-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||     

HOME   ଜିଲ୍ଲା

ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ

29-Jun-2026



ନୂଆପଡ଼ା (ରାମନାଥ ପଣ୍ଡା )
ଦୃଢ଼ ଇଚ୍ଛାଶକ୍ତି, ସ୍ୱଚ୍ଛ ପ୍ରଶାସନ, ଜନସେବା ପ୍ରତି ନିଷ୍ଠା ଓ ସମର୍ପଣ ଏବଂ ବିକାଶ ପ୍ରତି ଦୂରଦର୍ଶୀ ଚିନ୍ତାଧାରା ଥିଲେ ମାତ୍ର ଚାରି ବର୍ଷ ମଧ୍ୟରେ ଏକ ସହରର ଭାଗ୍ୟ ପରିବର୍ତ୍ତନ କରାଯାଇପାରେ । ଖରିଆର ରୋଡ଼ ଏନଏସିର ଅଧ୍ୟକ୍ଷା ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ ନିଜର ଚାରି ବର୍ଷର କାର୍ଯ୍ୟକାଳରେ ବିକାଶର ଏମିତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରିଛନ୍ତି ଯାହା ଆଜି କେବଳ ଖରିଆର ରୋଡ଼ ନୁହେଁ ବରଂ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନଗରର ସମସ୍ତ ୧୯ଟି ୱାର୍ଡରେ ନିୟମିତ ଜନଶୁଣାଣି, ଘରେ ଘରେ ଜନସମ୍ପର୍କ ଅଭିଯାନ ଓ ହ୍ୱାଟସ୍‌ଆପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରି ସେ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ନୂଆ ସେତୁ ଗଢ଼ିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ପେନସନ, ରାସନ କାର୍ଡ ସମେତ ଅନେକ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କ ଘରଦୁଆରକୁ ପହଞ୍ଚାଇବାରେ ସେ ସଫଳ ହୋଇଛନ୍ତି । ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟରେ ଥିବା ୱାର୍ଡଗୁଡ଼ିକରେ ନୂତନ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଲୋକଙ୍କ ଆଶା ଆହୁରି ବଢ଼ିଛି ।
ସେହିପରି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ନିକଟରେ +୨ କଲେଜ ସ୍ଥାପନ, ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ଓ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଦୃଢ଼ ଦାବି ଉଠାଇ ସହରର ଭବିଷ୍ୟତ ବିକାଶର ମଜବୁତ ମୂଳଦୁଆ ରଖିଛନ୍ତି ।
ରେଳ ଷ୍ଟେସନର ରୂପାନ୍ତର ବିକାଶର ନୂଆ ପରିଚୟ ।
୨୦୨୨ ମସିହାରେ ଡିଆରୟୁସିସି ସଦସ୍ୟ ଥିବା ସମୟରେ ବିଜେପି ନେତା ଗୋଲ୍ଡି ଅଗ୍ରୱାଲ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ଏବଂ ରେଳ ଅଧିକାରୀଙ୍କ ସମ୍ମୁଖରେ ରଖିଥିବା ପ୍ରସ୍ତାବ ଆଜି ବାସ୍ତବ ରୂପ ନେଇଛି । ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ଅଧୀନରେ ଖରିଆର ରୋଡ଼ ରେଳ ଷ୍ଟେସନର କାୟାକଳ୍ପ ହୋଇଛି । ଫୁଟ୍ ଓଭରବ୍ରିଜ୍, ଲିଫ୍ଟ, କୋଚ୍ ଡିସ୍ପ୍ଲେ, ସୌନ୍ଦର୍ଯ୍ୟକରଣ ଓ ଜିଆରପି ଥାନା ଭଳି ଆଧୁନିକ ସୁବିଧା ସହରକୁ ନୂଆ ପରିଚୟ ଦେଇଛି ।
କୋଟି କୋଟି ଟଙ୍କାର ବିକାଶ ପ୍ରକଳ୍ପରେ ଚମକୁଛି ଖରିଆର ରୋଡ଼ ।
ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲଙ୍କ ନେତୃତ୍ୱରେ ସହରରେ ଏକାଧିକ ଐତିହାସିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି -

 

 

-

୨୭ କୋଟି ଟଙ୍କାର ଅତ୍ୟାଧୁନିକ ଅଟଲ ବସ୍ ଟର୍ମିନାଲ ।
- ଟର୍ଫ କ୍ରିକେଟ୍ ଗ୍ରାଉଣ୍ଡ ଓ ସ୍ୱିମିଂ ପୁଲ୍।
- ସ୍ମାର୍ଟ ପାର୍କ ଓ ସହର ସୌନ୍ଦର୍ଯ୍ୟକରଣ ।
- ବନକା, ମୁଣ୍ଡାଗାଁ ଓ ମୋଙ୍ଗରାପାଲି ପୋଖରୀର ପୁନରୁଦ୍ଧାର ଓ ବୋଟିଂ ବ୍ୟବସ୍ଥା ।
- କଲ୍ୟାଣ ମଣ୍ଡପ, ଇନଡୋର ଷ୍ଟାଡିୟମ, ଏମସିସି-ଏମଆରଏଫ କେନ୍ଦ୍ର।
- ଦୁଇଟି ଆହାର କେନ୍ଦ୍ର ।
- ଜୋଙ୍କ ନଦୀ ଉପରେ ଓଭରବ୍ରିଜ୍ ।
- ୫ କୋଟି ଟଙ୍କାର ଗୋଶାଳା ।
- ନୂତନ ଏନଏସି ଭବନ ।
- ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ।
- ୩୨ କୋଟି ଟଙ୍କାର ଏନଏଚ୍ ରୋଡ଼ ପ୍ରଶସ୍ତୀକରଣ ଓ ମାଷ୍ଟର ଡ୍ରେନ୍ ।
- ମଡେଲ ମଙ୍ଗଳ ବଜାର, ଚୌପାଟି, ଆଧୁନିକ ଆମ୍ବୁଲାନ୍ସ, ପବ୍ଲିକ ଲାଇବ୍ରେରୀ, ହାଇମାଷ୍ଟ ଲାଇଟ୍ ଓ ନୂଆ ସ୍ମାର୍ଟ ପାର୍କ ପାଇଁ ପ୍ରକଳ୍ପ ।

ମ୍ୟୁନିସିପାଲିଟି ହେବା ଦିଗରେ ଦ୍ରୁତ ଅଗ୍ରସର ଖରିଆର ରୋଡ଼ ।
ଡ଼ଃ ସୋନିଆଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ସଫଳତା ହେଉଛି ଖରିଆର ରୋଡ଼ ବର୍ତ୍ତମାନ ଏନ ଏ ସିରୁ ମ୍ୟୁନିସିପାଲିଟି ହେବାର ଦ୍ୱାରଦେଶରେ ପହଞ୍ଚିଛି । ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ଏହି ଘୋଷଣା କରିସାରିଛନ୍ତି ।

ଶିକ୍ଷିତ, ସ୍ୱଚ୍ଛ ଓ ଜନମୁଖୀ ନେତୃତ୍ୱର ଉଦାହରଣ -
ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଏଚଡି ହାସଲ କରିଥିବା ଡ଼ଃ ସୋନିଆ ବର୍ତ୍ତମାନ ଏଲଏଲବି ଅଧ୍ୟୟନ କରୁଛନ୍ତି । ସହରର ମନ୍ଦିର ସୌନ୍ଦର୍ଯ୍ୟକରଣ, ରାସ୍ତା, ନାଳ, ସଫେଇ, ଷ୍ଟ୍ରିଟ୍ ଲାଇଟ୍, ବିଦ୍ୟୁତ ବ୍ୟବସ୍ଥା, ସ୍କୁଲ ଓ ଆଙ୍ଗନୱାଡ଼ିର ଉନ୍ନତି ସହ ନୂତନ ଷ୍ଟାଡିୟମ ଏବଂ ସହରର ଦୁଇ ପାର୍ଶ୍ୱରେ ସ୍ୱାଗତ ତୋରଣ ନିର୍ମାଣ ପାଇଁ ମଧ୍ୟ ସେ ପଦକ୍ଷେପ ନେଇଛନ୍ତି ।
ବର୍ତ୍ତମାନ ଖରିଆର ରୋଡ଼ରେ ଦେଖାଯାଉଥିବା ବିକାଶର ନୂଆ ଚିତ୍ର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲଙ୍କ ଦୂରଦର୍ଶୀ ନେତୃତ୍ୱ, ସମର୍ପିତ ଜନସେବା ଓ ବିକାଶମୂଳକ ଚିନ୍ତାଧାରାର ପ୍ରତିଫଳନ ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଖରିଆର ରୋଡ଼ର ବିକାଶ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଗଣିତ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026

You Might Also Like