-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
ଆଗଲପୁର, (ପ୍ରେରଣା ଖବର) ଓଡ଼ିଶା ସରକାରଙ୍କ ଦ୍ଵାରା ଅଙ୍ଗନୱାଡ଼ି ଶିଶୁ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯକାରୀ କରୁଛନ୍ତି। ଏହି ପରି ପ୍ରେଖିରେ ଆଙ୍ଗନ କା ଉତ୍ସବ ନାମକ ଏକ ବୃହତ୍ ତଥା ସୁନ୍ଦର କାର୍ଯକ୍ରମ ସରକାର ହାତକୁ ନେଇଛନ୍ତି। ଏହି କାର୍ଯକ୍ରମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ ମାଧ୍ୟମରେ ଶିଶୁ ମାନଙ୍କ ପିତା ମାତା, ଅଜା ଆଈ ତଥା ଗ୍ରାମ ବାସୀ ଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯକ୍ରମ କରା ଯାଇଥିଲା l ପ୍ରଥମ ଦିନ ବାପା ମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ର ପ୍ରତିଯୋଗିତା କରା ଯାଇଥିଲା। ଦ୍ଵିତୀୟ ଦିନ ଅଙ୍ଗନୱାଡ଼ି ଛାତ୍ର ଛାତ୍ରୀ ଙ୍କୁ ନେଇ ଖେଳ, ନାଚ, ଗପ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତା ସହିତ ଜେଜେମା ଜେଜେ ବାପା ମାନଙ୍କୁ ଡାକି ଗପ ସୁନେଇବାର କାର୍ଯକ୍ରମ କରା ଯାଇଥିଲା ଯଦ୍ୱର ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତ କାର୍ଯକ୍ରମ କରା ଯାଇଥିଲା। ତୃତୀୟ ଦିନ ରେ ପ୍ରଥମ ଦିନ ଭାଗ ନେଇଥିବା ବାପା ମାନଙ୍କୁ ମାନପତ୍ର ଦେଇ ସମ୍ବାନିତ୍ କରା ଯାଇଥିଲା l ମାନପତ୍ର ସହିତ ଫଳମୂଳ ମଧ୍ୟ ପ୍ରଦାନ କରା ଯାଇଥିଲା। ତା ସହିତ ତୃତୀୟ ତଥା ଅନ୍ତିମପୂଜାର୍ଚ୍ଚନା ଦିନ ଗ୍ରାମର 50 ଜଣ ଲେଖାଏଁ ମା ବାପା ଙ୍କୁ ସ୍କୁଲ ଡାକି ଖାଇବାକୁ ଡିଆ ଯାଇଥିଲା। ଖାଇବା ମଧ୍ୟରେ ବହୁ ସୁସ୍ୱାଦୁ ବ୍ୟଞ୍ଜନ ଖାଈବାକୁ ଡିଆ ଯାଇଥିଲା। ପ୍ରତ୍ୟେକ ପିତା ମାତା ଙ୍କୁ ଦୁଇଟି ଲେଖାଏଁ ଅଣ୍ଡା, ଡାଲି, ଖଟା, ସ୍ଲାଟ, ଓ ଶାଗ ଖାଇବାକୁ ଡିଆ ଯାଇଥିଲା। ସରକାରଙ୍କ ଏହି ଯୋଜନା କୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରା ଯାଇଛି। ଏହି କାର୍ଯକ୍ରମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ରେ ଚାଲିଥିବ ବେଳେ ଆଜି ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ବହୁ ଧୁମ୍ ଧାମରେ ପାଳନ କରା ଯାଇଛି। ଏହି ଆଙ୍ଗନ୍ କା ଉତ୍ସବ କାର୍ଯକ୍ରମ କୁ ଆଗଲପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଯୋଗ ଦେଇଥିଲେ। ସୁପର୍ ଭାଇଯର୍ ଦୁଲାରୀ ଧାରୁଆ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସହିତ ବଲାଙ୍ଗୀର ରୁ ଡିପିଶି ମମତା ଦିଦି ଶିବାନୀ ଠାକୁର୍ ଓ ପ୍ରଣତି ନାୟକ ପ୍ରଭୃତି ଯୋଗ ଦେଇଥିଲେ। ଆଗଲପୁର ର ସମସ୍ତ କେନ୍ଦ୍ର ରୁ ଦିଦି ମାନେ ଯୋଗ ଦେଇଥିଲେ। ସେମାନେ ହେଲେ ତାରବତି ନାୟକ, ଜ୍ୟୋତ୍ସ୍ନା ମୟି ତାଣ୍ଡି, ଅନିତା ମେହେର, ପୁଷ୍ପଲତା ସେଠ୍, ପୂର୍ଣ୍ଣିମା ନାଗ, ନଳିନୀ ପ୍ରଭା ବାଗ୍, ଇତ୍ୟାଦି ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏହି କାର୍ଯକ୍ରମ କୁ ସୂଚାରୁ ରୂପେ ତୁଲାଇଥିଲେ। ଏହି ଅଙ୍ଗନ୍ କି ଉତ୍ସବ ର ତୃତୀୟ ତଥା ଅନ୍ତିମପୂଜାର୍ଚ୍ଚନା ଦିନରେ ଅସା କର୍ମୀ, ଅଙ୍ଗନୱାଡ଼ି ସାହାଯ୍ୟ କାରିଣୀ ଓ ଅଙ୍ଗନୱାଡ଼ି ଦିଦି ମାନଙ୍କୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସମ୍ବାନୀତ୍ କରିଥିଲେ l