଯାଇଛି l ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ବିନିକା ଧୀବରପଡା କଲ୍ୟାଣ ମଣ୍ଡପର ୧୦ଲକ୍ଷ ଟଙ୍କା ଖାଇଲା କିଏ,ବିନିକା ଡାକ୍ତରଖାନାରୁ ମନୋହରୀ ପଡାକୁ ୩କିମି ରାସ୍ତା,ଚଣ୍ଡୀପଡାରେ କଲ୍ୟାଣ ମଣ୍ଡପ କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପୁଣି କାମ କେବେ ହେବ,ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ଅସମ୍ମାନ,ବିଜୁ ପଟ୍ଟନାୟକ ଷ୍ଟାଡିୟମ ସୁମିଂ ପୋଲ ପାଲଟିଛି ଆଦି ଅନେକ ଖବରକୁ ଅତିରଞ୍ଜିତ କରି ମିଥ୍ୟା କପୋଳକଳ୍ପିତ କରି ପ୍ରକାଶ କରି ଆସିଥିବା ଓଟିଭି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପୋର୍ଟସ କ୍ଲବ ତରଫରୁ ଦାବି କରାଯାଇଛି l ତେବେ ବିନିକା ସ୍ପୋର୍ଟସ କ୍ଲବର ସମସ୍ତ କର୍ମକର୍ତ୍ତା,ଖେଳାଳୀ,କ୍ରୀଡାବିତ ସ୍ଥାନୀୟ କ୍ଲବ ଘର ସମ୍ଭୂଖରୁ କୋଭିଡ ନିୟମ ପାଳନ ପୂର୍ବକ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ରର ଅବିକଳ ନକଲ କପି ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ,ସୁବର୍ଣ୍ଣପୁର ଜିଲ୍ଲାପାଳ,ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ,ବିନିକା ତହସିଲଦାର,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ବିନିକା ଥାନାଧିକାରୀଙ୍କୁ ମଧ୍ୟ ଦିଆଯାଇଥିବା ଜଣାପଡିଛି 


News Comment




Photo in News

Advertisment
Lastest News
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା