-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା

28-Jun-2026



ବିନିକା(ହିମାଂଶୁ ଶେଖର ପୁଟେଲ) ୨୦୨୨ବର୍ଷ ଜୁନ ୧୩ତାରିଖ ବିନିକା ସ୍ପୋର୍ଟସ କ୍ଲବରେ ଖୋଲିଲା ସ୍ମାର୍ଟ ଲାଇବ୍ରେରୀ ।ଦେଖୁ ଦେଖୁ ୪ବର୍ଷ ୧୫ଦିନ ପୂରିଗଲା ପଛେ ହେଲେ ପ୍ରଶାସନର ଅଣଦେଖା ଯୋଗୁଁ ସ୍ମାର୍ଟ ଲାଇବ୍ରେରୀ କେବଳ ନାମକୁ ମାତ୍ର ଲାଇବ୍ରେରୀରେ ହିଁ ରହିଛି ।କ୍ୟାରିଅର ଗଠନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଆଶା,ଉଦ୍ଧୀପନା ରହିଥିଲା ତାହା ଫସକି ଯାଇଛି ।ଅବସରପ୍ରାପ୍ତ ହେଉ କି ସଚେତନ ନାଗରିକ ମାନଙ୍କ ପାଇଁ ସେଭଳି ପାଠ୍ୟ ପୁସ୍ତକ ନଥିବା ଏବଂ ସ୍ମାର୍ଟ ଲାଇବ୍ରେରୀରେ ପାଠକଙ୍କ ନିମନ୍ତେ ମୌଳିକ ସୁବିଧା ଡ୍ରିଙ୍କିଂ ୱାଟର,ଟଏଲେଟ୍ କି  ପରିସ୍ରାଗାର ନଥିବାରୁ ପଡ଼ିବା ପାଇଁ କେହି ବି ଜଣେ ମନ ବୁଲାଉ ନାହାନ୍ତି । ସ୍ମାର୍ଟ ଲାଇବ୍ରେରୀର ସୁଫଳ ଲକ୍ଷ୍ୟ ନେଇ କେତେ ଆଶା ଭରସା ବାନ୍ଧି ରଖିଥିବା ଆଜିର ଯୁବ ପିଡି ସମ୍ପୂର୍ଣ୍ଣ ଭାବରେ ନିରାଶ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ।ଯେତେବେଳେ ସ୍ପୋର୍ଟସ କ୍ଲବ ଅତ୍ୟାଧୁନିକରେ ପରିଣତ ହେବ ବୋଲି ଆଭାସ ମିଳିଲା ସେତେବେଳେ କ୍ଳବର ସମସ୍ତ ସଦସ୍ୟଙ୍କ ସମେତ ବିଶେଷ କରି ଅଞ୍ଚଳର ଯୁବ ପିଡି ମହଲରେ ଆନନ୍ଦର ଲହରୀ ଖେଳିଗଲା।ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ପ୍ରଚେଷ୍ଟାରେ ସୁବର୍ଣ୍ଣପୁର ଜିଲ୍ଲା ଲାଇବ୍ରେରୀର ଦ୍ୱିତୀୟ ଶାଖା ଭାବେ ବିନିକା ସ୍ପୋର୍ଟସ କ୍ଲବରେ ସ୍ମାର୍ଟ ଲାଇବ୍ରେରୀ ଖୋଲିବା ପାଇଁ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହେଲା ଏବଂ ଜିଲ୍ଲାପାଳ ଶ୍ରୀମତୀ ନରୱନେ ମଧ୍ୟ ବିନିକା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବିନିକା ଏନଏଏସି ପ୍ରଶାସନିକ ଦାୟିତ୍ୱରେ ଥିବା ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ ୨ଥର ବିନିକା ଗସ୍ତରେ ଆସି ବିଜ୍ଞାପିତ ଅଂଚଳ ପରିଷଦର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥଙ୍କ ସହିତ ଆଲୋଚନା କରି ସ୍ପୋର୍ଟସ କ୍ଲବରେ ସ୍ମାର୍ଟ ଲାଇବ୍ରେରୀ ଖୋଲିବା ନେଇ ନିଷ୍ପତ୍ତି ନେବା ସହିତ ପାଠକଙ୍କ ସୁବିଧା ନିମନ୍ତେ ଏହାର ନବକଳେବର ନେଇ କାର୍ଯ୍ୟ ଆରମ୍ଭ ହେଲା ।୫ବର୍ଷ ପାଇଁ ସ୍ପୋର୍ଟସ କ୍ଲବର ତଳ ବିଲ୍ଡିଙ୍ଗକୁ ନିଜ ଆୟତ୍ତରେ ରଖିବା ନେଇ ପ୍ରଶାସନିକ ସ୍ତରରେ ଏମଓୟୁ କରାଗଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶୀଘ୍ର ସ୍ମାର୍ଟ ଲାଇବ୍ରେରୀ ଖୋଲିବା ନେଇ ସ୍ପୋର୍ଟସ କ୍ଲବର ନବକଳେବର କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇ ଶେଷ ହେଲା ।ଗତ ୨୦୨୨ ବର୍ଷ ଜୁନ ୧୩ତାରିଖରେ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଉତ୍ସାହ ଉଦ୍ଧିପନା ମଧ୍ୟରେ ଜିଲ୍ଲାପାଳ ଶ୍ରୀମତୀ ନରୱନେ ସ୍ମାର୍ଟ ଲାଇବ୍ରେରୀକୁ ଉଦ୍ଘାଟନ କରିଥିଲେ।ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ମିଶ୍ରଙ୍କ ସମେତ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକର ରଥ,ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ,ନଗରପାଳ ସୁବାସ ଭୋଇ,ଅଧ୍ୟାପିକା  ବୈଜୟନ୍ତୀ ସାହୁ,ବିନିକା ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ଏବଂ ବିଭିନ୍ନ ବିଭାଗର ଅଧିକାରୀ, କାଉନସିଲର ମାନେ ଉପସ୍ଥିତ ଥିଲେ।ହେଲେ ଦୁଃଖର ବିଷୟ ୨ବର୍ଷ ଧରି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏବଂ ଦେନିକ ଖବର କାଗଜ ସକାଳରେ ସ୍ମାର୍ଟ ଲାଇବ୍ରେରୀକୁ ପ୍ରଶାସନିକ ସ୍ତରରେ ଖଣ୍ଡିଏ ବି ବହି ଯୋଗାଇ ଦିଆଯାଇ ନାହିଁ ଖବର ପ୍ରକାଶନ ପରେ ଜିଲ୍ଲା ଲାଇବ୍ରେରୀ ଶାଖାରୁ ପ୍ରାୟ ବିଭିନ୍ନ ପ୍ରକାରର ଏକ ହଜାର ବହି ମିଳିଛି। ଯାହାକି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିଅର ଗଠନରେ ଉକ୍ତ ପାଠ୍ୟ ପୁସ୍ତକ କାମରେ ଆସୁ ନାହିଁ।କେବଳ ବୟସ୍କ ନାଗରିକଙ୍କ ପାଇଁ ଉକ୍ତ ବହି ଉପଯୋଗୀ ।ଅନ୍ୟ ପକ୍ଷରେ ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାରର ବହି ସ୍ଵ ଇଚ୍ଛାରେ ଦାନ କରିଛନ୍ତି ।ସ୍ମାର୍ଟ ଲାଇବ୍ରେରୀ ଖୋଲିବା ପରେ ଅବସର ବିନୋଦନ ନିମନ୍ତେ  ଅବସରପ୍ରାପ୍ତ କର୍ମଚାରୀ,ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଲାଇବ୍ରେରୀକୁ ଆସି ପାଠ ପଢ଼ିବା ଆରମ୍ଭ କରିଥିଲେ ହେଲେ ସେମାନଙ୍କ ପାଇଁ ଡ୍ରୀଙ୍କିଂ ୱାଟର, ଟଏଲେଟ କି ପରିସ୍ରାଗାର ସୁବିଧା ନଥିବାରୁ ୩ବର୍ଷ ହେଲା ସେମାନେ ଆଉ ପଡ଼ି ଆସୁନାହାନ୍ତି । ଲାଇବ୍ରେରୀ ଖୋଲିବା ପରେ ରିଡିଙ୍ଗ ରୁମରେ ଅଧ୍ୟୟନ ସକାଶେ ୫/୬ ଜଣ ସଦସ୍ୟ ୬ମାସ ପାଇଁ ୫ଶହ ଟଙ୍କା ଲେଖାଁଏ ବୁଝାଇ ସଦସ୍ୟତା ଗ୍ରହଣ କରିଥିଲେ ।