-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ନବରଙ୍ଗପୁର-(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଧିନ ବିରିସଲା ଶିବ ମନ୍ଦିର ପାଖରେ ମୁଖ୍ୟରାସ୍ତା ୩୯ ରାସ୍ତା କଡ଼ରେ ଥିବା ଗଛରେ ଏକ ଅଜଣା ବ୍ୟକ୍ତି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଶନିବାର ସକାଳ ସମୟରେ ଦେଖିବାକୁ ମିଳିଛି । ସକାଳ ସମୟରେ ଝୁଲନ୍ତା ମୃତଦେହ ଦେଖି ଲୋକେ ଡାବୁଗାଁ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତଆରମ୍ବ ଲାରିଥିଲେ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଡାବୁଗାଁ ଥାନା ଆଇଆଇସି ଲଛମି ପରଜା ପାପଡ଼ାହାଣ୍ଡି ତହସିଲଦାର ତପନ କୁମାର ନାୟକ ନବରଙ୍ଗପୁର ର ସାଇଣ୍ଟଫିକ ଦଳ ପହଞ୍ଚି ମୃତ ଦେହ ଜବତ କରି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖିବା ପାଇଁ ପଠାଯାଇଛି। ଏନେଇ ଡାବୁଗାଁ ଥାନା କେଶ ନଂ ୩୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଥାନା ଏସଆଇ ଅକ୍ଷୟ ମିଶ୍ର ତଦନ୍ତ ଜାରି ରଖିଛନ୍ତି ।