-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ରାଜ୍ୟ

ଚାରି ଦଶନ୍ଧିର ଶିକ୍ଷା ସେବାର ଅନ୍ତିମ ଅଧ୍ୟାୟ:ନରେନ୍ଦ୍ର ମିଶ୍ରଙ୍କୁ ଭାବବିହ୍ଵଳ ବିଦାୟ

06-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା।ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା,ଦାୟିତ୍ୱବୋଧ ଓ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରୀ ମିଶ୍ର ଶିକ୍ଷକ,ସମାଜ,ଅଭିଭାବକ ଓ ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିଲେ।ତାଙ୍କ ଅବସର ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭା ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା।ଶ୍ରୀ ମିଶ୍ର ନିଜର ଶିକ୍ଷକତା ଜୀବନର ଆରମ୍ଭ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବୁତୁଳା ଉଚ୍ଚ ବିଦ୍ୟାଳୟରୁ କରିଥିଲେ। ଜଣେ ସାଧାରଣ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ସେ ନିଜର ପରିଶ୍ରମ, ଅଧ୍ୟବସାୟ ଓ କର୍ତ୍ତବ୍ୟନିଷ୍ଠା ବଳରେ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ସେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ହାଇସ୍କୁଲ ରେ ସେବା ପ୍ରଦାନ କରିଥିଲେ।ଏହାପରେ ସେ ବଲାଙ୍ଗୀର

ସରକାରୀ ଟାଉନ ବାଳିକା ହାଇସ୍କୁଲକୁ ବଦଳି ହୋଇ ଆସି ଥିଲେ। କିଛି ବର୍ଷ ପରେ ରାମଗୋପାଳ ହିନ୍ଦୀ ହାଇସ୍କୁଲରେ ଦାୟିତ୍ୱ ନିର୍ବାହ କରି ପଦୋନ୍ନତି ପାଇ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟକୁ ଫେରିଆସିଥିଲେ।ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ଅବଶେଷରେ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ଶିକ୍ଷକତା କେବଳ ଏକ ଚାକିରୀ ନୁହେଁ,ଏହା ଏକ ପବିତ୍ର ସେବା।ନରେନ୍ଦ୍ର ମିଶ୍ର ନିଜ ଦୀର୍ଘ କର୍ମଜୀବନରେ ଏହି ସେବା ଧର୍ମକୁ ସଫଳତାର ସହ ନିର୍ବାହ କରିଛନ୍ତି। ଶ୍ରୀ ମିଶ୍ରଙ୍କ ଭଳି ଶିକ୍ଷକଙ୍କ କାର୍ଯ୍ୟଧାରା ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇରହିବ ବୋଲି ସେ କହି ଥିଲେ। ଏଡିଇଓ ପ୍ରବୀର ପଣ୍ଡା ନିଜ ବକ୍ତବ୍ୟରେ  ଜଣେ ଶିକ୍ଷକ ଙ୍କ ସଫଳତା ତାଙ୍କ ଛାତ୍ରଛାତ୍ରୀଙ୍କ ସଫଳତାରେ ପ୍ରତିଫଳିତ ହୁଏ ବୋଲି କହିବା ସହ ନରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଅନେକ ଛାତ୍ରଛାତ୍ରୀ ଜୀବନରେ ସଫଳତା ହାସଲ କରିଛନ୍ତି।ଶ୍ରୀ ମିଶ୍ରଙ୍କ କର୍ମନିଷ୍ଠା ଓ ସମର୍ପଣ ଭାବ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ।ଏଡିଇଓ ରୀନା କୁମାରୀ ବେହେରା ଶ୍ରୀ ମିଶ୍ର ଛାତ୍ରୀମାନଙ୍କ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ ର ବିକାଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।ତାଙ୍କର ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରୁଥିଲା ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ଏଡିଇଓ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଅବସର ଜୀବନର ପର୍ଯ୍ୟାୟର ସମାପ୍ତି ହୋଇ ପାରେ,କିନ୍ତୁ ଜଣେ ଉତ୍ତମ ଶିକ୍ଷକଙ୍କ ପ୍ରଭାବ କେବେ ଶେଷ ହୁଏନାହିଁ। ଶ୍ରୀ ମିଶ୍ର ଙ୍କ ଶିକ୍ଷାଦାନ, ପରାମର୍ଶ ଓ ମୂଲ୍ୟବୋଧ ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରିତ କରିବ ବୋଲି କହିଥିଲେ।ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ନିଜ ବକ୍ତବ୍ୟରେ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ସର୍ବୋଚ୍ଚ।ନରେନ୍ଦ୍ର ମିଶ୍ର ଙ୍କୁ ଜଣେ ଆଦର୍ଶ ଶିକ୍ଷକ ବୋଲି କହିବା ସହ ମହିଳା ଶିକ୍ଷା ର ବିକାଶରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।ପୂର୍ବତନ ସାଂସଦ ନିରଞ୍ଜନ ବିଶି ନିଜ ବକ୍ତବ୍ୟରେ କହିଥିଲେ ଏକ ଅଞ୍ଚଳର ଉନ୍ନତିର ମୂଳ ଆଧାର ହେଉଛି ଶିକ୍ଷା।ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନରେନ୍ଦ୍ର ମିଶ୍ର ଯେଉଁ ପରିଶ୍ରମ କରିଛନ୍ତି,ତାହା ପ୍ରଶଂସନୀୟ। ତାଙ୍କ ଭଳି ଶିକ୍ଷକ ମାନେ ହିଁ ସମାଜର ପ୍ରକୃତ ନିର୍ମାତା।ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ନିଜ ବକ୍ତବ୍ୟରେ କହିଥିଲେ ଶୃଙ୍ଖଳା, ନୈତିକତା ଓ ଦାୟିତ୍ୱବୋଧ ହେଉଛି ଜୀବନର ସଫଳତାର ମୂଳମନ୍ତ୍ର।ଏହି ଗୁଣଗୁଡିକୁ ନରେନ୍ଦ୍ର ମିଶ୍ର ନିଜ ଛାତ୍ରଛାତ୍ରୀମାନଙ୍କ ମନରେ ସଞ୍ଚାର କରିବାକୁ ସଦା ପ୍ରୟାସ କରିଛନ୍ତି।ଏହା ତାଙ୍କର ସବୁଠାରୁ ବଡ ସଫଳତା ବୋଲି ସେ କହିଥିଲେ।ନାଗରିକ କମିଟି ସଭାପତି ଡ଼.ଶ୍ରୀକର ମିଶ୍ର ତାଙ୍କ ବକ୍ତବ୍ୟରେ ନରେନ୍ଦ୍ର ମିଶ୍ରଙ୍କୁ ଶିକ୍ଷା ଜଗତର ଜଣେ ଯୁଗଜନ୍ମା ପୁରୁଷ ବୋଲି କହିବା ସହ ଶିକ୍ଷା,ଶୃଙ୍ଖଳା, ମୂଲ୍ୟବୋଧ ଓ ମାନବିକତାର ଯେଉଁ ଆଦର୍ଶ ସ୍ଥାପନ କରିଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।ଜଣେ ଶିକ୍ଷକ ଭାବେ ସେ କେବଳ ପାଠ ପଢାଇ ନାହାନ୍ତି, ବରଂ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଗଢିବାରେ ମାର୍ଗଦର୍ଶକ ହୋଇଛନ୍ତି। ତାଙ୍କର ସରଳତା,କର୍ମନିଷ୍ଠା ଓ ନେତୃତ୍ୱ ଗୁଣ ତାଙ୍କୁ ସମସ୍ତଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଅବସର ଗ୍ରହଣ ପରେ ମଧ୍ୟ ତାଙ୍କର ଆଦର୍ଶ, ଚିନ୍ତାଧାରା ଓ କର୍ମ ର ସୁଗନ୍ଧ ଶିକ୍ଷା କ୍ଷେତ୍ରରେ ଚିରସ୍ମରଣୀୟ ହୋଇରହିବ ବୋଲି ଡ଼. ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ପୁରାତନ ଛାତ୍ରୀ, ଅଭିଭାବକ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିନିଧି ମାନେ ନରେନ୍ଦ୍ର ମିଶ୍ରଙ୍କ ସହ କାର୍ଯ୍ୟ ଅଭିଜ୍ଞତା ବାଣ୍ଟିଥିଲେ।ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟରେ ନାଗରିକ କମିଟି ତରଫରୁ ଶ୍ରୀକର ମିଶ୍ର, ରେଲୱେ ଉପଭୋକ୍ତା ସଂଘ ତରଫରୁ ପ୍ରଫେସର ତରୁଣ ମିଶ୍ର,ସିନିଅର ସିଟିଜନ ଫୋରମ ତରଫରୁ ପ୍ରଭାକର ମିଶ୍ର,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଗୋବିନ୍ଦ ମିଶ୍ର,ସିଟିଜନ ୱେଲଫେୟାର ଫେଡେରେସନ ତରଫରୁ କପିଲେଶ୍ୱର ଖମାରୀ,ସୁନୀଲ ଚନ୍ଦ୍ର ବିଶ୍ୱାଳ, ଫେନ୍ସିଙ୍ଗ,ଲନଵଲ ଓ ସ୍ଵିମିଙ୍ଗ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, ୱେଟ ଲିଫଟିଙ୍ଗ ସଂଘର ସଭାପତି ସୁଦାମ ବେହେରା, ଜିଲ୍ଲା ଆଥଲେଟିକ ଆସୋସିଏସନର ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଆଲୁମିନି କମିଟି ଆନନ୍ଦିନୀ ଦର୍ଜୀ, ରଚନା ଅନୁଷ୍ଠାନର ସଭାପତି ସନାତନ ଠାକୁର, ଫ୍ରେଣ୍ଡସ କ୍ଲବର ସମ୍ପାଦକ ଜଗନ୍ନାଥ ମିଶ୍ର, ସନତ ତ୍ରିପାଠୀ, ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଲୋଟସ ଷଡ଼ଙ୍ଗୀ,ସିଭିଲ ସୋସାଇଟି ବଲାଙ୍ଗୀର ତରଫରୁ ଇଂ.