ହେଲେ ତାଙ୍କର ସଦସ୍ୟତା ପୂରଣ ହୋଇଛି ।ନୂତନ କରି ରେନୁଆଲ କଲେ ଯାଇ ସେମାନେ ପୁନର୍ବାର ଲାଇବ୍ରେରୀ ରେ ଅଧ୍ୟୟନ କରିପାରିବେ ।ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ବିନିକା ସ୍ପୋର୍ଟସ କ୍ଲବରେ ସ୍ମାର୍ଟ ଲାଇବ୍ରେରୀ ଖୋଲିଲା ସତ ହେଲେ ପ୍ରଶାସନିକ ଅଣଦେଖା ଯୋଗୁଁ ତାହା ଠିକ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ କି ଲାଇବ୍ରେରୀକୁ ଛାତ୍ରଛାତ୍ରୀଙ୍କ ମନ ମୁତାବକ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉ ନଥିବାରୁ କେହି ବି ଜଣେ ପଡ଼ିବା ପାଇଁ ମନ ବୁଲାଉ ନାହାନ୍ତି। ଯାହାକି ଏବେ ସ୍ମାର୍ଟ ଲାଇବ୍ରେରୀ ଖାଁ ଖାଁ ଲାଗୁଛି ।ଏହି ସ୍ମାର୍ଟ ଲାଇବ୍ରେରୀର ଦେଖା ରେଖାର ସମ୍ପୂର୍ଣ୍ଣ ଦାୟିତ୍ୱ କୁଆଡେ ବିନିକା ଏନଏସି ଅଧୀନରେ।କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ସ୍ମାର୍ଟ ଲାଇବ୍ରେରୀ ଖୋଲିବାର ୪ବର୍ଷ ମଧ୍ୟରେ ବିନିକା ଏନଏସିରେ ୨ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ଵ ନିର୍ବାହ କରି ଅନ୍ୟତ୍ର ବଦଳି ଯାଇଥିବା ବେଳେ ବର୍ତ୍ତମାନ ଦାୟିତ୍ୱରେ ଥିବା ଅଧିକାରୀ ୬ମାସରୁ ଉର୍ଦ୍ଧ୍ବ ହେଲା ରହିଥିଲେ ହେଁ କେହି ବି ଏହି ସ୍ମାର୍ଟ ଲାଇବ୍ରେରୀ ର ଭବିଷ୍ୟତ ନେଇ ଦେଖୁ ନଥିବା ଜଣାପଡ଼ିଛି ।ସେହିପରି ଅନ୍ୟ ପକ୍ଷରେ ବଲାଙ୍ଗୀର ସାଂସଦ ମହାରାଣୀ ସଙ୍ଗୀତା କୁମାରୀ ସିଂଦେଓ ଓ ପୂର୍ବତନ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ପୃଥକ ପୃଥକ ଭାବରେ ଏହି ସ୍ମାର୍ଟ ଲାଇବ୍ରେରୀକୁ ପରିଦର୍ଶନରେ ଆସିଥିଲେ ।ହେଲେ ବି ଏହାର ସଫଳ କାର୍ଯ୍ୟକାରିତା ନେଇ  ସେମାନଙ୍କ ଦୃଷ୍ଟି ଅନ୍ତରାଳରେ ରହି ଯାଇଛି ।ଯୁବପିଢ଼ିଙ୍କ କ୍ୟାରିଅର ଗଠନ କ୍ଷେତ୍ରରେ ଆରମ୍ଭ ହୋଇଥିବା ଏହି ସ୍ମାର୍ଟ ଲାଇବ୍ରେରୀରେ ରହିଥିବା ବିଭିନ୍ନ ଆନୁଷଙ୍ଗିକ ସମସ୍ୟା ସମାଧାନ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ରୁଚି ଅନୁଯାୟୀ ଚାହିଦା ମୁତାବକ ପାଠ୍ୟ ପୁସ୍ତକ ଯୋଗାଇ ଦିଆଗଲେ ଲାଇବ୍ରେରୀର ଭବିଷ୍ୟତ ଉଜ୍ଜଳମୟ ହେବ ଏବଂ ସମସ୍ତ ବର୍ଗର ଲୋକ ଜ୍ଞାନ ଆହରଣର ସୁଫଳ ପାଇ ପାରିବେ ବୋଲି ଆଶା କରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like