-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
27-May-2026
କଟକ(ତପନ ମହାନ୍ତି ସାମ୍ବାଦିକ)ଆସନ୍ତା କାଲି ଇଦ୍ ଓ କଟକ ସହରରେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଜୋନ୍-୫ ଏସିପି ସୁଧାଂଶୁ ଜେନା (ACP) ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ସ୍ପେଶାଲ୍ ଡ୍ରାଇଭ୍ରେ କଟକ ଚାଉଳିଆଗଞ୍ଜ ଥାନା ଏବଂ ସି.ଆର୍.ଆର୍.ଆଇ. (CRRI) ଥାନା ପୋଲିସର ଅଧିକାରୀ ଓ ଜବାନମାନେ ସାମିଲ ହୋଇଥିଲେ। ସହରର ବ୍ୟସ୍ତବହୁଳ ଓଏମପି (OMP) ଛକଠାରୁ ଏହି ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇ ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଓ ପ୍ରମୁଖ ସ୍ଥାନ ପରିକ୍ରମା କରିଥିଲା। ସାଧାରଣ ଜନତାଙ୍କ ମଧ୍ୟରେ ସୁରକ୍ଷା ଭାବନା ସୃଷ୍ଟି କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।