-+91-9937148622 |

prerana_bgr@rediffmail.com |

  Thursday 25th April 2024 |

| | | |

R.N.I. Regd No. ODIODI/2010/46693

Breaking News

ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   (24-Apr-2024)       ||      ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   (24-Apr-2024)       ||      ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   (24-Apr-2024)       ||      ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   (24-Apr-2024)       ||      ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    (24-Apr-2024)       ||      କାମରେ ଆସୁନି ୩୮ କୋଟି ର ମେଗା ପାନୀୟଜଳ ପ୍ରୋଜେକ୍ଟ   ପିଇବା ପାଣି ପାଇଁ ୨୫ ଖଣ୍ଡ ଗାଁ ର ଲୋକେ ହନ୍ତସନ୍ତ    (24-Apr-2024)       ||      ଚିଲିକା ନିର୍ବାଚନ ମଣ୍ଡଳୀରେ ଵି ଜେ ଡି ର ଶୋଭାଯାତ୍ରା   (24-Apr-2024)       ||      ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କରିବେ ସମାବେଶ ।   (24-Apr-2024)       ||      ତରଭା ଏନ ଏ ସି କୁ ମୁନସିପାଲଟିକରିବା ମୋର ନିର୍ବାଚନୀ ପ୍ରତିଶୃତି : ନିରଞ୍ଜନ ପୂଜାରୀ    (24-Apr-2024)       ||      ଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର ଅନୁଷ୍ଠିତ,୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଅଂଶ ଗ୍ରହଣ   (24-Apr-2024)       ||      ରୁଷୁଡା ଓ ଚିଞ୍ଜେଡ ଗ୍ରାମପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର, ମିଶ୍ରଣ ପର୍ବ ଅନୁଷ୍ଠିତ   (24-Apr-2024)       ||      ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ କଟକ ଜିଲ୍ଲା ଶାଖା କବି ସମ୍ବର୍ଦ୍ଧିତ    (23-Apr-2024)       ||      ମହିଳାଙ୍କ ବିଶାଳ ଚଇତିଶୋଭାଯାତ୍ରା,କଳିକେଙ୍କ ବିଜୟପାଇଁ ସମଳେଶ୍ୱରୀମନ୍ଦିରରେ ୨ହଜାର ଦୀପଦାନ   (23-Apr-2024)       ||     

HOME   ଜିଲ୍ଲା

ଉପକୂଳ ଓଡିଶାର ପ୍ରଥମ ସେରୋ ସର୍ଭେ: କୃତଜ୍ଞତା ଜଣାଇଲେ ସତୀଶ ବିଶ୍ୱାଳ

18-Jun-2021



ଯାଜପୁର,(ପ୍ରେରଣା ଖବର ବ୍ୟୁରୋ) ଦିନକୁ ଦିନ ଯାଜପୁର ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ କାରଣରୁ ଲୋକେ ଗ୍ରାମାଂଚଳରେ କରୋନା ପରୀକ୍ଷା କରୁ ନାହାନ୍ତି । ଫଳରେ ରୋଗ ଶେଷ ଅବସ୍ଥାରେ ପହଂଚିବା ପରେ ପରିସ୍ଥିତି ଅଣାୟତ ହେଉଛି । କରୋନା ରୋଗୀ ରୋଗ ଚିହ୍ନଟ କରି ହୋମ କ୍ୱାରେଂଟାଇନରେ ରହୁ ନଥିବାରୁ ସେମାନେ ମଧ୍ୟ ସୁପର ସ୍ପ୍ରେଡର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବି.ଜେ.ଡି ନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗାଁରେ ଉପକୂଳ ଓଡିଶାର ପ୍ରଥମ ସେରୋସର୍ଭେ ଶୁକ୍ରବାର କରାଯାଇଛି । ଏଥିପାଇଁ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । 
ଭୁବନପୁର ଏବଂ ଏହା ନିକଟ କୁକୁଡାଖାଳେଇ ଗାଁରେ ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଭୁବନପୁରରେ ପ୍ରାୟ ୭ ଜଣ କରୋନା ରୋଗୀ ପୂର୍ବରୁ ଚିହ୍ନଟ ହୋଇଛନ୍ତି । ହେଲେ ଅନେକ ରୋଗୀ ପରୀକ୍ଷା କରୁ ନଥିବାରୁ ସେମାନଙ୍କ ରୋଗ ଚିହ୍ନଟ ହୋଇ ପାରୁନାହିଁ । ସେହିପରି କୁକୁଡାଖାଳିରେ  ଦୁଇଜଣଙ୍କ ମୃତ୍ୟ ହୋଇଥିଲେ ମଧ୍ୟ ସେମାନେ ପରୀକ୍ଷା କରି ନଥିଲେ । ଧର୍ମଶାଳାର ଅନେକ ଗାଁରେ ଏଭଳି ଦୁରାବସ୍ଥା ନେଇ ସତୀଶ ବିଶ୍ୱାଳ ଗୁରୁବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ବିଭିନ୍ନ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ । ଏଥିନେଇ ତତକ୍ଷଣାତ ସରକାରଙ୍କ ତରଫରୁ ସେରୋ ସର୍ଭେ ପାଇଁ ନିଷ୍ପତି ନିଆଯାଇ ପରଦିନ ଶୁକ୍ରବାରରେ ଏହି ସର୍ଭେ ସହ ଗାଁରେ କରୋନା ପରୀକ୍ଷା ପାଇଁ କ୍ୟାମ୍ପ ପକା ଯାଇଥିଲା । ଏହି ସର୍ଭେ ଏବଂ କ୍ୟାମ୍ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସୁଧୀର କୁମାର ସାହୁ, ହରିଦାସପୁର ଡାକ୍ତର ଅଜିତ କୁମାର ନାୟକ, ଆୟୁସ ମେଡିକାଲ ଅଫିସର ବିସ୍ମିତା ମହାରଣା, ଆୟୁସ ଡାକ୍ତର ସଂଜୟ କୁମାର ଓଝା, ବ୍ଲକ ପ୍ରୋଗାମିଂ ଅଧିକାରୀ ବିଜୟ ବେହେରା, ଏ.ଏନ.ଏମ ମଧୁସ୍ମିତା

ମଙ୍ଗରାଜ, କୋଭିଡ ଫର୍ମାସିଷ୍ଟ ମନୀଷା ସ୍ୱାଇଁଙ୍କ ସହ ପରୀକ୍ଷା ବିଷେଷଜ୍ଞ ଏବଂ ଅଙ୍ଗନବାଡିର କର୍ମଚାରୀମାନେ ଯୋଗ ଦେଇଥିଲେ । ବିଭାଗୀୟ କର୍ମଚାରୀମାନେ ଗାଁରେ ଘର ଘର ବୁଲି ସର୍ଭେ କରିଥିଲେ । ତେବେ ଏହାପରେ ବି ଅନେକ ଲୋକ ପରୀକ୍ଷା ପାଇଁ ଆସି ନଥିଲେ । ଏପରିକି ଜ୍ୱର ହୋଇଥିବା ଅନେକ ଲୋକ ମଧ୍ୟ ପରୀକ୍ଷା ପାଇଁ ଆସି ନଥିଲେ । ଏହି ପରୀକ୍ଷାରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିନେଇ ସତୀଶ କହିଛନ୍ତି ଯେ, ଲୋକଙ୍କ ନିକଟରେ ସରକାରୀ ସେବା, ସୁବିଧା ଏବଂ ପ୍ରଶାସନ ପହଂଚିବା ନବୀନ ପଟ୍ଟନାୟକଙ୍କ ସରକାରଙ୍କ ମୂଳ ଲକ୍ଷ । ଏଭଳି ଆପଦକାଳୀନ ପରିସ୍ଥିତିରେ ମଧ୍ୟ ସରକାର ଏହି ଲକ୍ଷର ସଫଳ ରୂପାୟନ ସଫଳ ଉଦ୍ୟମ କରୁଛନ୍ତି । ଧର୍ମଶାଳାରେ ଥିବା ଏଭଳି ଗାଁ ଗୁଡିକରେ ତୁରନ୍ତ ଏଭଳି ସଚେତନତା କରାଯିବା ସହ ଗାଁରେ ସାନିଟାଇଜ କରାଯିବାକୁ ସତୀଶ ଅନୁରୋଧ କରିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   24-Apr-2024
  ଜିଲ୍ଲା  
ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   24-Apr-2024
  ଜିଲ୍ଲା  
ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   24-Apr-2024
  ଜିଲ୍ଲା  
ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   24-Apr-2024
  ଜିଲ୍ଲା  
ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ   24-Apr-2024
  ଜିଲ୍ଲା  
ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     24-Apr-2024
  ଜିଲ୍ଲା  
୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    24-Apr-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   24-Apr-2024
  ଜିଲ୍ଲା  
ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   24-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   24-Apr-2024
  ଜିଲ୍ଲା  
ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   24-Apr-2024
  ଜିଲ୍ଲା  
ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    24-Apr-2024

You Might Also Like