-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||     

HOME   ଜିଲ୍ଲା

ଗାଈ ଗୋରୁଙ୍କ ସହର ନୁଁହେ ତ ଏ ସୁବର୍ଣ୍ଣପୁର ?

09-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ରାଜ୍ୟ ତଥା ଦେଶ ବିଦେଶ ର ପର୍ଯ୍ୟଟକ ସୁବର୍ଣ୍ଣପୁରକୁ ଏକ ମନ୍ଦିର ମାଳିନୀ  ସହର ଓ ପର୍ଯ୍ୟଟନର  ସହର ତଥା  ଜ଼ିଲ୍ଲା ଭାବେ ଖୁବ ପ୍ରଶଂସା କରନ୍ତି ସବୁଠି l ଏହି ଜ଼ିଲ୍ଲା ଓ ସହରର ମନୋରମ ପରିବେଶ ରେ ଖୁସିରେ ବିଭୋର ଵି  ହୋଇପଡନ୍ତି l ହେଲେ  ଜ଼ିଲ୍ଲାର ଅନ୍ୟ ଅଂଚଳ  କଥା ଛାଡ଼ନ୍ତୁ,  ଆଗେ  ଜ଼ିଲ୍ଲା ସଦର ମହକୁମା ର  ସୋନପୁର  ସହରର ରାସ୍ତାଘାଟ, ନଦୀ ନାଳ ଯେଉଁଠି କି ଦେଖିବେ ଅବସ୍ଥା ଶୋଚନୀୟ ହୋଇ  ପଡିଛି  l ପୁଣି ସହର ସାରା  ରାସ୍ତାଘାଟ,  ଉଭୟ ବ୍ରିଜ, ମୁଖ୍ୟ ଛକ ମାନଙ୍କ ରେ, ଏପରିକି ଯେଉଁ ବାଟେ ଏବେ  ଜ଼ିଲ୍ଲା ତଥା ରାଜ୍ୟର  ବଡ଼ ବଡ଼ ପ୍ରଶାସକ, ଭି ଆଇ ପି,  ମନ୍ତ୍ରୀ ଯନ୍ତ୍ରୀ ଯିବା ଆସିବା କରୁଛନ୍ତି  ସେଇ  ରିଙ୍ଗ ରୋଡ଼ ରେ ମଧ୍ୟ  ଯୁଆଡେ ଦେଖିଲେ  ଏବେ  ପୁଳାପୁଳା ଗାଈ ଗୋରୁ ସମ୍ପୂର୍ଣ  ରାସ୍ତା ଅବରୋଧ  କରି ଦିନ ରାତି  ଶୋଇ ରହୁଛନ୍ତି l କିଛି କହି ସିନା

