-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
24-Jan-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ବ୍ଲକ ସଭାପତି ଶ୍ରୀ ଦଶରଥ ଛତ୍ରିଆଙ୍କ ସଭାପତିତ୍ଵରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏସଏସସି ଜିଡ଼ି ର କେନ୍ଦ୍ରୀୟ ସେନା ଓ ସୁରକ୍ଷାର ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଥିବା ୨୫ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ସଭାରର ମୁଖ୍ୟ ଅତିଥି ଭାବରେ ଲୋଇସିଂହା ତହସିଲଦାର ଶ୍ରୀଯୁକ୍ତ ଟିକୁନୁ ପୁଟl ମୁଖ୍ୟଅତିଥି ହୋଇଥିବା ବେଳେ ବକ୍ତାଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସିଂଘ ସଭାପତି ଶ୍ୟାମସୁନ୍ଦର ଭୋଇ , ସମ୍ମାନୀତ ଅତିଥି ଲୋକସଭା ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଳକୃଷ୍ଣ ଧରୁଆ , ବରିଷ୍ଠ ଶିକ୍ଷକ ପ୍ରିତିଚନ୍ଦ୍ର ରାଏ ଓ ଡ୍ରିମ ଆଚିଭର୍ସ କମ୍ପିଟିଟିଭ କ୍ଲାସ ସଞ୍ଚାଳକ ଶ୍ରୀମାନ ସାଗର ରଞ୍ଜନ ବିଶ୍ଵାଳ , ଲୋଇସିଂହା ବ୍ଲକ ସମ୍ପାଦକ ଗୋପାଳ ପଧାନ ମ୍ଞ୍ଚାସିନ ଥିଲେ l ଏହାକୁ ସହଯୋଗ କରିଥିଲେ ରୁକ୍ମଣ ଧରୁଆ, ଲଳିତମୋହନ ପୁଟା, ମାଧବ ଭୋଇ, ଗୋବିନ୍ଦ ଭୋଇ, କଇଁ ମିର୍ଦ୍ଧl, ଝରଣାମୟୀ ଗଡ଼ତ୍ୟା, ଡ୍ରିମ ଆଚିଭର୍ସ ଛାତ୍ରଛାତ୍ରୀ ତଥା ଆଦିବାସୀ କଲ୍ୟାଣ ସଂଘ ର ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ l