-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
02-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) :ବିଲରେ କାମ ସାରି ପୋଖରୀ ରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି l ଘଟଣାରୁ ପ୍ରକାଶ ଯେ ଗତକାଲି ବିନିକା ବ୍ଲକ ଅନ୍ତର୍ଗତ ଭଣ୍ଡାର ଗ୍ରାମର ମନବୋଧ ଭୁ ଏ ନାମକ ଜଣେ ବୃଦ୍ଧ ନିଜ ଚାଷ ଜମିକୁ କାମ କରି ଯାଇଥିଲେ l ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାଟରେ ଥିବା ଏକ ବପୋଖରିକୁ ଗାଧୋଇ ଯାଇଥିଲେ ଗାଧୋଉ ଥିବାବେଳେ ବହୁ ସମୟ ଧରି ପାଣି ଭିତରୁ ନ ବାହାରିବାରୁ ଘାଟରେ ଥିବା ଅନ୍ୟ ଲୋକ ମାନେ ତତକ୍ଷଣାତ୍ ବୃଦ୍ଧ କୁ ପାଣି ଭିତରେ ଖୋଜାଖୋଜି କରି ପାଇଥିଲେ ଓ ସଙ୍ଗେ ସଙ୍ଗେ ଏକ ବାଇକ ଯୋଗେ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ l ଡାକ୍ତର ଦେଖିବା ପରେ ବୃଦ୍ଧ କୁ ମୃତ ଘୋଷଣା କରିଥିଲେ l ଆଜି ବିନିକା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ବୃଦ୍ଧ ଙ୍କ ମୃତ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l ଘଟଣା ପରେ ସାରା ବିନିକା ତଥା ଭଣ୍ଡାର ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି l