-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନର ଅର୍ଥନୀତି ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ମୁଣ୍ଡ ଯାହାଙ୍କ ପାଖରେ ଭରିରହିଛି ନମ୍ରତା, ନିଷ୍ଠା,ଶ୍ରଦ୍ଧା,ସରଳତା,ଅନୁଶାସନ, ସମୟାନୁବର୍ତ୍ତିତା,ନିରପେକ୍ଷ ବିଚାର, ସତ୍ୟବାଦିତା,ମିଷ୍ଟଭାଷୀ, ସଂଯମତା,ଧୈର୍ଯ୍ୟ,ଶିକ୍ଷା ଦାନରେ ସହଜ ସରଳ କୌଶଳ, ତାଙ୍କୁ ଆଜି ବିଦ୍ୟାଳୟର ସମସ୍ତ କର୍ମଚାରୀ ଉଛସିତ ତଥା ଭାବ ବିହ୍ବଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ଗୟାଧର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରାଧ୍ୟାପକ ସାମୁଏଲ ଦାନି ଅଧ୍ୟକ୍ଷଙ୍କ ୩୫ ବର୍ଷ ୨ମାସର କାର୍ଯ୍ୟଧାରାକୁ ଅବିସ୍ମରଣୀୟ ବୋଲି ନିଜର ସୁନ୍ଦର୍ ଶବ୍ଦ ସଂଯୋଜନା ବଳରେ ପ୍ରକାଶ କରି ଭାବ ବିହ୍ଵଳିତ ପରିବେଶକୁ ଆହୁରି ଭାବ ବିହ୍ୱଳ କରିଦେଇଥିଲେ ।
ଅଧ୍ୟାପକ ଅସରଫ୍ ଅଲ୍ଲୀ,ଉପେନ୍ଦ୍ର ବଞ୍ଜାରା,ଶଙ୍କର ମେହେର,ପରମେଶ୍ବର ପଣ୍ଡା,ଚନ୍ଦନ ସାହୁ,ସୁପ୍ରକାଶ ବାଗ,ସ୍ଵପ୍ନେଶ୍ୱର ବେହେରା,ଶୋମୁ ଦଣ୍ଡସେନା,ଯୁଗ୍ରାଫି ଡେମନଷ୍ଟ୍ରେଟର ମଦନ ମୋହନ ମୁଣ୍ଡ,ଅଧ୍ୟାପିକା ସନମତି ମହାନନ୍ଦ,ସୋନାଲି ନାଏକ,ଦିପାନ୍ତି ଧଙ୍ଗଡ଼ା ମାଝୀ,ଭୂମିଶୁତା ନାଗ,ଅପରିଚିତା ନାନସି,ଶିବାନୀ ପାଣିଗ୍ରାହୀ,ସ୍ବପ୍ନା ପ୍ରଧାନି, ଅଣ ଶୈକ୍ଷିକ କର୍ମଚାରୀ ପବିତ୍ର ସା, ପୁର ନାଗ,ମହେନ୍ଦ୍ର କୈବର୍ତ୍ତ,ଅଭିଷେକ ଗୁଆଲ,ଶିବା ଦଣ୍ଡସେନା, ଶିବାନୀ ମୁଣ୍ଡ,ରୁକ୍ମଣୀ ବଛାଙ୍କ ଭାବ ବିହ୍ୱଳ ବକ୍ତବ୍ୟ ସଭାକୁ ସ୍ତମ୍ଭିଭୂତ କରିଥିଲା । ଉପସ୍ଥିତ ସାମ୍ବାଦିକ ବନ୍ଧୁ ରାମନାଥ ପଣ୍ଡା,ବିଶିକେସନ୍ ପଣ୍ଡା,ଦିଲ୍ଲୀପ କୁମାର ପଣ୍ଡା,ଟିକେଶ୍ୱର ନାଗ,ବଂଶୀ ଧର ନାଗ,ଭୀଷ୍ମ ଦେବ ହେର୍ଣ୍ଣା ଓ ଲମ୍ବୋଦର ବାଗ ପ୍ରମୁଖ ଅଧ୍ୟକ୍ଷଙ୍କ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପ୍ରତି ପ୍ରଶଂସା କରିବା ସହ ସୁଶାସକ ଭାବରେ ପରିଗଣିତ କରିଥିଲେ ତାଙ୍କର ମଣିଷ ପଣିଆ ଓ ଅମାୟିକ ଭାବ,ଛାତ୍ରବତ୍ସଳତା ଗୁଣ ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ ବୋଲି ମତ ବ୍ୟକ୍ତ କରିଥିଲେ ।ସମସ୍ତ କର୍ମଚାରୀ ଯଥା ଶକ୍ତି ଉପହାର ପ୍ରଦାନ ପୂର୍ବକ ଭୋଜନ ପରେ ଶୋଭାଯାତ୍ରାରେ ଅଧ୍ୟକ୍ଷ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସ୍ମିତା ମୁଣ୍ଡଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯାଇଥିଲେ ।ପ୍ରାଧ୍ୟାପକ ଗୟାଧର ମହାନ୍ତି ନୂତନ ଭାବରେ ଅଧ୍ୟକ୍ଷ ଦାୟୀତ୍ୱ ତୁଲାଇବାକୁ ସ୍ଵୀକୃତି ପ୍ରାପ୍ତ ହୋଇଥିବାରୁ ତାଙ୍କୁ ସହଯୋଗ କରିବାକୁ ଶ୍ରୀଯୁକ୍ତ ମୁଣ୍ଡଙ୍କୁ ସମସ୍ତେ ଅନୁରୋଧ କରିଥିଲେ।ବିଦ୍ୟାଳୟର ସମସ୍ତ ଚାବି ନୂତନ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ।ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ନିଜେ ସାରଥୀ ସାଜି ଗାଡ଼ି ଚଳାଇ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପହଞ୍ଚାଇବାଥିଲେ ।ସମସ୍ତେ ଶ୍ରୀଯୁକ୍ତ ମୁଣ୍ଡଙ୍କ ଅବସର ବୟସ ସୁଖ ଓ ଶାନ୍ତିରେ କଟିବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।