-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Nov-2025
ବଲାଙ୍ଗିର(ପ୍ରେରଣା ଖବର): ଆଜି ସଦରମହକୁମା ସ୍ଥିତ ସମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଭାବେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସାମ୍ବାଦିକ ସଂଘର ଉପସଭାପତି ବଳରାମ ମିଶ୍ର, ପ୍ରଫେସର ଡାଃ. ପ୍ରେମଚାନ୍ଦ ମହାନ୍ତି, ନାଟ୍ୟ ଭୂଷଣ ଜଗତାନନ୍ଦ ଛୁରିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ପ୍ରେସ ଦିବସ-୨୦୨୫ର ଆଲୋଚ୍ୟ ବିଷୟବସ୍ତୁ
“ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ” ସମ୍ପର୍କରେ ସାମ୍ବାଦିକ ଦୀପକ ପୁରହିତ, ତରୁଣ ସାହୁ, ରଘୁନନ୍ଦନ ସିଂହ, ମୁକେଶ ବହିଦାର, ସୁଧୀର ମିଶ୍ର, ଅରୁଣ ମିଶ୍ର, ଓ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ,ମୋହନଲାଲ ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣମାଧ୍ୟମରେ ବିଶ୍ୱାସନୀୟତାର ସଂରକ୍ଷଣ ଭୂମିକା ସମ୍ପର୍କରେ ଲୋକମାନେ କିପରି ଭ୍ରମାତ୍ମକ ଖବର ଚିହ୍ନଟ କରିବେ ଏବଂ ସତ୍ୟ ସୂଚନା ପାଇଁ କେଉଁ ସ୍ତ୍ରୋତ ବିଶ୍ୱାସ କରିବେ, ଏହି ବିଷୟରେ ସଚେତନତା ବୃଦ୍ଧି କରିବା, ସଂସ୍ଥାଗତ ନୀତି ଏବଂ ନିୟମାବଳୀ ଦ୍ୱାରା ଖବର ପ୍ରସାରଣରେ ପ୍ରମାଣିକତା ରକ୍ଷା କରିବା, ଏଆଇ ଓ ମେସିନ୍ ଲର୍ଣ୍ଣିଂ ଭଳି ଟେକ୍ନୋଲୋଜି ଦ୍ୱାରା ଭ୍ରମାତ୍ମକ ଖବର ଚିହ୍ନଟ କରିବା ଏବଂ ତାହାକୁ ପ୍ରତିରୋଧ କରିବା । ଗଣମାଧ୍ୟମର ଖବର ପ୍ରସାରଣ ପ୍ରକ୍ରିୟାରେ ନିୟମିତ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ କରି ଭ୍ରମାତ୍ମକ ସୂଚନା ରୋକାଯାଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ତାପର୍ଯ୍ୟରେ ରାଷ୍ଟ୍ର ଗଠନରେ ପୂର୍ବ ଓ ପର ସମୟରେ ସାମ୍ବାଦିକମାନଙ୍କ ବଳିଷ୍ଠ ଭୂମିକା ସମ୍ପର୍କରେ ପ୍ରଫେସର ମହାନ୍ତି ବିସ୍ତୃତ ଭାବେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ କୌଣସି ଖବର ପ୍ରସାରଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା ଏବଂ ଭ୍ରମାତ୍ମକ ସୂଚନାକୁ ଚିହ୍ନଟ କରି ପ୍ରତିରୋଧ କରିବା ଆବଶ୍ୟକ । ସାମାଜିକ ମାଧ୍ୟମ ପ୍ଲାଟଫର୍ମ ଗୁଡିକୁ ଭ୍ରମାତ୍ମକ ଖବର ପ୍ରସାରଣ ରୋକିବା ପାଇଁ ଦାୟିତ୍ୱବାନ ହେବା ଓ ବିଭାଗୀୟ ଅଧିକାରୀ ମାନଙ୍କ ମତାମତ ନେବା, ଭ୍ରମାତ୍ମକ ଖବର ଅପେକ୍ଷା ସଠିକ୍ ଖବର ପ୍ରସାରଣ, ସାମ୍ବାଦିକ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରହିବା ଉଚିତ୍ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟତମ ଅତିଥିଭାବେ ବିରେନ୍ଦ୍ର ଝାଙ୍କର ସଭା ସଂଯୋଜନା ଓ ଚିତ୍ତ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।