-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ବଲାଙ୍ଗୀର (ପ୍ରେରଣା ଖବର): ଗତ ୩ଦିନ ପୂର୍ବରୁ ଓଡିଶାରେ ବର୍ଷା ପ୍ରକୋପ ଦେଖା ଦେଇଥିଲା। ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଚାଷ ଜମି ମାନଙ୍କରୁ ବର୍ଷା ଜଳ ନିଷ୍କାସନ ହୋଇ ପାରି ନାହିଁ ଯାହା ଫଳରେ ଅଧିକାଂଶ ଚାଷୀ ଙ୍କୁ ଧାନ ଚାଷ ସହିତ ସମସ୍ତ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବିଷୟକୁ ନେଇ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ଲିବରେସନ୍ ର କର୍ମକର୍ତା ମାନେ କ୍ଷତିଗ୍ରସ୍ତ ଚାଷ ର ଆକଳନ କରି ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଏବଂ ଯେମିତି ଜଣେ ମଧ୍ୟ ଚାଷୀ ବାଦ ନପଡ଼ନ୍ତି ତା ଉପରେ ଧ୍ୟାନ ଦେବାକୁ ଦାବି ରଖିଥିଲା। ଚାଷୀ ଙ୍କ ଅଧିକାର ଏବଂ ସ୍ୱର ଉତ୍ତୋଳନ ପାଇଁ ଲିବରେସନ୍ ଅନୁଷ୍ଠାନ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି।