-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ବାରପାହାଡପୀଠ ପ୍ରକଲ୍ପକାମ ପରିଦର୍ଶନ♦️ ସୁବର୍ଣ୍ଣପୁର ଜିଲ୍ଲାରେ ଇକୋଟୁରିଜମର ଯଥେଷ୍ଟ ସମ୍ଭାବନା ରହିଛି-ଜିଲ୍ଲାପାଳ ଡ.ସାହୁ

06-Jun-2026



ତରଭା(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲାରେ ଇକୋଟୁରିଜମର ଯଥେଷ୍ଠ ସମ୍ଭାବନା ରହିଛି । ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳୀ ରହିଛି ,ଯାହାର ବିକାଶ କରାଗଲେ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ। ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ରାଜପାଲି/ବ୍ରାହ୍ମଣୀପାଲିର ବାରପାହାଡ ଜଙ୍ଗଲରେ ଥିବା ଦେବପୀଠ ସେଥିରୁ ଅନ୍ୟତମ । ଏଠାରେ ଏକ ଜଳସଂରକ୍ଷଣ କେନ୍ଦ୍ର ନିର୍ମାଣ ଚାଲିଛି,ଆଗକୁ ଆହୁରୀ ଉନ୍ନୟନମୂଳକ କାମ କରାଯିବ ବୋଲି ଆଜି ଏଠିକି ପରିଦର୍ଶନରେ ଆସି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ କହିଛନ୍ତି । ଆଜି ପ୍ରାୟ ଦିନ ୯ଟା ସମୟରେ ବାରପାହାଡପୀଠରେ ପହଞ୍ଚି ଚାଲିଥିବା ପ୍ରକଲ୍ପକାମ ବୁଲି ଦେଖିଥିଲେ । ପ୍ରାକୃତିକ ସୌନ୍ଦଯ୍ୟଭରା ବାରପାହାଡ ଖୋଲରେ ଅନେକକିଛି ବିକାଶ କାମ କରାଯାଇ ପରିବ ବୋଲି ସେ କହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଏଠିକି ପର୍ଯ୍ୟଟନ ବିଭାଗରୁ ୨୮ଲକ୍ଷ୬୯ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଇଥିଲା । କିନ୍ତୁ ବାକିଆ ଅର୍ଥ ନଆସିବାରୁ ସେହି ଅର୍ଥ ପଡିରହିଲା । ଚଳିତବର୍ଷ ବନବିଭାଗ ତାଙ୍କ ବିଭାଗରୁ ୨୪ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଇ ୮୦/୬୦ ମିଟର ଏକ ଜଳସଂରକ୍ଷଣ କେନ୍ଦ୍ରନିର୍ମାଣ କରାଇଛି । ପ୍ରାୟ ୧୦ଫୁଟ ପର୍ଯ୍ୟନ୍ତ ଖୋଳି ପ୍ରକଲ୍ପର ଆଉଟଲେଟ ଓ ଇନଲେଟ ନିର୍ମାଣ ଚାଲିଛି । ପ୍ରକଲ୍ପକାମ ଦେଖି ଜିଲ୍ଲାପାଳ ଡ.ସାହୁ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହା ବିକାଶର ଆରମ୍ଭ ମାତ୍ର,ଆଗକୁ ପର୍ଯ୍ୟଟକ ସୁବିଧା ପାଇଁ ଅନେକ କିଛି ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଗତବର୍ଷ ଏଠାରେ ୧୬୦୦ ଫଳନ୍ତିବୃକ୍ଷ ରୋପଣ କରାଯାଇଥିଲା । ଠିକ ସେହିପରି ଚଳିତବର୍ଷ ମଧ୍ୟ ବନବିଭାଗ ୧୦ହେକ୍ଟର ଜମିରେ ଫଳନ୍ତିବୃକ୍ଷ ରୋପଣ କରିବାକୁ ଯାଉଛି । ସ୍ଥାନୀୟ ଲୋକଙ୍କ ସହିତ ଆଲାଚନା କାଳରେ ପାହାଡଉପରେ ଥିବା ଦେବୀପୀଠ ପର୍ଯ୍ୟନ୍ତ ରାସ୍ତା ଓ ପାହାଚନିର୍ମାଣ,ପର୍ଯ୍ୟଟକଙ୍କ ପାଇଁ ପିକନିକ ପିଣ୍ଢି,ଚାଷିଙ୍କ ଜମିକୁ ପାଣିନେବାକୁ ପ୍ରକଲ୍ପରେ ଆଉଟଲେଟର ବ୍ୟବସ୍ଥା, ଉପରମୁଣ୍ଡରେ ଚେକଡ୍ୟାମ ନିର୍ମାଣ ଓ ତଳେ ଏକ ସୁଦୃଷ୍ୟ ଗେଟ ନିର୍ମାଣ କରିବାକୁ ଦାବି କରାଯାଇଥିଲା । ଉପସ୍ଥିତ ବନବିଭାଗର ଏସିଏଫ ଗିରିଧାରୀ ନାଗ, ରେଞ୍ଜ ଅଫିସର ସୁଭାଷ ମହାପାତ୍ର,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାଜେଶ ସାହୁ ଅନୁଦାନ ଓ ପ୍ରକଲ୍ପକାମ ବିଷୟରେ ଜିଲ୍ଲାପାଳ ଡ.ସାହୁଙ୍କୁ ଅବଗତ କରିଥିଲେ । କିଛିଚାଷି ଜମିମାନଙ୍କୁ ଜଳସେଚନ ସୁବିଧା ପାଇଁ ପ୍ରକଲ୍ପର ତଳମୁଣ୍ଡର ଆଡିକୁ ବଢାଇବାକୁ ଜିଲ୍ଲାପାଳ ଓ ଉପସ୍ଥିତ ବନଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଆଜିର ଜିଲ୍ଲାପାଳଙ୍କ ଏହି ପରିଦର୍ଶନ

ସମୟରେ ରାଜପାଲି ଗ୍ରାମର ବରିଷ୍ଠନାଗରିକ ବାଳଗୋପାଳ ପଣ୍ଡା,ଲୋକନାଥ ପଣ୍ଡା,ଅଭିମନ୍ୟୁ ପଣ୍ଡା,ବାସୁଦେବ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ମେଣ୍ଡାର ସନ୍ତୋଷ ଦାସ,ନରହରି ପୂଜାହାରୀ, କ୍ଷମାନିଧି ଝାଙ୍କର, ସିଦ୍ଧାର୍ଥ ଅଗ୍ରୱାଲ,ବିଭୁତିଭୁଷଣ ଝାଙ୍କର, ଭୁବନାନନ୍ଦ ବାଦୀ,ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ସମିତିସଭ୍ୟ ରାଜକିଶୋର ଭୁଏ,ବାରପାହାଡସେନାର କିଶୋର ପଣ୍ଡା,ପ୍ରମୋଦ ନାୟକ, ମନ ଖମାରୀ,ବ୍ରାହ୍ମଣୀପାଲିର ଭାଗିରଥି ସାହୁ,ଶେଷଦେବ ମେହେର,ସତ୍ୟାନନ୍ଦ ସାହୁ,ଡାହିମାଳର ଗୌତମ ସା, ବିଶ୍ୱାମିତ୍ର ସା,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ, ଧିରେନ୍ଦ୍ର ଝାଙ୍କର,ମଖନାମୁଣ୍ଡାର ଦେବୀ ପୂଜକ ଜିତେନ ଧରୁଆ, କୁଜାବୁଢା ଧରୁଆ, ତିଲେଇମାଲର ଦଶରଥ ଧରୁଆ ପ୍ରମୁଖଙ୍କ ସହ ଶତାଧିକ ଲୋକ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ରାଣିସର୍ଡାଠାରେ ହୋଇଥିବା ୧୦ହେକ୍ଟରର ବନୀକରଣକୁ ପରିଦର୍ଶନ କରିବା ସହିତ ପାଇକବାହାଲଠାରେ ଥିବା ଆଧ୍ୟାତ୍ମିକପୀଠ ସିତାରାମ ସିଦ୍ଧମଠ ଓ ଭାଗ୍ୟଡୁଙ୍ଗୁରୀକୁ ପରିଦର୍ଶନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like