-+91-9937148622 |
prerana_bgr@rediffmail.com |
Monday 2nd November 2026 |
R.N.I. Regd No. ODIODI/2010/46693
Breaking News
19-Jul-2021
ଭୁବନେଶର (ପ୍ରେରଣା ଖବର ବ୍ୟୁରୋ) : ଓଡ଼ିଶାରେ କରୋନାର ସ୍ଥିତି ଥିକ ଟେଲ ଫେନୋମେନନ ଅବସ୍ଥାରେ ରହିଛି। ଅର୍ଥାତ ସଂକ୍ରମଣ କମିକି ସ୍ଥିର ଅବସ୍ଥାରେ ରହିଛି।ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି ବୋଲି ଡି ଏମ୍ ଇ ଟି ସି ବି କେ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟ କିଛି ରାଜ୍ୟରେ ବି ଏହି ସ୍ଥିତି ଲାଗିରହିଛି।ଆଶା ଆଗକୁ ସଂକ୍ରମଣ କମିବ।ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ଥାର୍ଡ଼ ୱଭ ଆକଳନ କରାଯାଇଛି କିନ୍ତୁ ଆସିନାହିଁ।ଆମେ ବର୍ତ୍ତମାନ ସେକେଣ୍ଡ ୱଭ ରେ ଅଛୁ।ମାଡ଼୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ। ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କୁହାଯିବ ବୋଲି ଡ଼ି ଏମ୍ ଇ ଟି ସି. ବି. କେ ମହାନ୍ତି ପ୍ରଶ୍ନ କରିଛନ୍ତି ।