-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||     

HOME   ଜିଲ୍ଲା

*ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ହୀରକ ଜୟନ୍ତୀ ଓ ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ*-

27-Oct-2025



(ମନୋରଞ୍ଜନ ତ୍ରିପାଠୀ)
ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ମହାସମାରୋହ ରେ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ଓଡ଼ିଶା ସରକାରଙ୍କ ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ପ୍ରଶଂସା କରିବା ସହିତ  ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବଲାଂଗୀର ପ୍ରତି ଥିବା ଅବଦାନ ର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟ ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି  ICT ଲାବ୍ ପାଇଁ ୧୫ ଟି କମ୍ପ୍ୟୁଟର ଦେବା ପାଇଁ ଘୋଷଣା କରିଥିଲେ ଏବଂ ICT ଲାବ୍ ର ପୁନଃମରାମତି ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ , ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସଂସଦ ର ସଭାପତି ଧର୍ମବ୍ରତା ରଥ ଏବଂ ସମାଜସେବୀ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ବିଦ୍ୟାଳୟ ର ଆଲୁମିନି ସଭାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟ ର ୬୦ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ।

ଏହି  ସଭାରେ   ଡ଼. ଶ୍ରୀକାନ୍ତ କୁମାର  ପାଣିଗ୍ରାହୀ ସଭାପତିତ୍ବ କରିଥିଲେ l ଯିଏ କି ବର୍ତ୍ତମାନ ପ୍ରଧାମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ପରାମର୍ଶଦାତା ଭାବେ ଦିଲ୍ଲୀଠାରେ କାର୍ଯ୍ୟ କରୁଛନ୍ତି। ଏହି ସଭାରେ ଆଇଆଇଏମ୍ ସମ୍ବଲପୁର ର ପ୍ରଫେସର ସୁଜିତ୍ କୁମାର ପୃଷେଠ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରି ନାରୀ ଶିକ୍ଷା ଉପରେ ଗଢି ଉଠିଥିବା ଏହି ବିଦ୍ୟାଳୟ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଶ୍ରୀ ରଘୁନନ୍ଦନ ସିଂ ଙ୍କ ସଂଯୋଜନାରେ ଏହି ହୀରକ ଜୟନ୍ତୀ ଉପଲକ୍ଷେ ସ୍ମରଣିକା  "ସ୍ମୃତିବିନ୍ଦୁ" ଉନ୍ମୋଚିତ ହୋଇଥିଲା।ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ବିଦ୍ୟାଳୟ ହାଇସ୍କୁଲ  ପରୀକ୍ଷା ଫଳକୁ ନେଇ ସର୍ବାଧିକ ମାର୍କ ରଖିଥିବା ବିଗତ ୫ ବର୍ଷ ର ୫ ଜଣ ଛାତ୍ରୀ ବିଦିପ୍ତା ସାହୁ, ସେଫିନା ଯୋସେଫ , ନିୟତି ସାହୁ, ଭୂମିସୂତା ପରିଡ଼ା ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ  ଆନ୍ତର୍ଜାତୀୟ ଦୌଡ଼ ରାଣୀ  ଆନନ୍ଦିନୀ ଦର୍ଜୀ, ଡ଼. ସ୍ବିଟି ମେହେର, ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ସଙ୍ଗୀତଜ୍ଞ ବିଗେଶି ବାରିକ୍, ମିନାକ୍ଷୀ ତନ୍ତୀ, ଏଵଂ ବଲାଙ୍ଗୀର ଜିଲ୍ଲା ର କ୍ରିକେଟ୍ ଖେଳ ପାଇଁ ମାଧୁରୀ ମେହେଟା , ରୋସନାରା ପରବିନ୍, ନୃତ୍ୟ ପାଇଁ ଜ୍ୟୋତିରେଖା ତ୍ରିପାଠୀ, ପ୍ରୀୟାଂଶି ସାହୁ ଙ୍କୁ  ସମ୍ମାନିତ କରାଯାଇଥିଲା।

ହୀରକ ଜୟନ୍ତୀ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି କମିଟୀ ତରଫରୁ  ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ସକାଶେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଡ. ଶ୍ରୀକର ମିଶ୍ର, ବିକ୍ରମ ବହିଦାର, ହରି ନାରାୟଣ ପୁଝାରୀ, ଲୋକେଶ୍ୱର ସାଏ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ଲୋଏର ସୁକତେଲ୍, ମୁଖ୍ୟ ଯନ୍ତ୍ରୀ ବେଲାଲ୍ ସିଂ ଭୋଇ,( ଅବସର ପ୍ରାପ୍ତ), ଶିକ୍ଷାବିତ୍ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ତରୁଣ ମିଶ୍ର, ରତନ ମେହେର, ଡ଼ ହାଡ଼ିବନ୍ଧୁ ଶତପଥୀ, ଡ଼ କୃଷ୍ଣ ପ୍ରସାଦ ବହିଦାର, କାର୍ଟୁନିଷ୍ଟ୍  ଆର୍ଟିଷ୍ଟ  ଅବନୀ ଅଶ୍ଵିନୀ, ଡ଼.ଜୟନ୍ତ ପଣ୍ଡା Prof.SCB Cuttack,ତଥା ବିଦ୍ୟାଳୟ ର ସମସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଯଥା ସୁହାସିନି ସରାଫ୍, ସୁଭଦ୍ରା ସ୍ବାଇଁ, ପଙ୍କଜିନୀ ଚୋପଦାର, ଲକ୍ଷ୍ମୀଧର ସାହୁ, ପ୍ରତାପ ସାଏ ପଟେଲ, ଏବଂ ବିଦ୍ୟାଳୟ ର ଉଲ୍ଲେଖନୀୟ ଅବଦାନ ସକାଶେ ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କୁ ପୁରାତନ ଛାତ୍ରୀ ସଂସଦ ତରଫରୁ ହୀରକ ଜୟନ୍ତୀ ସମିତି ତଥା ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଶତ ବାର୍ଷିକୀ ତରଫରୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା। ଏହି ସଭାକୁ ସଂଯୋଜନା କରିଥିଲେ  ଅରୁନ୍ଧତୀ ବଢେଇ ଏଵଂ ଡ଼. ସାଗରିକା ମିଶ୍ର। ମାନପତ୍ର ପ୍ରଦାନ ଏବଂ ପୁରସ୍କାର ବିତରଣ ରେ  ସତ୍ୟାନନ୍ଦ ବିଶ୍ଵାଳ, ସରୋଜ ନାୟକ, ସନ୍ଦୀପ କୁଅଁର ଓ ନାରାୟଣ ମିଶ୍ର ସହଯୋଗ କରିଥିଲେ।   ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରୀ, SMC କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ସ୍ଵର ଝଙ୍କାର ର ପ୍ରୀୟଂlଶ ସାହୁ ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ,  ସନବଡା ର ଘୁଡକା ନାଚ ଓ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ଯ କ୍ରମ ପରିବେଷଣ କରା ଯାଇଥିଲା l ଉତ୍କଣ୍ଠା ର ସହ ହଜାର ସଂଖ୍ୟାରେ ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମହିଳା, ଛାତ୍ରୀ, ପ୍ରାକ୍ତନ ଛାତ୍ରୀ ସମାଜସେବୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅତିଥି, ଆୟୋଜକ, କଳାକାର, ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026

You Might Also Like