-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

କୋଶଲି ଭାଷାର ସାମ୍ବିଧାନିକ ସ୍ବୀକୃତି ଆମର ଦାବି l

24-Dec-2025



ନୂଆପଡା ( ଚିନ୍ତାମଣି  ନେତାମ ) ନୂଆପଡା ଜିଲ୍ଲା ସଦର ମହକୁମା ନୂଆପଡା ସହର ଠାରେ  ଅବସ୍ଥିତ  ସାଂସ୍କୃତିକ ରଙ୍ଗମଞ୍ଚ ଉପରେ କୋଶଲି ଭାଷା  ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାରପାଇଁ  ସମର୍ପିତ   "କୋଶଲି ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ" ନୂଆପଡା ଆନୁକୂଲ୍ୟରେ ତିନିଦିନ ଓ ତିନିରାତି ବ୍ୟାପି ପଶ୍ଚିମ ଓଡିଶା ( କୋଶଳାଞ୍ଚଳ )ସ୍ତରୀୟ " କୋଶଳି ସାଂସ୍କୃତିକ ମହୋଛବ - ୨୦୨୫ " ଦିବ୍ୟ ଓ ଭବ୍ୟ  ଭାବରେ, "କୋଶଲୀ ସଂସ୍କୃତି ପରମ୍ପରା ଓ  ନାଚ ଗୀତର  ଅପୂର୍ବ ଝଲକ ସହିତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି  l ଏହି ଅବସରରେ ତୃତୀୟ ଦିବସର କାର୍ଯ୍ୟକ୍ରମରେ "କୋଶଳି ସାହିତ୍ୟ ସଭା ଆରୁ କବି ସମ୍ମିଳନ ୨୦୨୫" ର   ଚିରସ୍ମରଣୀୟ ଅଧିବେଶନରେ କୋଶଲି ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି କୋଶଳି ଭାଷା ସଂଗ୍ରାମୀ ଶ୍ରୀଯୁକ୍ତ ସୁରଜିତ ସିଂ ମହାରଥା ସଭାପତିତ୍ୱ କରିଥିବାବେଳେ ଆୟୋଜକ ଅନୁଷ୍ଠାନର ମାସିକ ପତ୍ରିକା"ବିଜୟା କୋଶଳି"  ର ଉପ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର "କୋଶଳି ଭାଷାର  ଦସା ଓ ଦିସା" ଆଲୋଚନା ସଭାପର୍ଯ୍ୟାୟ କୁ ମନଛୁଆଁ କୋଶଳି ଭାଷାରେ ପରିଚାଳନା କରିଥିଲେ  l ଏହି ସଭାରେ ଜ୍ଞାନୀଗୁଣୀ ଆଲୋଚକ  ସର୍ବଶ୍ରୀ ମଧୁସୂଦନ ଦାସ,ଅଧ୍ୟାପକ ଦିଲୀପ ପଶାୟତ, ବିନୟ କୁମାର ଦାସ,ସିଦ୍ଧେଶ୍ୱର ପାଣିଗ୍ରାହୀ,ଲାଲ ଚନ୍ଦ ବଗର୍ତ୍ତୀ ଓ ତହକ  ପତ୍ରିକାର ମୁଖ୍ୟ ସମ୍ପାଦକ ରାଜେଶ ଦଣ୍ଡସେନା ଯୋଗଦେଇଥିଲେ  l କୋଶଳି ଗୀତ ଓ କବିତା ପାଠ ଉତ୍ସବ ରେ ସଂଯୋଜକ ଭାବରେ ଆଶୁତୋଷ ଠାକୁର ଏବଂ ଶ୍ରୀମତୀ  ସବିତା ମାହାର ତଥା ସମୀକ୍ଷକ ଭାବରେ ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ଓ ଶ୍ରୀମତୀ ସଂଯୁକ୍ତା ପରିଛା ଯୋଗଦାନ କରିଥିଲେ l  ସଭା ପ୍ରାରମ୍ଭ ରେ  କୋଶଲ ରତ୍ନ ସ୍ବର୍ଗତ ପଣ୍ଡିତ ପ୍ରୟାଗ ଦତ୍ତ ଯୋଶୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ତଥା କୋଶଳି ମାଟି ଓ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମାଆ ଙ୍କ  ପଦ ବନ୍ଦନା କରାଯାଇଥିଲା  l  ସଭାପତିଙ୍କ ଉଦ୍ୟେଶ ଜ୍ଞାପନ ପରେ ଆଲୋଚକ ଗଣ ପଶ୍ଚିମ ଓଡିଶା ର  ଚାରିକୋଟି ଜନତାଙ୍କ ମାତୃଭାଷା କୋଶଳି ଏକ ସ୍ୱତନ୍ତ୍ର ଭାଷା ଅଟେ ଏବଂ ଏହି ଭାଷାର ସ୍ୱତନ୍ତ୍ର ବ୍ୟାକରଣ, ଭାଷା କୋଷ ଓ ସମୃଦ୍ଧ ସତ ସାହିତ୍ୟ ଯଥା ଉଚ୍ଚ କୋଟିର କାବ୍ୟ , କବିତା ଗ୍ରନ୍ଥ,କାହାଣୀ ଓ ଗଳ୍ପ ପୁସ୍ତିକା,ଉପନ୍ୟାସ ନାଟକ ନାଟିକା, ଗୀତିନାଟ୍ୟ,ଅନୁବାଦ ପୁସ୍ତକ, ପୁରାଣ, ତଥା  ଆତ୍ମଜୀବନୀ ଆଦି ପୁସ୍ତକର ଭରପୁର ଭଣ୍ଡାର ଅଛି ତଥା ପ୍ରସିଦ୍ଧ ଯଶସ୍ବୀ  ସ୍ବର୍ଗତ ପଣ୍ଡିତ ପ୍ରୟାଗଦତ୍ତ ଯୋଗୀ, ପଦ୍ମ ଶ୍ରୀ  ହଳଧର ନାଗ,ନାଟ୍ୟକାର ସ୍ବର୍ଗତ  ମଙ୍ଗଳୁ ଚରଣ ବିଶ୍ୱାଳ,ଗୀତିକାର ସ୍ବର୍ଗତ  ମିତ୍ରଭାନୁ ଗୌନ୍ତିଆ ଓ ଗୁରୁଜୀ ଦୋଳ ଗୋବିନ୍ଦ ବିଶି ପରି  ମହାନ କୋଶଳି ସାହିତ୍ୟିକ  ଓ  ଗବେଷକ ମାନେ   କୋଶଳି ଭାଷା  ସାହିତ୍ୟ କୁ  ପରିପୃଷ୍ଟ କରିଛନ୍ତି  ବୋଲି  ଆଲୋଚନା  କରିଥିଲେ l    ଏହି ଭାଷାର   ସାମ୍ବିଧାନିକ  ସ୍ୱୀକୃତି,ପଶ୍ଚିମ ଓଡିଶା ର ପ୍ରାଥମିକ   ବିଦ୍ୟାଳୟ  ଗୁଡିକରେ  ଦ୍ଵିତୀୟ ଭାଷା ଭାବରେ ପ୍ରଚଳନ  ଓ ଆଗାମୀ ଜାତୀୟ ଜନଗଣନାରେ  ମାତୃଭାଷା ଭାବରେ ପୂରଣ କରିବାପାଇଁ ସୁଯୋଗ ପ୍ରଦାନ ଆଦି ତିନି ଦଫା ଦାବୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନା କରିବା ଆମର ମୌଳିକ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ  l  ସମୀକ୍ଷକ  ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ମାର୍ମିକ ଭାବ ଓ ଭାଷାରେ, ପଠିତ କବିତା ଗୁଡିକର ସମୀକ୍ଷା କରିବା ସହ  କାବ୍ୟ କବିତାଗୁଡିକ  ସମାଜ ପାଇଁ ଦିଗ ଦର୍ଶନ କାରି ହେବା ବାଞ୍ଛନିୟ ବୋଲି ନିଜସ୍ୱ ମତ ପୋଷଣ କରିଥିଲେ  l ଏହି ଅବସରରେ  ଆୟୋଜକ ଅନୁଷ୍ଠାନ ଦ୍ୱାରା  ପ୍ରକାଶିତ   ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପାଇଁ  ଉପ ଯୌଗି   "କୋଶଲି  ଭାଷାର ପାଠ୍ୟ ପୁସ୍ତକ" ଆସ କୋଶଲି ପଡ଼ମା " ବହି  ଅତିଥି ଆଲୋଚକ ଗଣଙ୍କ  ଦ୍ୱାରା  ଶୁଭ ଉନ୍ମୋଚିତ  ହୋଇଥିଲା l   କବିତା ପାଠଉତ୍ସବରେ   ଷାଠିଏ ରୁ  ଉର୍ଦ୍ଧ    କବି ଓ  କବିୟତ୍ରୀ  ଯୋଗଦେଇ ସ୍ୱରଚିତ  କୋଶଲି ଭାଷାର  ଗୀତ ଓ କବିତା  ପଠନ କରିଥିଲେ  l   ସଭାଶେଷରେ  ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରଣଜିତ ସିଂ  ମହାରଥା ଅତିଥି, ଆଲୋଚକ , କବି, କବିୟତ୍ରୀ, ଦର୍ଶକ,  ସମୀକ୍ଷକ, ସଂଯୋଜକ ତଥା ଆୟୋଜକ ମଣ୍ଡଳୀର ସଭ୍ୟ / ସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like