-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର) ଚିନାୟୁରୀ ପଂଚାୟତରେ ଆଜି ସରପଞ୍ଚ ରାଜକୁମ୍ଭାର ସାହାଯ୍ୟ ସଭାପତିତ୍ୱରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ୨୦୨୬-୨୭ର ଆର୍ଥିକ ବର୍ଷ ନିମନ୍ତେ କାର୍ଯ୍ୟଖସଜା ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟ ସମ୍ବଦ୍ଧନା ଦିଆଯାଇଥିବା ବେଳେ ନୁତନ ଭାବେ ଯୋଗଦାନ କରିଥିବା ଏଡିଇଓ ଈଶ୍ୱର ସେଠଙ୍କୁ ସ୍ବାଗତ କରାଯାଇଥିଲା । ଉଭୟଙ୍କୁ ଫୁଲତୋଡା, ଉପଢୌକନ ପ୍ରଦାନ କରାଯାଇଥିଲା । ବିଦାୟୀ ଏଇଡିଓ ତାଙ୍କ ସ୍ୱଳ୍ପ ରହଣୀ ସମୟ ଭିତରେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଆଲୋକପାତ କରିବା ସହ ପଂଚାୟତବାସୀ, ସରପଂଚ, ପିଇଓଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ପଂଚାୟତବାସୀଙ୍କ ଅମାୟୀ ବ୍ୟବହାରକୁ ଭୁଲି ପାରିବେ ନାହିଁ ବୋଲି କହିଥିଲେ । ପଂଚାୟତ ଉନ୍ନୟନ ପାଇଁ ସମସ୍ତେ ସହ ଯୋଗ କରିବା ପାଇଁ ସରପଂଚ ଶ୍ରୀସାହୁ କହିଥିଲେ । କାର୍ଯ୍ୟକ୍ରମରେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ରୀତା ପଣ୍ଡା, ଯୋଗାଣ ସହାୟକ ପଂଚାନନ ମୁଟାରୀ, ଗ୍ରାମପଂଚାୟତ କର୍ମଚାରୀ ସାନନ୍ଦ ପାଣ୍ଡେ, ଏମବିକେ ପୂଜା ବାରିକ ସମେତ ସମସ୍ତ ସିଆରପି, ଅଙ୍ଗନୱାଡି କର୍ମୀ, ସମିତି ସଭ୍ୟା ବିନ୍ଦୁ ଦଣ୍ଡସେନା, ୱାର୍ଡସଭ୍ୟ ପରମେଶ୍ୱର ଚାଆଁର, ତପ ସେଠ, ଗୋଲାପୀ ବରିହା, ଉମାକାନ୍ତ ପାଳ ସମେତ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଲୋକେ ଉପସ୍ଥିତ ଥିଲେ