-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

*ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଅବସରରେ ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା* -

09-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା - ୨୦୨୬ ର ତୃତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରର ସଭାପତି ଶ୍ରୀ ସୌରଭ ରଞ୍ଜନ ଖମାରି ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ଆଲୋଚନା ଚକ୍ର ଆୟୋଜନ କରିଥିଲେ। ଏହି ଆଲୋଚନା ଚକ୍ରରେ “ସୁବର୍ଣ୍ଣପୁରର କୁଟୀର ଶିଳ୍ପ: ସ୍ଥିତି ଓ ସମ୍ଭାବନା” ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି
ଆଲୋଚନା ଚକ୍ରରେ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପ୍ରବନ୍ଧକ ଶ୍ରୀ ରମେଶ କୁମାର ପଟେଲ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଓ ମୃତ୍ତିକା ଗବେଷକ ଡ଼. ବନ୍ଦିତା ବିଶ୍ୱାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଦେବାଶିଷ ପଧାନ କରିଥିଲେ। ଏହା ସହିତ ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦ୍ଦେଶକ ଶ୍ରୀ ବନମାଳୀ ଟୋପୋ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶ୍ରୀ ଗତିକୃଷ୍ଣ ମିଶ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ।
ମୃତ୍ତିକାର ବ୍ୟବହାର ପୁରାତନ ଯୁଗରୁ ହେଉଥିବା ପ୍ରମାଣ ମିଳୁଥିବା କଥା ଡ଼. ବନ୍ଦିତା ବିଶ୍ୱାଳ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମୃତ୍ତିକା ଶିଳ୍ପର ବ୍ୟବହାର ଧାର୍ମିକ ପର୍ବପର୍ବାଣୀ ସହ ଜଡିତ ରହିଛି। ଲଙ୍କାପୋଡି ସମୟରେ ମାଟିର ହନୁମାନ ତିଆରି କରିବା ଏହାର ଏକ ଉଦାହରଣ ଅଟେ। ପୁରାତନ ଯୁଗରେ ସୁବର୍ଣ୍ଣପୁରର ବିଭିନ୍ନ ଅଞ୍ଚଳରେ ମାଟିର ମୂର୍ତ୍ତି ବ୍ୟବହାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିବା ସେ କହିଥିଲେ। କୁଇବାହାଲର ମୃତ୍ତିକା ବାହାର ରାଜ୍ୟ ଓ ଦେଶକୁ ରପ୍ତାନି ହେଉଥିବା ସହ ଏକ କିଲୋଗ୍ରାମ ମୃତ୍ତିକା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବିଷୟରେ ସେ ଅବଗତ କରାଇଥିଲେ।

ମୃତ୍ତିକା ଶିଳ୍ପ ଉତ୍ପାଦ ଘର ସୌନ୍ଦର୍ଯ୍ୟକରଣ ଉପାଦାନ, ଗୃହ ଉପକରଣ ଓ ଅଳଙ୍କାର ତିଆରିରେ ବ୍ୟବହୃତ ହେଉଛି। ପରିବେଶ ମୈତ୍ରୀ ହେବା ସହ ଏହାର ଉପକରଣ ଶରୀର ପାଇଁ ଉପକାରୀ ବୋଲି ଡ଼. ବିଶ୍ୱାଳ କହିଥିଲେ।
ସରକାରୀ ସ୍ତରରେ ମୃତ୍ତିକା ଶିଳ୍ପକୁ ଏକ ଉଦ୍ୟୋଗ ଭାବେ ବିକାଶ କରିବା ପାଇଁ ପ୍ରୟାସ ଚାଲିଥିବା କଥା ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦେଶକ, ଶ୍ରୀ ବନମାଳୀ ଟୋପୋ ସରକାରୀ ସ୍ତରରେ ୬୪ ଚିହ୍ନିତ ହସ୍ତଶିଳ୍ପ ପାଇଁ ଦିଆଯାଉଥିବା ତାଲିମ, ସହାୟକ ରାଶି ଓ ନିଃଶୁଳ୍କ ଉପକରଣ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସେଥିସହ ମୃତ୍ତିକା, ଚାନ୍ଦୁଆ, ତରକାସି, ବାଉଁଶ, ଚାଉଳ ତିଆରି ଘର କରଣା ଓ ବୟନ ଶିଳ୍ପକୁ ଡିଜିଟାଲ ବଜାରରେ କିପରି ବିକ୍ରୟ କରାଯାଇପାରିବ, ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା କଥା ଉଲ୍ଲେଖ କରିଥିଲେ।ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ସଂସ୍କୃତି ଗବେଷକ ଓ ଶିକ୍ଷକ ଶ୍ରୀ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ ଜ୍ଞାପନ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like