-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ

03-Aug-2026




ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ସଦରବ୍ଲକର ସୀମାରେ ରହିଥିବା ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ବଲାଙ୍ଗୀର ଗସ୍ତରେ ଥିବା ରାଜ୍ୟସରକାରଙ୍କ ପର୍ଯ୍ୟନବିଭାଗର କମିଶନର ତଥା ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖାଯାଇଛି । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ସ୍ଥାନୀୟ ଏସଆଇଏଚଏମ ଅନୁଷ୍ଠାନରେ ପର୍ଯ୍ୟଟନ ସଚିବଙ୍କୁ ଭେଟି ବିଧାୟକଙ୍କ ଦାବିପତ୍ର ଦେଇ ଆଲୋଚନା କରିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର,ଏସପି ଅଭିଲାଷଜୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲ୍ଲିନା ପ୍ରଧାନୀଙ୍କ ଉପସ୍ଥିତିରେ ଏହିଦାବିପତ୍ର ପ୍ରଦାନ କରାଯାଇଛି । ବିଧାୟକଙ୍କ ପତ୍ରରେ ବୁଢାଡଙ୍ଗର ପାହାଡର ଐତିହ୍ୟ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକଥା ବର୍ଣ୍ଣନା କରାଯିବା ସହିତ ଆଦିବାସୀମାନଙ୍କର ସଂସ୍କୃତି ଓ ପରମ୍ପରା କଥା ଉଲ୍ଲେଖ ରହିଛି । ଏହା ସହିତ ଏହି ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରାଗଲେ ଅଞ୍ଚଳର ଅନେକ ଯୁବକଙ୍କ ଜୀବିକାର ସୁଯୋଗ ବଢିବ ଯାହାକି ଦାଦନ ସମସ୍ୟାକୁ ରୋକିବାରେ ସହାୟକ ହେବ ବୋଲି ଉଲ୍ଲେଖ କରାଯାଇଛି ।
      ସଚିବଙ୍କ ସହ ପ୍ରତିନିଧିଦଳ ଆଲୋଚନା କାଳରେ ଦାବି କରିଛନ୍ତି ଯେ,ବୁଢାଡଙ୍ଗର ପାହାଡ ଯାହାକି ୪୯୦ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହି ପାହାଡ ସହିତ ବଲାଙ୍ଗୀର ପାଟଣା ଗଡଜାତ ରାଜ୍ୟସମୟର ଇତିହାସ ଲାଖିରହିଛି । ୧୨୪୨ ମସିହାରେ ପାଟଣାରାଜ୍ୟ ଗଠନ ହେବା

ପୂର୍ବରୁ ଏହାର ଇତିହାସ ରହିଛି । କୁଆଁରୀ ପାଟଣା ଅଞ୍ଚଳର  ଗଣ୍ଡ,ସହରା,ବିଞ୍ଝାଲ ଇତ୍ୟାଦି ଆଦିବାସୀମାନେ ଏହି ପାହାଡରେ ତାଙ୍କର ଡଙ୍ଗରବୁଢା ଦେବତାଙ୍କୁ ପୂଜା କରୁଥିଲେ । ସେହି ପରଂମ୍ପରା ଆଜି ମଧ୍ୟ ଚାଲିଆସିଛି । ଏବେ କୁଡାସିଙ୍ଘା, ଶିରିଶ,ଅର୍ଡା,ଗଡଦ୍ୱାର,ରତନପୁର,ଟେକା ଓ ଖଇସବାହାଲି ଗ୍ରାମର ଲୋକେ ଏହି ଡଙ୍ଗରରୁ ଉପକୃତ ହେଉଛନ୍ତି । ଏହି ଡଙ୍ଗରରୁ ବହିଯାଇଥିବା ପ୍ରାୟ ୬ଟି ଝରଣାର ଜଳକୁ ବ୍ୟବହାର କରି ଚାଷକାର୍ଯ୍ୟ କରୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଛନ୍ତି । ଅର୍ଡା-ଗଡଦ୍ୱାର ସୀମାରେ ପାହାଡ ଉପରୁ ତଳକୁ ପାଣି ପଡୁଥିବା ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି ।ପାହାଡ ଉପରେ ଏକ ବିସ୍ତିର୍ଣ୍ଣ ପଥରଚଟାଣ ରହିଛି ଓ ସେଥିରେ ଏକ ପାଣିକୁଣ୍ଡ ରହିଛି । ଏବେ ଏହି ସ୍ଥାନକୁ ରତନପୁର-ଅର୍ଡା ମୁଖ୍ୟ ଆରଡିରାସ୍ତାରୁ ନୂତନ ରାସ୍ତାନିର୍ମାଣ, ପାହାଡରେ ବୁଢାଡଙ୍କର ଦେବତାଙ୍କ ପାଇଁ ମନ୍ଦିର ନିର୍ମାଣ,ଝରଣା ଗୁଡିକୁ ପର୍ଯ୍ୟଟକ ମାନେ ଯିବାକୁ ଜଙ୍ଗଲରେ ରାସ୍ତାନିର୍ମାଣ, ଝରଣାଜଳକୁ ଅଟକାଇ ଜମିପାଇଁ ଉପଯୋଗୀ କରିବାକୁ ଚେକଡ୍ୟାମନିର୍ମାଣ କରିବାକୁ ଦାବି ହୋଇଛି । ଏହି ପ୍ରତିନିଧିଦଳରେ ଲକ୍ଷ୍ମଣ ମେହେରଙ୍କ ସହ ଅର୍ଡାର ଗଉଁତିଆ ପରିବାରର ଦୀପକ ନନ୍ଦ,ଯୁବନେତା ପ୍ରଦ୍ୟୁମ୍ନ ହୋତା, ଚନ୍ଦ୍ରମଣୀ ତ୍ରୀପାଠୀ,କାହ୍ନୁ ମେହେର,ସମ୍ବିତ ଭୋଇ,ସଂଜୀବ ଭୋଇ,ଦେବେନ୍ଦ୍ର ମେହେର, ନାଥ ଧରୁଆ,ଅଞ୍ଜନ ଭୋଇ, ଗୋକୁଳ କୋଇଣ୍ଡା ଓ ଜ୍ଞାନ ଧରୁଆ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like