-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ପ୍ରଯୁକ୍ତିବିଦ୍ୟା, ପଶ୍ଚିମ ଓଡିଶାର ଭାଷା ସାହିତ୍ୟ ସଂସ୍କୃତିର ଉତ୍ତରଣର ବାହକ ସାଜିଛି

05-Sep-2025



କଟକ(ପ୍ରେରଣା ଖବର): ନବମ ଦଶକର ଜଗତୀକରଣ ଆଞ୍ଚଳିକ ସାମାଜିକ ଜୀବନଚର୍ଯ୍ୟାକୁ କଳୁଷିତ କରିଥିବା ବେଳେ ପଶ୍ଚିମ ଓଡିଶାର ଲୋକସଂସ୍କୃତି ଏଥିରୁ ଲାଭାନ୍ବିତ ହୋଇଛି। ଗଣପର୍ବ ନୂଆଁଖାଇର୍ ଉଦ୍ଦାମତା କେବଳ ଆଉ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ସାରା ବିଶ୍ବରେ ନୂଆଁଖାଇ ଭେଟଘାଟ ଆୟୋଜନ ପଶ୍ଚିମ ଓଡିଶାର ଅସ୍ମିତାକୁ ଏକ ସ୍ବତନ୍ତ୍ର ପରିଚିତି ଦେଇଛି ବୋଲି ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ମତପ୍ରକାଶ କରିଛନ୍ତି। ଶୁକ୍ରବାର ସାରଳା ଭବନରେ ହୀରାଖଣ୍ଡ ସଂସ୍କୃତି ସମାଜର ସଭାପତି ଦେବେନ୍ଦ୍ରନାଥ ପାଢୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦେଶ କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ଦାସ ଆହୁରି କହିଛନ୍ତି, ଏହି ସାଂସ୍କୃତିକ ବିପ୍ଳବର ବିଶ୍ବବ୍ଯାପୀ ପ୍ରଚାରପ୍ରସାର ହେବା ଫଳରେ କଳାକାର ମାନେ ବହୁ ସଂଖ୍ୟାରେ ସମୃଦ୍ଧ ଐତିହ୍ୟର ବାର୍ତ୍ତାବହ ହେବା ସମ୍ଭବ ହେଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକର ପ୍ରସାର ସତ୍ତ୍ବେ ପଶ୍ଚିମ ଓଡିଶାର ଅଧିବାସୀ ମାନେ ଘରେ ପିଲାଛୁଆଙ୍କ ସହିତ ନିଜନିଜ ଭାଷାରେ କଥା ହେଲେ ସମୃଦ୍ଧ ସମ୍ବଲପୁରୀ/କୋସଲି ଭାଷା ସବୁଦିନ ପାଇଁ ବଞ୍ଚିରହିବ ବୋଲି ସେ କହିଥିଲେ। ତେବେ ଏହି ଭୂଖଣ୍ଡର ରାଜନୈତିକ-ଅର୍ଥନୈତିକ ବିକାଶ ପ୍ରସଙ୍ଗରେ କ୍ରମାଗତ ସରକାର ଉଦାସୀନ ରହିଆସିବା ଦ୍ବାରା ଆଞ୍ଚଳିକ ବୈଷମ୍ୟ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇପାରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ଅଢେଇ ଦଶନ୍ଧି ହୋଇଗଲା ପଛେ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ଭୁବନେଶ୍ବରରେ ହିଁ ରହିଗଲା। ରାଜ୍ୟର ବଜେଟ ପାଖାପାଖି ୩ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବିକାଶ ପରିଷଦର ବାର୍ଷିକ ବଜେଟ ୨୫ ବର୍ଷରେ ୧୦୦ କୋଟିରୁ ବଢି ମାତ୍ର ୫୨୦ କୋଟିରେ ପହଞ୍ଚିଛି। ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ତରିକତାର ଅଭାବ ସ୍ପଷ୍ଟ ଅନୁଭୂତ ହେଉଛି ବୋଲି ସେ କହିବା ସହ ସମ୍ମିଳିତ ଉଦ୍ୟମ ହେଲେ ଏ ସବୁ ସମସ୍ୟା ସମାଧାନ ସମ୍ଭବ ବୋଲି ସେ କହିଥିଲେ। ସେହିପରି ଗତ ୨୦ ବର୍ଷ ଧରି ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକରେ ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବର ପ୍ରଚାରପ୍ରସାର କରିଆସୁଥିବାରୁ ସେ ଆୟୋଜକ ସଂଗଠନକୁ କୃତଜ୍ଞତା ଜଣାଇଥିଲେ।

ସଂଗଠନର ସଂପାଦକ ଗଙ୍ଗାଧର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ବାସୁଦେବ ପୂଜାରୀ, ଉପସଭାପତି ଧନଞ୍ଜୟ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ଚୌଦ୍ବାରର ଚଇତିଘୋଡା ନୃତ୍ୟଗୁରୁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, କବିରାଜ ପଦ୍ମଶ୍ରୀ ପଟାୟତ ସାହୁ ଓ ବିଶିଷ୍ଟ ଇଏନଟି ବିଶେଷଜ୍ଞ ପ୍ରଫେସର ଡା. ବଳଭଦ୍ର ନାଏକ ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ। ଲୋକସ୍ରଷ୍ଟା କଳାପରିଷଦର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶିଷ୍ଟ ଭେଷଜ ପ୍ରଫେସର ଜୟନ୍ତ ପଣ୍ଡାଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like