-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

“ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମିକା ” ଶୀର୍ଷକ ଆଲୋଚନାଚକ୍ର: ପର୍ଯ୍ୟଟନର ବିକାଶ ହେଲେ ନିଯୁକ୍ତି ସୃଷ୍ଟିହୋଇ ଅର୍ଥନୈତିକ ବିକାଶ ହୋଇଥାଏ

25-Oct-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀଠାରେ ଚାଲିଥିବା ୧୧ ତମ ଭୀମପାହାଡ ମହୋତ୍ସବ ଅବସରରେ ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମୀକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୀମଡୁଙ୍ଗୁରୀର କଲ୍ୟାଣମଣ୍ଡପ ସଭାକକ୍ଷରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ହରପ୍ରସାଦ ଭୋଇ, ସମ୍ମାନୀତଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡ.ସଂଗୀତାରାଣୀ ବେଦବାକ, ଗୁରୁଶ୍ରୀ ଘାସିରାମ ମିଶ୍ର ଓ ଆଲୋଚକ ଭାବରେ ବଲାଙ୍ଗୀର ବିଇଡିକଲେଜର ଅଧ୍ୟାପକ ଡ.ଜଗନ୍ନାଥ ସାହୁ, ସଂସ୍କୃତି ଗବେଷକ ରାଜୀବ ସାଗରିଆ, କେଭି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡ.ସଂଜୟକୁମାର ମିଶ୍ର ଓ ଐତିହାସିକ ସାଲେଗ୍ରାମ ହୋତା ପ୍ରମୁଖ ଯୋଗଦେଇଥିଲେ । ପର୍ଯ୍ୟଟନ ଆଜି ଶୀଲ୍ପ ହେବାକୁ ଯାଉଛି ଓ ଏହା ଯୋଗୁଁ  ପରୋକ୍ଷ ଓ ପ୍ରତ୍ୟକ୍ଷଭାବରେ ନିଯୁକ୍ତ ସୃଷ୍ଟି ହୋଇ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇଥାଏ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଲୋଚକ ଡ.ଜଗନ୍ନାଥ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,

ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରୁ ଆୟ ବଢୁଛି । ବର୍ଷକୁ ପ୍ରାୟ ୧୦ହଜାର କୋଟି ଟଙ୍କା କେବଳ ପର୍ଯ୍ୟଟନରୁ ଆୟ ହେଉଛି । ଠିକ ସେହିପରି ଆମେରିକା ପରି ଉନ୍ନତ ଦେଶରେ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମେରିକାରେ ବର୍ଷକୁ ପ୍ରାୟ ୨.୫ ଟ୍ରିଲିୟନ ଡଲାର ଆୟ ହେଉଥିବା ସେ ତଥ୍ୟ ରଖିଥିଲେ । ଭାରତ କାଶ୍ମୀର,ରାଜସ୍ଥାନ,ଗୁଜରାଟ,ଉତ୍ତାଖଣ୍ଡରେ ଶୀଲ୍ପର ବିକାଶ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଛି । ଓଡିଶା ତଥା ବଲାଙ୍ଗୀରରେ ମଧ୍ୟ ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରହିଛି ଓ ଏହି କ୍ଷେତ୍ରକୁ ବିକଶିତ କଲେ ନିଯୁକ୍ତି ସୃଷ୍ଟି ହେବ ଓ ଲୋକଙ୍କର ଅର୍ଥନୈତିକ ବିକାଶ ହେବ ବୋଲି ଡ.ସାହୁ ମତବ୍ୟକ୍ତ କରିଥିଲେ । ଠିକ ସେହିପରି ରାଜୀବ ସଗରିଆ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଚାଣକ୍ୟଙ୍କ ଅର୍ଥଶାସ୍ତ୍ର,ଚୀନ ପରିବ୍ରାଜକ ହୁଏନସାଂ,ଫାହିୟାନ ଙ୍କ ବୃତାନ୍ତରେ ଆଜିର ପଶ୍ଚିମଓଡିଶାକୁ ଇନ୍ଦ୍ରବନ କୁ୍‌ହାଯାଇଛି । ଅନ୍ୟାନ୍ୟ ଐତିହାସିକ ପୁସ୍ତକରେ ଏକ ସମୃଦ୍ଧ ଅର୍ଥନୀତିକ ଅଞ୍ଚଳ ଭାବରେ ପରିଚିତ ଥିବା ଆମ ଅଞ୍ଚଳ ପରିବର୍ତ୍ତି ସମୟରେ ଭୁକର ଭୂଗୋଳ ପାଲଟିଯାଇଛି । ମାରାଗୁଡା ଭଳି ଉନ୍ନତସଭ୍ୟତା ଅଞ୍ଚଳକୁ ପୂର୍ବକାଳରେ ମହେଞ୍ଜୋଦାରୋ ସଭ୍ୟତା ସହିତ ତୁଳନା କରାଯାଏ । ଆମ ଅଞ୍ଚଳରେ ହୀରା,ନିଳା,ମୋତି ମାଣିକ୍ୟ ଭଳି ଦୁର୍ମୁଲ୍ୟ ଧାତୁ ରହିଆସିଛି । ଆମ ଜିଲ୍ଲାର ରାଣୀପୁର ଝରିଆଳ,ହରିଶଙ୍କର,ନରସିଂହ ନାଥ ଇତ୍ୟାଦି ଅଞ୍ଚଳକୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ସହିତ ଯୋଡିଲେ ଲୋକଙ୍କ ମଧ୍ୟରେ ଭାବଗତ ସଂମ୍ପର୍କ ବଢିବ ଓ ବ୍ୟବସାୟ ବଢି ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀ ସଗରିଆ ମତ ଦେଇଥିଲେ । ରାଜେନ୍ଦ୍ରବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ.ସଂଗୀତାରାଣୀ ବେଦବାକ ତାଙ୍କ ବକ୍ତବ୍ୟରେ ପର୍ଯ୍ୟଟନର ପ୍ରକାରଭେଦ ଉପରେ ଆଲୋଚନା କରିବା ସହିତ ଏହା ଫଳରେ ଅନେକ କ୍ଷେତ୍ର ଯଥା-ଗମନାଗମନ,ସାମାଜିକ ତଥା ଅର୍ଥନୈତିକ ବିକାଶ ହୋଇଥାଏ ବୋଲି କହିଥିଲେ । ରେଜିଷ୍ଟାର ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ଭୀମଡୁଙ୍‌ୁରୀର ଐତିହ୍ୟ ଉପରେ ବିଶ୍ୱବିଦ୍ୟାଳୟ ଗବେଷଣା କରାଇବାକୁ ପଦକ୍ଷେପ ନେବ ବୋଲି କହିଥିଲେ । ଡ.ସଂଜୟକୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ପାହାଡ,ନଦୀ,ଗାଁବନ୍ଧ ଇତ୍ୟାଦିକୁ ସ୍ଥାନୀୟ ଅଞ୍ଚଳ ନିଜର ବୋଲି ଭାବିଲେ ତାହାର ଉନ୍ନତି ହେବ ଓ ଏହା ଲୋକଙ୍କର ବିକାଶରେ ସହାୟକ ହେବ ବୋଲି କହିଥିଲେ । ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ର ଗୁଡିକର ବିକାଶ ହେଲେ ଜିଲ୍ଲାର ବିକାଶ ନିଶ୍ଚୟ ହେବ ବୋଲି ମତ ପ୍ରକାଶ ପାଇଥିଲା । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ଅତିଥିଗଣଙ୍କୁ ସ୍ୱାଗତ କରିଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଆଲୋଚନାଚକ୍ରରେ ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲେଜ, ବଲାଙ୍ଗୀର ସରକାରୀ କଲେଜ,ଉପରଝର ମହିଳା କଲେଜ, ଦେଓଗାଁ,ଜରାସିଂହା,ରୁଷୁଡା,ମହିମୁଣ୍ଡା କଲେଜ, ଗୌରଗୋଠ କଲେଜ ଓ କଣ୍ଟାବାଞ୍ଜି କେଭି କଲେଜର ଦେଢଶହରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଗୋବର୍ଦ୍ଧନ ସାହୁ, ଅଭିମନ୍ୟୁ ମାଝୀ,ରୂପାଧର ପୁଟା,ମହମ୍ମଦ ରଣା,ଭୋଜରାଜ ରଣା ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like