-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
16-Nov-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୧୮ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ ଷ୍ଟାଡିଅମ ଟ୍ରଷ୍ଠବୋର୍ଡ ଏବଂ ଏଥଲେଟିକ ଏସୋସିଏସନ ଲୋଇସିଂହା ଦ୍ୱାରା ଆୟୋଜିତ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ବରଗଡ ମୁଣ୍ଡା ଏଫସି ଓ ବୌଦ୍ଧ ଗେଲ୍ହା ମା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ବୌଦ୍ଧ ଦଳ ବରଗଡ଼ ଦଳକୁ ଟ୍ରାଏବ୍ରେକର ଜରିଆରେ 1-0 ହରାଇ ବିଜୟୀ ହୋଇଥିଲା l ପ୍ଲେୟର ଅଫ ଦି ମ୍ୟାଚ ହେଲେ ବୌଦ୍ଧ ଦଳ ର ଖେଳାଳି ସିପୁ ବେହେରା l ଆଜିର ମ୍ୟାଚ ର ରେଫରୀ ଭାବେ ସଂଜୀବ ସାହୁ, ସନ୍ଦୀପ ତରିଆ, ସୁରେଶ ନାଏକ, ରୋଶନ ମେହେର l ମ୍ୟାଚ କମିଶନର ଭାବେ ସୁଦୟ ବାରିକ, ମୁଖ୍ୟଅତିଥି ରମାକାନ୍ତ ବିଶ୍ୱାଳ ସରପଞ୍ଚ ହୀରାପୁର ପଂଚାୟତ l ଅତିଥି ଅଭିଳାଷ ହୋତା ସକାଳ ଖବର ବଲାଙ୍ଗୀର, ବିଭୁତିଭୂଷଣ ସାହାଣୀ ଟ୍ରଷ୍ଟ ବୋର୍ଡ ମେମ୍ବର , ଦିଲୀପ କୁମାର ବେହେରା ଟ୍ରଷ୍ଟ ବୋର୍ଡ ମେମ୍ବର l ଖେଳରେ ସହଯୋଗ କରିଥିଲେ ବୁଲୁ ବହିଦାର, ଆନନ୍ଦ ପୁଟେଲ, ଚତୁର ଦଳେଇ, ରଞ୍ଜନ ବେହେରା, ବିଷ୍ଣୁ, ଶିବ ଅଗ୍ରୱାଲ, ସିଲୁ ସେବକ, ମନୋଜ ମହାନା, ଟିକୁ ପାଣ୍ଡିଆ, ଦେବ ବିଶ୍ୱାଳ, ରିତେଶ, ରମେଶ, ସୁମିତ ଓ ପ୍ରକାଶ ମହାରଣା, ମୋହିତ ମିଶ୍ର, ନଜୁ ଖାଁ, ବୁଦ୍ଧିଆ ନାୟକ, ସରୋଜ ବିଶ୍ୱାଳ ପ୍ରମୁଖ l ଆଜି ର ସେମିଫାଇନାଲ ମ୍ୟାଚ ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳ ର ମଜା ନେଇଥିଲେ l ଆସନ୍ତା କାଲି ଦ୍ୱିତୀୟ ସେମିଫାଇନାଲ ଫୂଟବଲ ଖେଳ ଭୁବନେଶ୍ୱର ଅର୍ଡର ଫୂଟବଲ ଏକାଡେମୀ ଓ ଝାରସୁଗୁଡା ଓଏସଏପି ବାଟାଲିୟନ ଆଦର୍ଶ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ l