-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||     

HOME   ଜିଲ୍ଲା

ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!

23-Sep-2026



ଟିଟିଲାଗଡ଼(ପ୍ରେରଣା ଖବର)- ଜିଲ୍ଲା ଅବକାରୀ ବିଭାଗର ଏକ ଅଜବ ନୀତିକୁ ନେଇ ସାରା ଅଞ୍ଚଳରେ ଏବେ ତୁମ୍ବିତୋଫାନ ସୃଷ୍ଟି ହୋଇଛି। ସହରର ହାଇସ୍କୁଲ୍ ପଡ଼ା ପୁରୁଣା ସାହାରା ଅଫିସ ନିକଟ ରାସ୍ତା ଉପରେ ନୂତନ ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ସରକାରୀ ନୀତି ନିୟମକୁ କିଭଳି ଏଡ଼ାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି, ସେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଶୈଳେନ୍ଦ୍ର ସକ୍ସେନାଙ୍କୁ ଅବକାରୀ ବିଭାଗ ସମସ୍ତ ନିୟମ ଦଳି ଦେଇ ଏହି ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।
​ସାଧାରଣତ  ଏକ ମଦ ଦୋକାନ ଖୋଲିବା ପୂର୍ବରୁ ସଂପୃକ୍ତ ସ୍ଥାନ, ଦସ୍ତାବିଜ୍, ଏବଂ ଜମି କାଗଜପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ହିଁ ଅନୁମତି ପ୍ରଦାନ କରାଯାଏ। ଏଥିପାଇଁ ଜମିର ମାଲିକାନା, ପୌରପରିଷଦର (NOC (Non-Objection Certificate) ଏବଂ ଟ୍ରେଡ଼୍ ଲାଇସେନ୍ସ ବାଧ୍ୟତାମୂଳକ ଅଟେ। ମାତ୍ର ଏହି କ୍ଷେତ୍ରରେ କଳବଳ ପ୍ରୟୋଗ କରି ଜୁନ୍ ମାସରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଦୋକାନ ଖୋଲିବାର ପ୍ରାୟ ତିନି ମାସ ପରେ ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ନୂତନ ବିଦେଶୀ ମଦ ଦୋକାନ ଖୋଲିଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବାକୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଟିଟିଲାଗଡ଼ ତହସିଲଦାରଙ୍କୁ ଚିଠି ଲେଖାଯାଇଛି। ଏହା କୌଣସି ଅଦୃଶ୍ୟ ଚାପରେ ଏବଂ ଭିତିରି ସଲାସୁତୁରା ଥାଇ କରାଯାଇଥିବା ସନ୍ଦେହ ଦୃଢ଼ ହେଉଛି। 

     ​ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଯେତେବେଳେ ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଗଲା ସେତେବେଳେ ଏହି ଯାଞ୍ଚ କି ତଦନ୍ତ କାହିଁକି କରାଗଲା ନାହିଁ ? କୌଣସି ସ୍ଥିତି ଯାଞ୍ଚ ନ କରି ଜୁନ୍ ମାସରେ ଦୋକାନ ଖୋଲିବାକୁ ଅନୁମତି କେମିତି ଦିଆଗଲା ? ନିୟମ ଅନୁଯାୟୀ କୋଣସି ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ଜମିକୁ ମଦ ଦୋକାନ ପାଇଁ ବ୍ୟବହାର କରିବାକୁ ପ୍ରଶାସନର ସ୍ୱତନ୍ତ୍ର ଅନୁମତି ଦରକାର ଯାହାକି ଏଠାରେ ସେହି ନିୟମର ଉଲ୍ଲଂଘନ ହୋଇଛି କି ? ତଦନ୍ତ ସାପେକ୍ଷ ଅଟେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଜମି ସତ୍ୟବତୀ ମହାନନ୍ଦ ଓ ତାଙ୍କ ସ୍ୱାମୀ ଜନକରୁଷି ମହାନନ୍ଦଙ୍କ ନାମରେ ରହିଛି କିପରି ଏଠାରେ ବିଦେଶୀ ମଦ ଦୋକାନ ପାଇଁ ଅନୁମତି ମିଳିଲା ? ଏହି ପ୍ରସଙ୍ଗରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 
​ଅବକାରୀ ବିଭାଗର ଏହି ଅଜବ ନୀତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି। ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବେ କି? ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇସ୍କୁଲ ପଡ଼ାରେ ଯେବେଠାରୁ  ନୂତନ ବିଦେଶୀ ମଦ ଖୋଲାଯାଇଛି ତେବେ ଠାରୁ ସ୍ଥାନୀୟ ଲୋକେ ଏଠାରୁ ସେହି ବିଦେଶୀ ମଦ ଦୋକାନକୁ ହଟାଇବାକୁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଥମ ଥର ପାଇଁ ବିଦେଶୀ ମଦ ଆଣିବା ପାଇଁ ଯେତେ ମାତ୍ରାରେ ଅବକାରୀ ଓ ପୋଲିସ ପ୍ରଶାସନ ମୁତୟନ ହୋଇଥିଲେ ସତେ ଯେମିତି ସହରରେ କର୍ଫ୍ୟୁ ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଅବକାରୀ ବିଭାଗର କାର୍ଯ୍ୟ ଶୈଳୀ ଓ ଦୋକାନ ଖୋଲିବାକୁ ଅନୁମତି ଦେବାର ତିନି ମାସ ପରେ ଅବକାରୀ ବିଭାଗ ପକ୍ଷରୁ ଟିଟିଲାଗଡ ତହସିଲ କାର୍ଯ୍ୟାଳୟକୁ ଜାରି କରିଥିବା ନୋଟିସ/ ଚିଠି ଏବେ ସହରରେ ଆଲୋଚନାର ବିଷୟ ପାଲଟିଛି। 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026

You Might Also Like