ପାରୁନି ସେମାନେ, ସେ  ଦୃଶ୍ୟରୁ  ଲାଗୁଛି  ଯେମିତି ସ୍ୱାର୍ଥପର  ମାଲିକ  ମାନଙ୍କ  ସ୍ୱାର୍ଥ ହାସଲ  ପରେ  ଘରେ ଯତ୍ନ ନ କରି ତାଙ୍କୁ ତଡି ଦେଇଥିବାର ଘଟଣାର ଏ  ହେଉଛି ପ୍ରତିବାଦ l ସେ ଯାହା ଵି ହେଉ  ମହାନଦୀରୁ ତେଲ ନଦୀକୁ ସଂଯୋଗ କରୁଥିବା ନିର୍ମାଣଧୀନ  ବାଇପାସ ଫୋରୱେ ରାସ୍ତାର ଦୂରlବସ୍ଥା ଓ  ଗାଈଗୋରୁଙ୍କ ସମସ୍ୟା ରାସ୍ତା ଯାମ ଯୋଗୁଁ  ଏଥିପାଇଁ   ସାଧାରଣ  ଲୋକେ ଏବେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଥିବାର ଦେଖିବାକୁ ମିଳୁଛି l  ବିଗତ ବର୍ଷରେ ପୁରୁଣା ଡେଲିମାର୍କେଟ ଠାରେ ଷଣ୍ଢଙ୍କ ଦୌରାତ୍ମ୍ୟରେ ପଟାଭାଡି ବସ୍ତିର ବୁଲୁ ମିଶ୍ର ନାମକ ଜଣେ ପଣ୍ଡିତ ତଥା ଶିକ୍ଷକ ଙ୍କ ମୃତ୍ୟୁବରଣ କରିଥିବା ଓ ବର୍ତମାନର ନୂତନ ମାର୍କେଟ  ପଡିଆରେ  ମଧ୍ୟ  ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟରେ ଅନେକ ଲୋକ ଓ ବ୍ୟବସାୟୀ ଆହତ ହୋଇଥିବା ଖବର ଅଛି l ବର୍ତ୍ତମାନ ଡେଲି ମାର୍କେଟ ଓ ସହର  ବଜାର ରାସ୍ତାରେ   ଲୋକେ ଭୟଭୀତ ଅବସ୍ଥାରେ  ଯିବା ଆସିବା କରୁଛନ୍ତି  l ବାହାରୁ ଆସୁଥିବା  ଅତିଥି ଅବ୍ୟାଗତ, ଓ   ପର୍ଯ୍ୟଟକ ମାନେ ଏ ଦୃଶ୍ୟ କୁ ଦେଖି  ଜ଼ିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି  ଙ୍କୁ  ପରିହାସ କରୁଛନ୍ତି l ଗାଈ ଗୋରୁ ଙ୍କ ଥଇଥାନ ପାଇଁ ସହର ରେ ଏକ କାଞ୍ଜି ହାଉସ (କାଓ ସେଟ ) ନିର୍ମାଣ ଲାଗି ଅନେକ ବର୍ଷ ରୁ ଅନେକ ଅଧ୍ୟକ୍ଷ, ପୌର ଅଧିକାରୀ, ଜ଼ିଲ୍ଲାପାଳ  ଓ ଜନପ୍ରତିନିଧି ମାନଙ୍କୁ କିଛି ବୁଦ୍ଧିଜୀବୀ, ସଚେତନ ନାଗରିକ,  ମିଡ଼ିଆ ବାରମ୍ବାର ପ୍ରସ୍ତାବ ଓ ଦାବି ଉପସ୍ଥାପନା କରିଆସିଛନ୍ତି l ହେଲେ ସମସ୍ତ ଙ୍କ ପ୍ରୟାସ  ବିଭିନ୍ନ ବାଦ ବିବାଦ ଯୋଗୁଁ ଫେଲ ମାରିଛି l କିନ୍ତୁ ଏବେ ନୂତନ ଭାବେ ଯୋଗ ଦେଇଥିବା ଯୁବ ଓ ଦକ୍ଷତା ସମ୍ପନ୍ନ ଫ୍ରେସ  ଆଇ ଏ ଏସ  ଜ଼ିଲ୍ଲାପାଳ ଶ୍ରୀ ମତୀ ଅବୋଲି ସୁନୀଲ ନରୱଣେ ଙ୍କ ଏ ସମସ୍ୟା ର ପ୍ରତ୍ୟକ୍ଷ ଭାବେ  ନଜର କୁ ଆସିବା ପରେ ଜ଼ିଲ୍ଲାପାଳ  ସୁବର୍ଣ୍ଣପୁର ପୌର ପରିଷଦ କୁ ଗତ ସପ୍ତାହ ରେ  ଅଚାନକ  ପରିଦର୍ଶନ କରିଥିବା 

ଜଣା ଯାଇଛି l ଏବଂ  ପୌର ନିର୍ବାହୀ ଅଧିକାରୀ  କର୍ମଚାରୀ ଙ୍କ  ସହ ପୁଙ୍ଖlନୂପୁଙ୍କ  ଆଲୋଚନା କରି  କାଞ୍ଜି ହାଉସ ନିର୍ମାଣ  ସହିତ ଏକ କେୟାର ସେଣ୍ଟର  ପାଇଁ ତୁରନ୍ତ ଏକ  ଜାଗା ଚିନ୍ହଟ କରିବାକୁ ଓ ଗାଈ ଗୋରୁ ମାଲିକ ମାନଙ୍କ  ଠାରୁ ଫାଇନ ଆଦାୟ ପାଇଁ   ଜ଼ିଲ୍ଲାପାଳ କଡା ନିର୍ଦ୍ଧେଶ କରିଥିବା ଖବର ମିଳିଛି l ଏବଂ  ନିର୍ମାଣ ଧୀନ ସମସ୍ତ ରାସ୍ତା ଘାଟ ଓ  ପ୍ରକଳ୍ପ ଗୁଡିକୁ ଶୀଘ୍ର ସାରିବାକୁ ପରାମର୍ଶ କରି  ଯେମିତି ସହର  ଲୋକମାନଙ୍କ  କୌଣସି ଵି  ଅଭିଯୋଗ ମୋ ପାଖ କୁ ନ ଆସେ  ସେଥିପାଇଁ ସଜାଗ  ରହିବାକୁ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ରୁଟ ଙ୍କୁ  କହିଛନ୍ତି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026

You Might Also Like