-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
03-Aug-2026
ବଲାଙ୍ଗିର(ପ୍ରେରଣା ଖବର)ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଓ.ଏ. ଭି ମହିମୁଣ୍ଡାରେ ଦଶମ ଶ୍ରେଣୀ ପାଇଁ ଗଣିତ ଶିକ୍ଷକ ନଥିବା ଅଭିଯୋଗ କରି ଆଜି ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଦାବିପତ୍ର ଦିଆଯାଇଛି।
ମଞ୍ଚର ସରୋଜ କୁମାର ମେଶ୍ୱା କହିଛନ୍ତି ଯେ, CBSE ପରୀକ୍ଷା ନିକଟତର ହେଉଥିବା ବେଳେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟାହତ ହେଉଛି। ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଓ OBC ପରିବାର ହୋଇଥିବାରୁ ଏହା ସେମାନଙ୍କ ଭବିଷ୍ୟତ ପ୍ରତି ବଡ ଆଶଙ୍କା ସୃଷ୍ଟି କରିଛି।
ତୁରନ୍ତ ଜଣେ ନିୟମିତ/ଚୁକ୍ତିଭିତ୍ତିକ ଗଣିତ ଶିକ୍ଷକ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି। ଏହି ଅବସରେ ମୁରଲୀ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।