-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

କରଙ୍ଗାକଟାବନ୍ଧ ଓ ନରସିଂହବନ୍ଧ କାମକୁ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ

06-Jun-2026



ବଲାଙ୍ଗୀର (ପ୍ରେରଣା ଖବର):  ଚଳିତବର୍ଷ ୧୧ଟି ବନ୍ଧକଟାର ପୁନଃରୁଦ୍ଧାରକାମ ଚାଲିଥିବା ବେଳେ ଆଜି ନରସିଂହ ବନ୍ଧ ଠାରେ ଏକ ହାଇପଲିଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା । କରଙ୍ଗାକଟାବନ୍ଧ ଓ ନରସିଂହବନ୍ଧ କାମକୁ ନେଇ କଂଗ୍ରେସଦଳ ଓ ବିଜେଡିଦଳ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଦଳର ନଗର ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଆଜି କରଙ୍ଗାକଟା ଓ ନରସିଂହବନ୍ଧର ଉନ୍ନତିକରଣରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ଧାରଣା ଦିଆଯାଇଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ନେତୃତ୍ୱରେ ବିଜେଡିଦଳର ଶତାଧିକ ମହିଳାମାନେ ଆସି କଂଗ୍ରେସ ଓ ପୂର୍ବତନ କଂଗ୍ରେସ ବିଧାୟକଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଫଳରେ କିଛି ସମୟ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। କଂଗ୍ରେସର ବୁଲୁ ଦାନୀ ଓ ହିମାଂଶୁ ନାୟକ ଅଭିଯୋଗ ଉଠାଇଥିଲେ ଯେ, କରଙ୍ଗାକଟା ବନ୍ଧର ମାଟି ଉଠାଯାଇ ବାହାରକୁ ନେବା ବଦଳରେ ବନ୍ଧ ଭିତରେ ପୋତା ଯାଉଛି । ବ୍ରାହ୍ମଣପଡା ପଟକୁ ଥିବା ଆଡିତଳେ ମାଟି ପକାଯାଉଛି। ଦୁର୍ନୀତି କରାଯାଇ ମାଟିଉନ୍ନତିକରଣ ଦର୍ଶାଯାଉଥିବା କଂଗ୍ରେସ ଅଭିଯୋଗ ଉଠାଇ ପ୍ରଶାସନ ଏହାର ତଦନ୍ତ କରିବାକୁ ଦାବି କରିଥିଲା । ଶହଶହ ସଂଖ୍ୟାରେ କଂଗ୍ରେସଦଳର କର୍ମୀ ମାନେ ସାମିଲ ହୋଇ ପୌରପାଳିକା ବିରୁଦ୍ଧରେ ନାରାବାଜି କରିଥିଲେ । ଏହି ଦୁର୍ନୀତିର ତଦନ୍ତ କରିବାକୁ କଂଗ୍ରେସ ପକ୍ଷରୁ ତହସିଲଦାର ଲଗ୍ନଜିତ ବେହେରା ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହି ଧାରଣା ଚାଲିଥିବା ବେଳେ ବିଜେଡିଦଳର ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଓ ସ୍ଥାନୀୟ କାଉନସିଲର ନନ୍ଦିନୀ ପୋଢ ତଥା ଅନ୍ୟାନ୍ୟ କାଉନସିଲରଙ୍କ ସହ ଶତାଧିକ ମହିଳା ଆସି କଂଗ୍ରେସଦଳ ବଲାଙ୍ଗୀର ବିକାଶରେ ବାଧକ ସାଜୁଛନ୍ତି ବୋଲି ପ୍ରତ୍ୟାରୋପ କରିଥିଲେ । ସହରରେ ପୌରପାଳିକା ଏକ ଐତିହାସିକ ପଦକ୍ଷେପ ନେଇ ୧୧ଟି ବନ୍ଧର ପୁନଃରୁଦ୍ଧାର କାମ କରୁଥିବା ବେଳେ କଂଗ୍ରେସଦଳ ଅସହିଷ୍ଣୁ ହୋଇ ଦ୍ୱର୍ନୀତି ଆରୋପ ଆଣି କାମରେ ବାଧା ଦେବାକୁ ଚେଷ୍ଟା କରୁଛି ବୋଲି ପୌରାଧ୍ୟକ୍ଷା ଅଭିଯୋଗ ଉଠାଇଛନ୍ତି । ବ୍ରାହ୍ମଣପଡା ପଟେ ବନ୍ଧଆଡି ଛୋରଥିବାରୁ ଆଗକୁ ପେରିଫେରିଆଲ ସୌନ୍ଦର୍ଯ୍ୟକରଣ କରିବାକୁ ସେପଟର ଆଡିକୁ

ଚଉଡା କରାଯାଇ ମଜବୁତ କରାଯାଉଛି । ତାକୁ ବାହାନା କରି କଂଗ୍ରେସଦଳ ଦୁର୍ନୀତି ଅଭିଯୋଗ ଆଣୁଛି । ବରଂ ନରସିଂହ ବିଧାୟକ ଥିବା ବେଳେ ନୀରିହ ଲୋକଙ୍କ ଘରଭଙ୍ଗାଇ କିଛି ଉନ୍ନତିମୂଳକ କାମ କରାଇଲେ ନାହିଁ । ଏବେ ବିକାଶ କାମକୁ ସେ ସହି ପାରୁନାହାଁନ୍ତି । ନରସିଂହ ମିଶ୍ରଙ୍କ ସମୟରେ ଲକ୍ଷ୍ମୀଯୋର କାମରେ ମହାଦୁର୍ନୀତି ହୋଇଥିବା ବିଜେଡି ଅଭିଯୋଗ ଉଠାଇଛି । ଏହି ପ୍ରସଙ୍ଗ ଉଠାଇ ବିଜେଡିଦଳର ମହିଳାମାନେ ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ପ୍ରବଳ ନାରାବାଜି କରିଥିଲେ । ଫଳରେ ଉଭୟ କଂଗ୍ରେସଦଳ ଓ ବିଜେଡିଦଳର କର୍ମିଙ୍କ ନାରାବାଜିରେ ନରସିଂହବନ୍ଧ ଆଡି କିଛି ସମୟ ଉତ୍ତେଜନା ପୂର୍ଣ୍ଣ ରହିଥିଲା । ବଲାଙ୍ଗୀର ଏସଡିପିଓ ସରୋଜ ଉପାଧ୍ୟାୟ ଓ ଆଇଆଇସି ଅବନୀ ସାହୁ ପୋଲିସ ଟିମ୍ ସହ ଉପସ୍ଥିତ ରହି ପରିସ୍ଥିତିକୁ ଆୟତ୍ତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like