-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
26-Nov-2026
ବଲାଙ୍ଗୀର(ପ୍ରେରଣା ଖବର )-ବଲାଙ୍ଗୀର ଜିଲ୍ଲାପାଇଁ ଆଉ ଏକ ଖୁସି ଖବର । ବହୁପ୍ରତିକ୍ଷିତ ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ଖପ୍ରାଖୋଲ ରେଳଲାଇନ(୧୦୨ କିମି)କୁ କେନ୍ଦ୍ରର ରେଳବିଭାଗ ମଞ୍ଜୁରି ଦେଇଛନ୍ତି । ଫଳରେ ବହୁଦିନ ହେଲା ଦାବି ହୋଇ ଆସୁଥିବା ପ୍ରକଲ୍ପର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏହି ପ୍ରକଲ୍ପ ବଲାଙ୍ଗୀର-ପାଟଣାଗଡ-ଖପ୍ରାଖୋଲ ଉଦ୍ୟାନବନ୍ଧ ଦେଇ ନୂଆପଡାର ଲଖନାକୁ ପହଞ୍ଚିବ । ମୋଟ ୧୦୨ କିମି ଲମ୍ବର ଲେଳଲାଇନ ନିର୍ମାଣ ହେଲେ ଭୁବନେଶ୍ୱରରୁ ରାୟପୁରକୁ ୫ଘଣ୍ଟାର ସମୟର ରାସ୍ତା ପ୍ରାୟ ୧୫୦ କିମି କମିଯିବ । କେନ୍ଦ୍ରସରକାର ଓ ଓଡିଶା ସରକାରଙ୍କର ୫୦-୫୦% ଭାଗିଦାରୀରେ ଏହା ନିର୍ମାଣ ହେବ । ରାଜ୍ୟସରକାର ଏହି ପ୍ରକଲ୍ପରେ ଯାଉଥିବା ସମସ୍ତ ଘରୋଇଜମି ଅଧିଗ୍ରହଣ କରିବେ ସରକସରୀ ଜମି ମଧ୍ୟ ମାଗଣାରେ ଯୋଗାଇଦେବେ । ଫଳରେ ପ୍ରକଲ୍ପରେ ୧୪% ରେଟ ଅଫ ରିଟର୍ଣ୍ଣ ରହିବ । ମାତ୍ର ୧ବର୍ଷ ମଧ୍ୟରେ ସମସ୍ତ ଜମିଅଧିଗ୍ରହଣ କାମ ସାରି ପ୍ରକଲ୍ପକାମ ଆଗେଇବାକୁ ପ୍ରସ୍ତାବ କରାଯାଇଛି । କେନ୍ଦ୍ରିୟ ରେଳମନ୍ତ୍ରଣାଳୟର ଇଷ୍ଟକୋଷ୍ଟ ରେଲୱେ(ନିର୍ମାଣ) ବିଭାଗ ପକ୍ଷରୁ ଏହି ମଞ୍ଜୁରୀନେଇ ଘୋଷଣା କଲାପରେ ବଲାଙ୍ଗୀର ଜିଲ୍ଲା ତଥା ପାଟଣାଗଡ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଏହି ରେଳପ୍ରକଲ୍ପ ପାଇଁ ପାଟଣାଗଡବାସୀ ବହୁବର୍ଷ ହେଲା ଦାବି କରି ଆସୁଥିଲେ । ବରିଷ୍ଠ ଓକିଲ ଦର୍ପଗଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବଲାଙ୍ଗୀର-ନୂଆପଡା ରେଳଳାଇନ ଏକ୍ସନକମିଟି ପକ୍ଷରୁ ବହୁ୍ଦିନ
ପର୍ଯ୍ୟନ୍ତ ଧାରଣା ଦିଆଯାଇ ଆନ୍ଦୋଳନ କରିବା ସହିତ ରେଳରୋକୋ ମଧ୍ୟ କରାଯାଇ ଥିଲା । ବଲାଙ୍ଗୀରର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ ଲୋକସଭାରେ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ବାରମ୍ବାର ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଶେଷରେ ଏବେ ଏହି ପ୍ରକଲ୍ପର ଘୋଷଣା କରି ସରକାର ଲୋକଙ୍କ ଦାବିକୁ ସମ୍ମାନ ଦିଆଯାଇଛି । ଏହି ପ୍ରକଲ୍ପ ଶେଷ ହେଲେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସମେତ ହରିଶଙ୍କର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଯିବା ଆସିବା ତଥା ରାୟପୁରକୁ ଯିବା ଆସିବା ପାଇଁ ସୁବିଧା ହେବ । ଏହି ପ୍ରକଲ୍ପ ଘୋଷଣାକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ସାଂସଦ ସଂଗୀତାକୁମାରୀ ସିଂଦେଓ,ପୂର୍ବତନ ରାଜ୍ୟସଭା ସାଂସଦ ନିରଂଜନ ବିଶି,ରେଳଲାଇନ ଏକ୍ସନ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି ।