-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଟାଉନହଲ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୋମ୍ୟରୂପା ରଥ ଙ୍କ ସହ ମଞ୍ଚରେ ଡିଆରସିଏସ୍ ଭବାନୀ ଶଙ୍କର ଦାସ, ଏଆରସିଏସ ନାରାୟଣ ସେଠୀ, ଆରଏମସି ଡୁଙ୍ଗୁରିପାଲି ସେକ୍ରେଟାରୀ ଅବକାଶ ବେହେରା ଏବଂ ବୀରମହାରାଜପୁର ସେକ୍ରେଟାରୀ ଶ୍ରୀ ମନୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ଠାରେ ଏକ ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଥିଲା। ଜାତୀୟ କମ୍ପ୍ୟୁଟର ସେବାରେ ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ୬ ଗୋଟି ସୋସାଇଟିର ୬୮୪ ଜଣ ଚାଷୀ ଲାଭାଂଶ ପାଇଥିବା ବେଳେ ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ୨୪ ଜଣ ଚାଷୀ ଚୟନ ହୋଇ ଭୁବନେଶ୍ୱର ଯାଇଥିଲେ। ଜିଲ୍ଲାରେ ୭୫ ଗୋଟି ପେକ୍ସ ମଧ୍ୟରୁ ୬୫ ଟି ପେକ୍ସରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ହୋଇସାରିଛି। ଜିଲ୍ଲାରେ ସମୁଦାୟ ୯୧ ଗୋଟି ମଣ୍ଡି ରହିଛି । ଏହି କାର୍ଯ୍ୟକ୍ରମକୁ ଡିଆରସିଏସ୍ ଭବାନୀ ଶଙ୍କର ଦାସ ଆୟୋଜନ କରିଥିବା ବେଳେ ଏଆରସିଏସ୍ ନାରାୟଣ ସେଠୀ ସହଯୋଗ କରିଥିଲେ ।