-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ

11-Mar-2026



ମହିଳା କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ଜଣେ ବି ଶିକ୍ଷକ ନାହାନ୍ତି

ବଲାଙ୍ଗିର(ପ୍ରେରଣା ଖବର): ସରକାର ବଦଳିଛି ସତ କିନ୍ତୁ ବଲାଙ୍ଗିର ର ଭାଗ୍ୟ ଯେମିତିକୁ ସେମିତି । ଯଦି ଶିକ୍ଷା କ୍ଷେତ୍ରରେ ଦେଖାଯାଏ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୧୨୬ ପଦବୀରୁ ୧୦୦ ପଦବୀ ଖାଲି ପଡିଛି । ଅଣଶିକ୍ଷକ ପଦବୀ ରେ ଜଣେ ବି ନାହାନ୍ତି । ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ର ଅବସ୍ଥା ନ କହିଲେ ସରେ । ବିନା ଶିକ୍ଷକରେ ଏଠି ଅଧ୍ୟାପନା ଚାଲିଛି । ସଂସ୍କୃତି ମହାବିଦ୍ୟାଳୟ ଚାଲିଛି କେବଳ ଦୁଇ ଜଣ ଶିକ୍ଷକରେ । ଏଥିରୁ ବଲାଙ୍ଗିରବାସୀ ଅନୁମାନ କରନ୍ତୁ ଯେ ବଲାଙ୍ଗିର କୁ ରାଜ୍ୟ ସରକାର କେଉ ନଜରରେ ଦେଖୁଛନ୍ତି । ପୂର୍ବ ସରକାର ସମୟରେ ମଧ୍ୟ ଅବସ୍ଥା ଏପରି ଥିଲା । ବହୁତ ପ୍ରତିଶୃତି ଦେଇ ବର୍ତ୍ତମାନର ସରକାର ଶାସନକୁ ଆସିଲା ପରେ ମଧ୍ୟ ବଲାଙ୍ଗିର ର ଅବସ୍ଥା ଯେମିତି ଅଛି । ତେଣୁ ମୁଁ ତ କହିବି ପୂର୍ବ  ବିଜେଡି ସରକାର ପରି ବର୍ତ୍ତମାନର ବିଜେପି ସରକାର ମଧ୍ୟ ବଲାଙ୍ଗିର ଜିଲ୍ଲାକୁ ସବୁ କ୍ଷେତ୍ରରେ  ଅବହେଳା କରିବା ଜାରି ରଖିଛନ୍ତି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଶିକ୍ଷକ, ଅଧ୍ୟାପକ ଅଭାବ ଜାରି ରହିଛି କିନ୍ତୁ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି କାରଣ ଏଠିକାର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆଜି ପର୍ଯ୍ୟନ୍ତ ଜଣେ ବି ଅଧ୍ୟାପକ ନାହାନ୍ତି ତଥାପି ଅଧ୍ୟାପନା ଚାଲିଛି ସେଥିରୁ ବଲାଙ୍ଗିରବାସୀ ବୁଝନ୍ତୁ ଯେ ସରକାରମାନେ ବର୍ତ୍ତମାନର ଜନପ୍ରତିନିଧିମାନେ ବଲାଙ୍ଗିରବାସୀଙ୍କୁ କିଭଳି ବ୍ୟବହାର କରୁଛନ୍ତି । ବିଶ୍ୱ ବିଦ୍ୟାଳୟରେ ମୁଖ୍ୟତଃ ଗବେଷଣା କାର୍ଯ୍ୟ କରାଯାଇଥାଏ କିନ୍ତୁ ଶିକ୍ଷକ ଅଣଶିକ୍ଷକ ପଦବୀ ଦେଖିଲେ ଜଣାଯାଏ ଯେ ଏଠି ଗବେଷଣା ତ ଦୂରର କଥା ଛାତ୍ରମାନଙ୍କ ପାଇଁ ଶିକ୍ଷାଗ୍ରହଣ କରିବା ବି ଆଗାମୀ ଦିନରେ ସ୍ୱପ୍ନ ହୋଇଯିବ । ବର୍ତ୍ତମାନର ସରକାର ନିର୍ବାଚନ ସମୟରେ ଅନେକ ପ୍ରତିଶୃତି ଦେଇଥିଲେ । ଦେଓଗାଁ ଚିନି କଳ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା କିନ୍ତୁ ସରକାର ଗଠନ ହେବା ଦୁଇ ବର୍ଷ ପାଖାପାଖି ହେବ ଏହି ଚିନିକଳ ପୁନଃ ପ୍ରଚଳନ ପାଇଁ କୌଣସି ସୁଖବର ଆସୁନାହିଁ । ପଚାରିଲେ ଉତ୍ତର ଆସୁଛି ପ୍ରକ୍ରିୟା ଚାଲିଛି । ଯଦି ଏଭଳି ପ୍ରକ୍ରିୟା ଚାଲୁ ରହେ ତେବେ ସରକାର ର ସମୟ ସରିଯିବ କିନ୍ତୁ ଲୋକଙ୍କ ଆଶା ଦେଓଗାଁ ଚିନିକଳ ଆଶାରେ ହିଁ ରହିଯିବ ବୋଲି ସେ କହିଥିଲେ । ବିଜେଡି ସରକାର ଅଧାପନ୍ତରିଆ ଭାବେ ଲୋୟର ସୁକତେଲ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ଏହାକୁ ମୁଁ ବହୁତ ସମାଲୋଚନା କରିଥିଲି । ସରକାର ବଦଳି ଦୁଇ ବର୍ଷ ହେଲା ବିଜେପି ସରକାର ମଧ୍ୟ ଚାଷୀ ଙ୍କ ଚାଷ ଜମିକୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତିଶୃତି ମୁତାବକ ପାଣି କାହିଁକି ଦେଇପାରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର । ଅବଶ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ଏକ ମିନି ଷ୍ଟାଡିୟମ ଏବଂ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେ ନିଜେ ଭେଟି ଅନୁରୋଧ କରିଥିଲେ । ପାର୍କ ଓ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆପାତତଃ ମଞ୍ଜୁରି ମିଳିଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ହେଉ କି ବଲାଙ୍ଗିର ର ବିକାଶ କୁ ନେଇ ସୃଷ୍ଟି ହୋଇଥିବା ସ୍ଥାଣୁତା ଉପରେ କାହିଁକି ସ୍ଥାନୀୟ ଜନ ପ୍ରତିନିଧି ବିଧାନସଭାରେ ସ୍ୱର ଉତ୍ତୋଳନ

ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି ମାତ୍ର ଦୁଇ ଜଣ

କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ନିର୍ବାଚନ ସରିବା ପାଖାପାଖି ଦୁଇ ବର୍ଷ ହେବ ଦୁଇ ବର୍ଷ ପୂର୍ବରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ଆରମ୍ଭ ହୋଇଥିବା କୌଣସି ବି ଗୋଟିଏ ପ୍ରକଳ୍ପ ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏହାକୁ ନେଇ ସ୍ଥାନୀୟ ବିଧାୟକ କାହିଁକି ବିଧାନସଭା ଭିତରେ କି ବାହାରେ ବକ୍ତବ୍ୟ ରଖୁନାହାନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଯଦି ଏହି ପରିସ୍ଥିତି ଜାରି ରହେ ତେବେ ବଲାଙ୍ଗିର ପୁଣିି ୨୦୧୪ ପୂର୍ବବର୍ତ୍ତି ସମୟକୁ ଫେରିଯାଇପାରେ ବୋଲି ଶ୍ରୀ ମିଶ୍ର ଆଶଙ୍କାବ୍ୟକ୍ତ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଧାନକିଣା ଅବ୍ୟବସ୍ଥା, ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ବତ୍ତା, ଦାଦନ ଦୂରିକରଣ ନାଁ ରେ ମିଥ୍ୟା ପ୍ରତିଶୃତି, ଦୁର୍ନିତିକୁ ନେଇ ଶୂନ୍ୟ ସହନଶିଳତା, ଆଇନଶୃଙ୍ଖଳା ପରିସ୍ଥିତି, ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରଙ୍କୁ ଶ୍ରୀ ମିଶ୍ର କଟୁ ସମାଲୋଚନା କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ଅସିତ ମିଶ୍ର, ବୁଲୁ ଦାନି, କୈଳାସ ମିଶ୍ର, ଚିନ୍ମୟ ବେହେରା, କିରନ ସେଠ, ସଂଜୟ ମିଶ୍ର, ମାନସ ମହାନ୍ତି, ଟିଟୁ ରଣା, ଜ୍ୟୋତିଷ ମୁଗ୍ରୀ, ସାନନ୍ଦ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026

You Might Also Like