-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ

16-Mar-2026



ଭୁବନେଶ୍ୱର(ପ୍ରେରଣା ଖବର): ଏସ୍ ସି ବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ରେ ୧୧ ଜଣ ଚିକିତ୍ସାଧୀନ ରୋଗୀଙ୍କ ର ମର୍ମନ୍ତୁଦ ହୃଦୟବିଦାରକ ମୃତ୍ୟୁ ଦୁର୍ଭାଗ୍ୟଜନକ ଓ ଏଥିପାଇଁ ପ୍ରଶାସନିକ ଅବହେଳା, ପରିଚାଳନାଗତ ତୃଟି ସବୋର୍ପରି ସରକାରୀ ଉଦାସୀନତା ଦାୟୀ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସିଥିବା ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ମତବ୍ୟକ୍ତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସିଥିବା ତଥ୍ୟ ଅନୁସନ୍ଧାନ କାରୀ ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନ ରେ ବଡ଼ ମେଡିକାଲରେ ପହଞ୍ଚି ଶବ ନିଆଁ ଲାଗିଥିବା ଘଟଣାସ୍ଥଳ, ଶବବ୍ୟବଚ୍ଛେଦ ଗୃହ ରେ ମୃତକ ଙ୍କୁ ଦେଖିବା ପରେ ଉପସ୍ଥିତ ମୃତକଙ୍କ ପରିବାର ସଦସ୍ୟ ଙ୍କୁ ସାନ୍ତ୍ୱନା ଓ ସମବେଦନା ଜଣାଇଥିଲେ। ମୃତକଙ୍କ ପରିବାର ବର୍ଗଙ୍କୁ ୧ କୋଟି ଟଙ୍କାର ସହାୟତା ରାଶି ସରକାର ତୁରନ୍ତ ପ୍ରଦାନ କରିବା ସହ ପରିବାର ର ଜଣକୁ ଚାକିରି ଦେବାପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି ଜଣାଇଛନ୍ତି।ଏଥିସହ ଏପରି ଦାୟୀତ୍ୱ ହୀନତା ରେ ସଂପୃକ୍ତ ଅଧିକାରୀ ମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ର ଦାବି ରଖିଥିଲେ।କଟକ ବଡ଼ ଡାକ୍ତରଖାନା ରାଜ୍ୟ ଜନସାଧାରଣ ଙ୍କର ଭରସାର ମୁଖ୍ୟ ସ୍ଥଳ ଓ ରାଜ୍ୟ ର ସବୁ ଅଞ୍ଚଳରୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ଏହାର ଭିତ୍ତିଭୂମି ର ବିକାଶ ଓ ସଠିକ୍ ପରିଚାଳନା ନ ହେଉଥିବାରୁ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟ ମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ନେତୃମଣ୍ଡଳୀ ଏକ ଖବରଦାତା ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାସ ଙ୍କ ଦ୍ଵାରା ଗଠିତ ଏହି କମିଟି ମେଡିକାଲ ପରିଦର୍ଶନ କରିବା ପରେ ଏକ ଖବରଦାତା ସମ୍ମିଳନୀରେ ସରକାର ଙ୍କ ଅପାର ଗତା ସଂପର୍କ ରେ ବର୍ଷିବା ସହ ଘଟଣାର ବିଦ୍ଧିବଦ୍ଧ ତଦନ୍ତ ଦାବି କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ମଣ୍ଡଳୀ ର ଅଧ୍ୟକ୍ଷ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନଗେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଶ୍ବଜିତ ଦାସ, ତ୍ରିଲୋଚନ ମହାନ୍ତି, କର୍ପୋରେଟର କାମେଶ୍ୱର ରାଓ, ପ୍ରତାପ ମଲ୍ଲିକ, ଶିଶିର କାନ୍ତ ମିଶ୍ର,ନିର୍ମଳ ସ୍ଵାଇଁ,ମାନସ କୁମାର ପରିଡ଼ା, ପ୍ରଶାନ୍ତ ବେହେରା, ରାଜେନ୍ଦ୍ର ପଟ୍ଟନାୟକ, ମହମ୍ମଦ ଆରିଫ ଉଦ୍ଦିନ ଖାଁ, ହରିବନ୍ଧୁ ଶତପଥୀ, ବିଜ୍ଞାନ ଭୂୟାଁ, ମନୋଜ ଖିଲାର, ବିପିନ୍ ପଶାୟତ, ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like