ବେଲାର ସିଂ ଭୋଇ, ମନୋରଞ୍ଜନ ସାହୁ,ଜିଲ୍ଲା ଲେଖକ ପରିଷଦ ତରଫରୁ ସଭାପତି ଜୟ କୁମାର ଆଚାର୍ଯ୍ୟ,ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ, ୟୁଜିବି ବଲାଙ୍ଗୀରର ରିଜିଓନାଲ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ,ଡିସିସିବି ବଲାଙ୍ଗୀର ର ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ ମ୍ୟାନେଜର ଶିରୋମଣି ସାହୁ,ଓଷ୍ଟା ବଲାଙ୍ଗୀରର ସଭାପତି ପ୍ରଦୀପ ପୁଟେଲ,କାର୍ଯ୍ୟକାରୀ ସଭାପତି ଅନିଲ ସାହୁ,ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର, ଉପସଭାପତି ଟୁକୁ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ,ପଶ୍ଚିମ ଓଡିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ରବି ମିଶ୍ର,ବିଭୁତି ବିନ୍ଧାଣି, ବିଭୁଦତ୍ତ ମିଶ୍ର,ଭୂମିକା ପରିବାର ତରଫରୁ ଅଖିଳ ହୋତା,ଚିତ୍ତ ରଞ୍ଜନ ଦାଶ,ବିରେନ ବନଛୋର,ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ,ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ବିକାଶ ସାହୁ,ଜିଲ୍ଲା ସ୍କାଉଟ କମିସନର ବିନୋଦ ମହାପାତ୍ର,ଜିଲ୍ଲା ଗାଇଡ଼ କମିସନର ଜୟଶ୍ରୀ ପୋଢ଼,କ୍ରୀଡା ବିଭାଗର ହେମନ୍ତ ପ୍ରଧାନ,ପ୍ରଧାନ ଶିକ୍ଷକ ସୁନୀଲ ବେହେରା, ସରୋଜ ମାଝୀ,ରାଜ ପ୍ରସାଦ ପ୍ରଧାନ,ଆନନ୍ଦ ବଡ଼ପଣ୍ଡା,ବରୁଣ

ସାହୁ,ନୀଳିମା ପୁରୋହିତ,ଏନପିଏସ ସଂଘ ତରଫରୁ ରାଜକୁମାର ଭୋଇ ଓ ଦ୍ବିତିରଞ୍ଜନ ମହାଲିଙ୍ଗ,ହିନ୍ଦୀ ଶିକ୍ଷକ ଜଗଦୀଶ ନାଗ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁ, ସରୋଜ ନାୟକ,ଅବସରପ୍ରାପ୍ତ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ସୋନପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ମଦନ ମୋହନ ଖେତୀ,ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ,ଓଡିଶା ସାମ୍ବାଦିକ ସଂଘ,ସୋନପୁର,ସୁମିତ ପୁରୋହିତ ଓ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଓଡି଼ଶା ସାମ୍ବାଦିକ ସଂଘ ବଲାଙ୍ଗୀର ଜିଲ୍ଲା ଶାଖା,ସ୍ୱଚ୍ଛ ଭାରତ ସଂଗଠନ,ଭାରତ ବିକାଶ ପରିଷଦ, କବି,ସାମ୍ବାଦିକ ତଥା ଅଧ୍ୟାପକ ସନ୍ଦୀପ କୁଅଁର,ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ସତ୍ୟବନ୍ତ ବେଦବାକ, ଅସୀମ କରାଟେ ଆସୋସିଏସନ ର ଅସୀମ ଭୋଇ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ଶୁଭମ ଅଗ୍ରୱାଲ, ମିତ୍ର ରୋଟୀ ବ୍ୟାଙ୍କ ତରଫରୁ ଗୀତାଞ୍ଜଳି ନାହାକ ଓ ତାଙ୍କ ସାଥି,ବିଜୁ ପଟନାୟକ,ଡିଗ୍ରୀ କଲେଜ ସୋନପୁର ତରଫରୁ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ସରଳତା, କର୍ମନିଷ୍ଠା, ସମୟାନୁବର୍ତ୍ତିତା ଓ ନେତୃତ୍ୱ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ସ୍ୱାଗତ ସଂଗୀତ ଗାନ କରିଥିଲେ କଣ୍ଠଶିଳ୍ପୀ ବିଗ୍ୟେଶୀ ବାରିକ।ସଂଯୋଜନା ରାମ ଗୋପାଳ ଖମାରୀ ଶର୍ମା,ଅରୁନ୍ଧତୀ ବଢ଼େଇ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ନବଘନ ସାହୁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like