-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
25-Oct-2020
କୋକସରା, (ତ୍ରିନାଥ ବେଶରା)-ସାରା ଓଡ଼ିଶାରେ ଦଶହରା ଉତ୍ସବ ପାଳନ କରାଯାଇ ଥିବାବେଳ ,କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉ ଡୋଳା ଗ୍ରାମରେ ମଧ୍ୟ ଗ୍ରାମ ର ଇଷ୍ଟ ଦେବୀ ମା ମାନପୁରିଆନୀ,ମା ଠାକୁରାଣୀ,ମା ମାଉଲି,ମା କାଳୀ,ଏବଂ ଗ୍ରାମର ସମସ୍ତ ଦେବାଦେବୀ ଙ୍କୁ କୋଭିଡ -୧୯ କୁ ଆଖି ଆଗାରେ ରଖି ପୂଜା କାଯ୍ୟ ସମ୍ପନ୍ନ କରା ଯାଇ ଥିଲା l
ଏଠାରେ ପୂଜକ ମାନେ ହେଲେ କାର୍ତ୍ତିକ ମାଝୀ, ଜୟଲାଲ ମାଝୀ ନବୀନ ମାଝୀ ଓ କୈଳାଶ ପୂଝାରୀ, ନିଜ ନିଜ ଗ୍ରାମ ଦେବୀ ମାନଙ୍କୁ ବିଧି ବିଧାନ ଅନୁସାରେ ପୁଜlକରିଥିଲେ l
ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା କିଭଳି ବିନଷ୍ଟ ,ହେବା ସହ ସମସ୍ତେ କିଭଳି ଏହି କୋରୋନା ମହାମାରୀ ଠାରୁ ଉଦ୍ଧାର ପାଇବେ ତାହାନେଇ ମା କାଳୀ, ମାଆ ଠାକୁରାଣୀ ଙ୍କୁ ଗୁହାରୀ କରି ଥିଲେ ଏବଂ,ମା ନିଶ୍ଚୟ ଏହି ମହାମାରୀ ଠାରୁ ଉଦ୍ଧାର କରିବେ ବୋଲି କହିଛନ୍ତି l
ଏହି ଦଶହରା ଉତ୍ସବ କୀର୍ତ୍ତନ,ବାଜlବଜେଇ ବହୁ ଆଡମ୍ବର ରେ ପାଳନ କରାଯାଇ ଥାଏ କିନ୍ତୁ ଏହି ବର୍ଷ ମହାମାରୀ କରୋନା ଯୋଗୁଁ ଫିକା ପଡି ଯାଉଛି ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି l