-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ

11-Mar-2026



ମହିଳା କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ଜଣେ ବି ଶିକ୍ଷକ ନାହାନ୍ତି

ବଲାଙ୍ଗିର(ପ୍ରେରଣା ଖବର): ସରକାର ବଦଳିଛି ସତ କିନ୍ତୁ ବଲାଙ୍ଗିର ର ଭାଗ୍ୟ ଯେମିତିକୁ ସେମିତି । ଯଦି ଶିକ୍ଷା କ୍ଷେତ୍ରରେ ଦେଖାଯାଏ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୧୨୬ ପଦବୀରୁ ୧୦୦ ପଦବୀ ଖାଲି ପଡିଛି । ଅଣଶିକ୍ଷକ ପଦବୀ ରେ ଜଣେ ବି ନାହାନ୍ତି । ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ର ଅବସ୍ଥା ନ କହିଲେ ସରେ । ବିନା ଶିକ୍ଷକରେ ଏଠି ଅଧ୍ୟାପନା ଚାଲିଛି । ସଂସ୍କୃତି ମହାବିଦ୍ୟାଳୟ ଚାଲିଛି କେବଳ ଦୁଇ ଜଣ ଶିକ୍ଷକରେ । ଏଥିରୁ ବଲାଙ୍ଗିରବାସୀ ଅନୁମାନ କରନ୍ତୁ ଯେ ବଲାଙ୍ଗିର କୁ ରାଜ୍ୟ ସରକାର କେଉ ନଜରରେ ଦେଖୁଛନ୍ତି । ପୂର୍ବ ସରକାର ସମୟରେ ମଧ୍ୟ ଅବସ୍ଥା ଏପରି ଥିଲା । ବହୁତ ପ୍ରତିଶୃତି ଦେଇ ବର୍ତ୍ତମାନର ସରକାର ଶାସନକୁ ଆସିଲା ପରେ ମଧ୍ୟ ବଲାଙ୍ଗିର ର ଅବସ୍ଥା ଯେମିତି ଅଛି । ତେଣୁ ମୁଁ ତ କହିବି ପୂର୍ବ  ବିଜେଡି ସରକାର ପରି ବର୍ତ୍ତମାନର ବିଜେପି ସରକାର ମଧ୍ୟ ବଲାଙ୍ଗିର ଜିଲ୍ଲାକୁ ସବୁ କ୍ଷେତ୍ରରେ  ଅବହେଳା କରିବା ଜାରି ରଖିଛନ୍ତି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଶିକ୍ଷକ, ଅଧ୍ୟାପକ ଅଭାବ ଜାରି ରହିଛି କିନ୍ତୁ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି କାରଣ ଏଠିକାର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆଜି ପର୍ଯ୍ୟନ୍ତ ଜଣେ ବି ଅଧ୍ୟାପକ ନାହାନ୍ତି ତଥାପି ଅଧ୍ୟାପନା ଚାଲିଛି ସେଥିରୁ ବଲାଙ୍ଗିରବାସୀ ବୁଝନ୍ତୁ ଯେ ସରକାରମାନେ ବର୍ତ୍ତମାନର ଜନପ୍ରତିନିଧିମାନେ ବଲାଙ୍ଗିରବାସୀଙ୍କୁ କିଭଳି ବ୍ୟବହାର କରୁଛନ୍ତି । ବିଶ୍ୱ ବିଦ୍ୟାଳୟରେ ମୁଖ୍ୟତଃ ଗବେଷଣା କାର୍ଯ୍ୟ କରାଯାଇଥାଏ କିନ୍ତୁ ଶିକ୍ଷକ ଅଣଶିକ୍ଷକ ପଦବୀ ଦେଖିଲେ ଜଣାଯାଏ ଯେ ଏଠି ଗବେଷଣା ତ ଦୂରର କଥା ଛାତ୍ରମାନଙ୍କ ପାଇଁ ଶିକ୍ଷାଗ୍ରହଣ କରିବା ବି ଆଗାମୀ ଦିନରେ ସ୍ୱପ୍ନ ହୋଇଯିବ । ବର୍ତ୍ତମାନର ସରକାର ନିର୍ବାଚନ ସମୟରେ ଅନେକ ପ୍ରତିଶୃତି ଦେଇଥିଲେ । ଦେଓଗାଁ ଚିନି କଳ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା କିନ୍ତୁ ସରକାର ଗଠନ ହେବା ଦୁଇ ବର୍ଷ ପାଖାପାଖି ହେବ ଏହି ଚିନିକଳ ପୁନଃ ପ୍ରଚଳନ ପାଇଁ କୌଣସି ସୁଖବର ଆସୁନାହିଁ । ପଚାରିଲେ ଉତ୍ତର ଆସୁଛି ପ୍ରକ୍ରିୟା ଚାଲିଛି । ଯଦି ଏଭଳି ପ୍ରକ୍ରିୟା ଚାଲୁ ରହେ ତେବେ ସରକାର ର ସମୟ ସରିଯିବ କିନ୍ତୁ ଲୋକଙ୍କ ଆଶା ଦେଓଗାଁ ଚିନିକଳ ଆଶାରେ ହିଁ ରହିଯିବ ବୋଲି ସେ କହିଥିଲେ । ବିଜେଡି ସରକାର ଅଧାପନ୍ତରିଆ ଭାବେ ଲୋୟର ସୁକତେଲ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ଏହାକୁ ମୁଁ ବହୁତ ସମାଲୋଚନା କରିଥିଲି । ସରକାର ବଦଳି ଦୁଇ ବର୍ଷ ହେଲା ବିଜେପି ସରକାର ମଧ୍ୟ ଚାଷୀ ଙ୍କ ଚାଷ ଜମିକୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତିଶୃତି ମୁତାବକ ପାଣି କାହିଁକି ଦେଇପାରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର । ଅବଶ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ଏକ ମିନି ଷ୍ଟାଡିୟମ ଏବଂ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେ ନିଜେ ଭେଟି ଅନୁରୋଧ କରିଥିଲେ । ପାର୍କ ଓ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆପାତତଃ ମଞ୍ଜୁରି ମିଳିଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ହେଉ କି ବଲାଙ୍ଗିର ର ବିକାଶ କୁ ନେଇ ସୃଷ୍ଟି ହୋଇଥିବା ସ୍ଥାଣୁତା ଉପରେ କାହିଁକି ସ୍ଥାନୀୟ ଜନ ପ୍ରତିନିଧି ବିଧାନସଭାରେ ସ୍ୱର ଉତ୍ତୋଳନ

ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି ମାତ୍ର ଦୁଇ ଜଣ

କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ନିର୍ବାଚନ ସରିବା ପାଖାପାଖି ଦୁଇ ବର୍ଷ ହେବ ଦୁଇ ବର୍ଷ ପୂର୍ବରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ଆରମ୍ଭ ହୋଇଥିବା କୌଣସି ବି ଗୋଟିଏ ପ୍ରକଳ୍ପ ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏହାକୁ ନେଇ ସ୍ଥାନୀୟ ବିଧାୟକ କାହିଁକି ବିଧାନସଭା ଭିତରେ କି ବାହାରେ ବକ୍ତବ୍ୟ ରଖୁନାହାନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଯଦି ଏହି ପରିସ୍ଥିତି ଜାରି ରହେ ତେବେ ବଲାଙ୍ଗିର ପୁଣିି ୨୦୧୪ ପୂର୍ବବର୍ତ୍ତି ସମୟକୁ ଫେରିଯାଇପାରେ ବୋଲି ଶ୍ରୀ ମିଶ୍ର ଆଶଙ୍କାବ୍ୟକ୍ତ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଧାନକିଣା ଅବ୍ୟବସ୍ଥା, ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ବତ୍ତା, ଦାଦନ ଦୂରିକରଣ ନାଁ ରେ ମିଥ୍ୟା ପ୍ରତିଶୃତି, ଦୁର୍ନିତିକୁ ନେଇ ଶୂନ୍ୟ ସହନଶିଳତା, ଆଇନଶୃଙ୍ଖଳା ପରିସ୍ଥିତି, ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରଙ୍କୁ ଶ୍ରୀ ମିଶ୍ର କଟୁ ସମାଲୋଚନା କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ଅସିତ ମିଶ୍ର, ବୁଲୁ ଦାନି, କୈଳାସ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ସଂଜୟ ମିଶ୍ର, ମାନସ ମହାନ୍ତି, ଟିଟୁ ରଣା, ଜ୍ୟୋତିଷ ମୁଗ୍ରୀ, ସାନନ୍ଦ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like