-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଜିଲ୍ଲା

ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ

31-Jul-2026



ଟିଟିଲାଗଡ: ଟିଟିଲାଗଡ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ସ୍ଥାୟୀ ନିଯୁକ୍ତି ନ ଥିବାରୁ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହେଉଥିବା ଅଭିଯୋଗ ଉଠିଛି।ବର୍ତ୍ତମାନ ପୁଇଁତଲା ବ୍ଲକର ବିଇଓ ଟିଟିଲାଗଡର ଇନ୍-ଚାର୍ଜ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ପୁଇଁତଲା ଓ ଟିଟିଲାଗଡ ମଧ୍ୟରେ ପ୍ରାୟ ୭୦ କିଲୋମିଟର ଦୂରତା ଥିବାରୁ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି।
ସୂଚନା ଅନୁସାରେ,ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କିମ୍ବା ଅନୁମୋଦନ ପାଇଁ ଟିଟିଲାଗଡ ବିଇଓ କାର୍ଯ୍ୟାଳୟର ଏବିଇଓ ଓ ଅନ୍ୟ କର୍ମଚାରୀମାନଙ୍କୁ ବାରମ୍ବାର ପୁଇଁତଲା ବିଇଓ କାର୍ଯ୍ୟାଳୟକୁ ଯିବାକୁ ପଡୁଛି।ଫଳରେ କାର୍ଯ୍ୟାଳୟର ଦୈନନ୍ଦିନ କାମ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।
କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟର,ଯିଏ ଇସ୍ୟୁ ଆଣ୍ଡ ଡେସ୍ପାଚ ଶାଖାର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।ସେ ନିଜର ମୂଳ କାର୍ଯ୍ୟ ସହ ବାରମ୍ବାର ପୁଇଁତଲା କାର୍ଯ୍ୟାଳୟକୁ ଯିବାକୁ ପଡୁଥିବା କହିଛନ୍ତି।ସେହିପରି ଜଣେ ଜୁନିଅର ଆସିଷ୍ଟାଣ୍ଟ ମଧ୍ୟ କାର୍ଯ୍ୟାଳୟ କାମରେ ସମୟ ସମୟରେ ପୁଇଁତଲା ଯାଉଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ,ସ୍ଥାୟୀ ବିଇଓ ନ ଥିବାର ସୁଯୋଗରେ କେତେକ କର୍ମଚାରୀ କାର୍ଯ୍ୟ ସମୟ ଶେଷ ହେବା ପୂର୍ବରୁ କାର୍ଯ୍ୟାଳୟ ଛାଡ଼ି ବଲାଙ୍ଗିର ଯାଉଥିବା ନେଇ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ହେଉଛି। 
ଏହାଛଡ଼ା,କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବିନା ଅନୁମତିରେ ଶିକ୍ଷା ଅଧିକାରୀଙ୍କ ସରକାରୀ ଜରାଜୀର୍ଣ୍ଣ ବାସଗୃହରେ ରହୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ସମ୍ପୃକ୍ତ କର୍ମଚାରୀ ନିଜ ଖର୍ଚ୍ଚରେ ବାସଗୃହର ମରାମତି କରି ସେଠାରେ ପରିବାର ସହ ରହୁଥିବା କହିଥିବା ବେଳେ,ଯଦି ବାସଗୃହଟି ପ୍ରକୃତରେ ଜରାଜୀର୍ଣ୍ଣ ଥିଲା,ତେବେ ଏହା ବାସଯୋଗ୍ୟ ବୋଲି କୌଣସି ସୁରକ୍ଷା ପ୍ରମାଣପତ୍ର ମିଳିଥିଲା କି ନାହିଁ,ତାହା ତଦନ୍ତ ସାପେକ୍ଷ।ସେ ପ୍ରାୟ ଦୁଇ

ବର୍ଷରୁ ଉର୍ଦ୍ଧ୍ବ ସମୟ ଏହି କ୍ୱାର୍ଟର ରେ ରହୁଥିବା ବେଳେ ଘର ଭଡ଼ା,ବିଦ୍ୟୁତ୍ ବିଲ୍ ଏବଂ ପାଣି ବିଲ୍ କାହାକୁ ଦେଉଛନ୍ତି ଜଣାପଡ଼ିନାହିଁ।ଯଦି ଗୃହ ର ଭଡ଼ା ନ ଦେଇ ରହୁଛନ୍ତି ତେବେ ସରକାରୀ ରାଜସ୍ୱ କ୍ଷତି ହେଉ ନାହିଁ କି ବୋଲି ଚର୍ଚ୍ଚା ହେଉଛି।ଏ କ୍ଷତି କିଏ ବହନ କରିବ।
ସେହିପରି କାର୍ଯ୍ୟାଳୟର ଏବିଇଓ ପ୍ରତିଦିନ ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରୁ ଯାତାୟାତ କରୁଥିବା ସୂଚନା ମିଳିଛି।ଏଭଳି ପରିସ୍ଥିତିରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟର ପ୍ରଶାସନିକ ପରିଚାଳନା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
ସ୍ଥାନୀୟ ଶିକ୍ଷାବିତ୍ ଓ ସଚେତନ ମହଲର ମତ,ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସମସ୍ତ ବିଷୟର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେଲେ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆସିପାରିବ।ତେବେ ଏହି ଅଭିଯୋଗଗୁଡ଼ିକ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା