-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
ବଲାଙ୍ଗୀର(ପ୍ରେରଣା ଖବର): ବିଗତ କିଛିଦିନ ହେଲା ବଲାଙ୍ଗୀର ବିଶ୍ୱର ସର୍ବାଧିକ ଉଷ୍ଣ ସହରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ପାଇ ସମ୍ବାଦ ଶିରୋନାମାରେ ରହିଥିଲା। ସହରର ତାପମାତ୍ରା ୪୫ ଡିଗ୍ରୀରୁ ୪୮ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ପହଞ୍ଚୁଥିବା ବେଳେ ମଧ୍ୟ ଟ୍ରାଫିକ ପୋଲିସ ଓ ଟାଉନ ପୋଲିସ କର୍ମଚାରୀମାନେ ନିରନ୍ତର ଭାବେ ନିଜ କର୍ତ୍ତବ୍ୟ ପାଳନ କରି ସହରର ଶୃଙ୍ଖଳା ଓ ସୁରକ୍ଷାକୁ ସୁଚାରୁଭାବେ କରିଆସିଛନ୍ତି। ୪୬ ଡିଗ୍ରୀର ପ୍ରଚଣ୍ଡ ଖରାରେ ମଧ୍ୟ ସେମାନେ ଟ୍ରାଫିକ ନିୟନ୍ତ୍ରଣ ସହ ଆଇନ ଶୃଙ୍ଖଳା ରକ୍ଷାରେ ନିୟୋଜିତ ରହି ଲୋକସେବା କରୁଛନ୍ତି ।
ସେମାନଙ୍କ ଏହି ନିଷ୍ଠା ଓ ନିସ୍ଵାର୍ଥ ସେବାରେ ପ୍ରଭାବିତ ହୋଇ ଯୁବୋଦୟର ଛାତ୍ରଛାତ୍ରୀମାନେ ଆଗକୁ ଆସି ଉତ୍ତରୀୟ ଓ
ସ୍ୱାସ୍ଥ୍ୟକର ପାନୀୟ ପ୍ରଦାନ କରି ସେମାନଙ୍କୁ ସମ୍ମାନିତ କରିଥିଲେ । ସହରର ସୁରକ୍ଷା ଓ ସାଧାରଣ ଲୋକଙ୍କ ସେବା ପାଇଁ ଦିନରାତି କାର୍ଯ୍ୟରତ ସମସ୍ତ କର୍ମୀଙ୍କ ପ୍ରତି ଏହା ଛାତ୍ରଛାତ୍ରୀଙ୍କର କୃତଜ୍ଞତାର ଏକ ସାଧାରଣ ପ୍ରୟାସ ଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଯୁବୋଦୟ ପକ୍ଷରୁ ‘ୱାଇସିଏପି (ୱାଇକ୍ୟାପ)’ ନାମକ ୪୫ ଦିନିଆ ଇନ୍-ହାଉସ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବିଏସସି, ବିସିଏ ଓ ବିବିଏ ଛାତ୍ରଛାତ୍ରୀମାନେ ଏହି ସାମାଜିକ କାର୍ଯ୍ୟରେ ସକ୍ରିୟ ଭାଗ ନେଇ ସହରର ୪୦ରୁ ଅଧିକ ‘ସମର ୱାରିଅର୍ସ’ଙ୍କୁ ସମ୍ମାନିତ କରିଥିଲେ ।
ଛାତ୍ରଛାତ୍ରୀଙ୍କ ଏହି ମାନବିକ ପଦକ୍ଷେପକୁ ସାଧାରଣ ଲୋକମାନେ ବହୁ ପ୍ରଶଂସା କରିଥିଲେ। କୃତଜ୍ଞତା ଓ ସାମାଜିକ ଦାୟିତ୍ୱବୋଧ ଜଣେ ଭଲ ନାଗରିକର ମୁଖ୍ୟ ଗୁଣ ବୋଲି ମତ ପ୍ରକାଶ ପାଇଥିଲା । ଏପରି ସଚେତନ ଓ ସେବାମୂଳକ କାର୍ଯ୍ୟ ନିଶ୍ଚିତ ଭାବେ ସମାଜ ପାଇଁ ପ୍ରେରଣାଦାୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଥିଲେ । ଆମେ ନିଜେ ଖରା ବର୍ଷା ୨୪ X ୭ ଛାତ୍ରଛାତ୍ରୀର ଭବିଷ୍ୟତ ପାଇଁ କାମ କରୁଛେ, ଆମେ ଭଲ ଭାବେ ବୁଝିପାରୁ ଅନ୍ୟମାନେ କେତେ କଷ୍ଟରେ ଚଳିତ ଗ୍ରୀଷ୍ମ ପ୍ରବାହରେ କାର୍ଯ୍ୟରତ, ଏହି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଆମର ଗୋଟିଏ ଛୋଟିଆ ସହୃଦୟରୁ ସମ୍ମାନ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅମ୍ବରୀଶ ଦାଶ କହିଥିଲେ l