-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
18-Jun-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଂଚାୟତ ଜେମାପାଲି ଗ୍ରାମର ଲୋକଙ୍କ ବହୁଦିନର ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗ l ପ୍ରାୟ ଦୀର୍ଘ ୨୦ ବର୍ଷହେବ ଗ୍ରାମରେ କେନାଲ ଉପରେ ଫୁଟ୍ ବ୍ରିଜ୍ ଟିଏ ନିର୍ମାଣ
ଲାଗି ଗ୍ରାମର ସଦସ୍ୟ ମାନେ ଲଢ଼ିଥିଲେ, ହେଲେ କାମଟି ହୋଇ ପାରୁନଥିଲା l ଯେତେବେଳେ ଗ୍ରାମର ଲୋକେ ଏହି ବିଷୟଟି ଗତବର୍ଷ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗକୁ ଗ୍ରାମରେ କେନାଲ ଉପରେ ଫୁଟବ୍ରିଜ ଟିଏ ହେଉବୋଲି ଅବଗତ କଲେ, ବିଧାୟକ ଏହାର କାମକୁ ତ୍ୱରାନ୍ୱିତ କରାଯିବ ବୋଲି କଥା ଦେଇଥିଲେ l ଗତବର୍ଷ ବିଧାୟକ ଶ୍ରୀ ମହାଲିଙ୍ଗ ଜେମା ପାଲିର ଅଧିବାସୀଙ୍କ ସମସ୍ୟାକୁ ଉପଲବ୍ଧି କରି ଲୋକଙ୍କୁ
ବ୍ରିଜ ନିର୍ମାଣ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ l ଖୁସିର ବିଷୟ, ବର୍ତ୍ତମାନ ବିଧାୟକ ସେହି ପ୍ରତିଶୃତିକୁ କାର୍ଯ୍ୟରେ ପରିଣତ କରିବାକୁ ଯାଉଛନ୍ତି l ଏଣୁ ଗ୍ରାମବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଥିବାରୁ ଲୋକେ ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି l