-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||     

HOME   ରାଜ୍ୟ

କେରଳରେ ଯୁବ ଚଷୀ ମୃତ୍ୟୁଘଟଣା.. ୪ଦିନ ପରେ ଗାଁକୁ ପହଞ୍ଚିଲା ଶବ

05-Feb-2026



ବଲାଙ୍ଗିର(ପ୍ରେରଣା ଖବର)ସରକାରଙ୍କ ତୃଟିପୂର୍ଣ୍ଣ ଧାନକିଣା ବ୍ୟବସ୍ଥା ଯୋଗୁଁ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (କ)ର ଜଣେ ଯୁବଚାଷି ବଳରାମ ପଧାନଙ୍କ ମୃତ୍ୟୁ ହୋଇଗଲା । ସୁଦୂର କେରଳରେ ଥିବା ତାଙ୍କର ଏକ ଅଚଳ ବ୍ୟାଙ୍କ ଆକାଉଣ୍ଟରେ ଧାନବିକ୍ରୀ ଟଙ୍କା ପଡିଲା ଓ ସେହି ଆକାଉଣ୍ଟକୁ ସଚଳ କରିବାକୁ କେରଳ ଯାଇ ବଳରାମଙ୍କର ମୃତ୍ୟୁ ହୋଇଗଲା । ରବିବାର ଦିନ ବଳରାମ ପଧାନଙ୍କର କେରଳରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୪ଦିନ ପରେ ଆଜି ରାତି ୮.୩୦ରେ ଗାଁକୁ ପହଞ୍ଚିଛି । ସବୁଠାରୁ ବିଡମ୍ବନାର ବିଷୟ ହେଲା ନଅଗାଁ(କ) ହେଉଛି ଲୋଇସିଂହା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଆଗଲପୁର ବ୍ଲକ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିର୍ବାଚନମଣ୍ଡଳିର । ଜଣେ ଯୁବଚାଷିଙ୍କ ଅକାଳରେ ମୃତ୍ୟୁବରଣ କରିଥିବାରୁ ଆଗଲପୁର ବ୍ଲକଅଞ୍ଚଳରେ ଶୋକର ଛାୟା ଖେଳିଗଲା । କିନ୍ତୁ ନିଜନିର୍ବାଚନମଣ୍ଡଳିର ଜଣେ ଚାଷିର ମୃତ୍ୟୁରେ ସ୍ୱାସ୍ଥ୍ୟମନ୍ତ୍ରୀ କୌଣସି ପ୍ରକାର ସହଯୋଗ କରିନଥିବାରୁ ତାଙ୍କର ସମ୍ବେଦନହୀନତାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ଯେଉଁ ଭୋଟରଙ୍କ ଭୋଟପାଇ ସେ ଆଜି ମନ୍ତ୍ରୀ ହୋଇଛନ୍ତି ସେହି ଚାଷିଭୋଟରଙ୍କ ଅସମୟରେ ସମବେଦନା ଜଣାଇ ସହଯୋଗର ହାତଟିଏ ବଢାଇ ପାରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଯେଉଁଦିନ ଚାଷି ବଳରାମଙ୍କ କେରଳରେ ମୃତ୍ୟୁହେଲା ତାଙ୍କର କିଛି ସମର୍ଥକ କହିଲେ ମନ୍ତ୍ରୀ ହସ୍ତକ୍ଷେପ କରୁଛନ୍ତି ଖୁବଶୀଘ୍ର ଶବର ପୋଷ୍ଟମର୍ଟମ କରାଯାଇ ଶବକୁ ଅଣାଯିବ । କିନ୍ତୁ ମନ୍ତ୍ରୀଙ୍କୁ ଭରସା କରି ଦୁଇଦିନ ଚାଲିଗଲା । ସେ କୌଣସି ପଦକ୍ଷେପ ନେଲେ ନାହିଁ । ଶେଷରେ ତାଙ୍କର ସମ୍ପର୍କିୟମାନେ ଆସି ସୋମବାରଦିନ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅଭିଯୋଗ କରି ଶବ ଆଣିବାରେ ସାହାର୍ଯ୍ୟ କରିବାକୁ ଗୁହାରିକଲେ । ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶରେ  ଗ୍ରାମବିକାଶ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା କେରଳରେ ପୋଲିସ ଡାକି ଇନକ୍ୱେଷ୍ଟ କରାଇ ଶବର ବ୍ୟବଚ୍ଛେଦ କରାଇଲେ । ମଙ୍ଗଳବାର ଦିନ ସକାଳୁ ପୋଷ୍ଟମର୍ଟମ ହେଲା । ହେଲେ ଶବ ଆସିବ କେମିତି ? ଏୟାରଲିଫ୍ଟରେ ଅଣାଯିବାକୁ କଥାଉଠିଲା । କିନ୍ତୁ ଏୟାର ଟିକେଟର ଦାମ ଅଧିକ ଥିଲା ଓ ବଳରାମଙ୍କ ସାଙ୍ଗରେ ଯେଉଁ ଯୁବକ ଥିଲେ ତାଙ୍କ ପାଖରେ ଅର୍ଥ ନଥିଲା । ଶେଷରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁଙ୍କ ସମେତ ମୃତ ବଳରାମଙ୍କର ଜଣେ ସମ୍ପର୍କିୟ ପୁତୁରା ତଥା ଭିଣୋଇଙ୍କ ଟଙ୍କାରେ ବଳରାମଙ୍କ ଶବକୁ କୋଚୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏୟାରଲିଫ୍ଟ କରାଯାଇ ଅଣାଗଲା । ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲାର ନଅଗାଁ(କ)କୁ ଏକ ମହାପ୍ରୟାଣ ଗାଡିରେ ଶବକୁ ଅଣାଯାଇ ବୁଧବାର ରାତିରେ ଗ୍ରାମବାସୀ ତଥା ବନ୍ଧୁପରିଜନଙ୍କ ଉପସ୍ଥିତିରେ ଶବସତ୍କାର କରାଗଲା । କିନ୍ତୁ ବିଡମ୍ବନାର ବିଷୟ ଯେ,ବୁଧବାର ଦିନବେଳା ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ତାଙ୍କ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟକଲେ ଯେ,ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଶବକୁ ଏୟାରଲିଫ୍ଟରେ କେରଳରୁ ଓଡିଶାକୁ ଅଣାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଆଗଲପୁର ବ୍ଲକ ଅଞ୍ଚଳରେ ମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଛି । ଏବେ ପ୍ରଶ୍ନଉଠୁଛି ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ମୃତଚାଷିର ଶବର ଏୟାରଲିଫ୍ଟ ହେଲା ନା ତାଙ୍କ ପରିବାର ଓ ହିତାକାଂକ୍ଷୀଙ୍କ ସହାୟତା ଅର୍ଥରେ ଆସିଲା ? ମନ୍ତ୍ରୀଙ୍କର ଏଭଳି ଦାୟିତ୍ୱହୀନ ପୋଷ୍ଟକୁ ନେଇ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରି ସମାଲୋଚନା କରିଛନ୍ତି । ସରକାରୀ ବ୍ୟବସ୍ଥାରେ ତୃଟି ଓ ପରେ ଶବ ଅଣାଯିବାରେ ଅବହେଳାକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ତେବେ ଶବକୁ ଅଣାଗଲା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ବଳରାମଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନିଜ ନିର୍ବାଚନମଣ୍ଡଳିର ଜଣେ ଯୁବ ଚାଷି ମୃତ୍ୟୁବରଣ କଲା ଅଥଚ ତାଙ୍କର କୌଣସି ଜଣେ ପ୍ରତିନିଧି ମଧ୍ୟ ଆଜି ଶବସତ୍କାରରେ ଉପସ୍ଥିତ ନଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଚାଷିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ବଳରାମଙ୍କ ପରିବାର ତଥା ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026

You Might Also Like