-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର  କାର୍ଯ୍ୟକାରିତା ସମୀକ୍ଷା; ଗୋ-ପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ 

21-Aug-2025



ଚାଷୀମାନଙ୍କର  ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ        ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ପ୍ରେରଣା ଖବର):ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା  “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”ର ସଫଳ  କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା  ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏହି  ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ, ସେଥିପାଇଁ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।  ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଆମ ରାଜ୍ୟରେ  କୃଷି ସହିତ ଗୋପାଳନ କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ  ସର୍ବଦା ଗୁରୁତ୍ୱ ବହନ କରୁଛି  ।  ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି  ଲକ୍ଷ୍ୟରେ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଆକଳନ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଥିଲେ । ଗତ ୨୦୨୪ ଡିସେମ୍ବର ୪ ତାରିଖରେ ଏହି ଯୋଜନା ଅନ୍ତର୍ଗତ  ଉପ-ଯୋଜନାଗୁଡିକର କାର୍ଯ୍ୟକାରିତା ଆରମ୍ଭ  କରାଯାଇଥିଲା । ଏହି ଯୋଜନାରେ  ଦୈନିକ ଦୁଗ୍ଧ ଉତ୍ପାଦନ ୬୫ ଲକ୍ଷ ଲିଟରରୁ ୫ ବର୍ଷ ମଧ୍ୟରେ ଦୈନିକ ୧୩୦ ଲକ୍ଷ ଲିଟର ଉତ୍ପାଦନ ଲକ୍ଷ୍ୟ ରହିଛି । 

         ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗୋ ବଂଶକୁ କୃଷକମାନଙ୍କ ଦ୍ୱାରା ଆଦୃତ କରାଇବା, ଗାଈ, ମଇଁଷିମାନଙ୍କୁ   ସନ୍ତୁଳିତ ଖାଦ୍ୟ, କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଗୋପାଳନ କରୁଥିବା ସଂସ୍ଥାମାନଙ୍କୁ ସୁଦୃଢ଼ କରାଯିବା, ପ୍ରାଣୀମାନଙ୍କ ପାଇଁ ବୀମା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରି ଆର୍ଥିକ ନିରାପତ୍ତା ସୁବିଧା  କରାଗଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକ ମାନଙ୍କର ଆର୍ଥିକ ବିକାଶ  ହୋଇପାରିବ । ଏହି ଯୋଜନାରେ ୩ଟି ଉପଯୋଜନା  ରହିଛି । ଗୋ-ପାଳନ ଯୋଜନା, ମଇଁଷି ଉଦ୍ୟୋଗୀକରଣ ଉନ୍ନୟନ ଯୋଜନା ଏବଂ ବ୍ୟବସାୟିକ ଗୋପାଳନ(ଡାଏରି) ଫାର୍ମିଂ ନିମନ୍ତେ ଅତିରିକ୍ତ ସବ୍ସିଡି ବ୍ୟବସ୍ଥା । ଏହି ଯୋଜନାରେ ବାହାର ରାଜ୍ୟରୁ ଗାଈ ଏବଂ ମଇଁଷି ଅଣାଯାଉଥିବା କ୍ଷେତ୍ରରେ ଯୋଗ୍ୟ ବିବେଚିତଙ୍କ  ପାଇଁ ସବସିଡି ବ୍ୟବସ୍ଥା ରହିଛି । 

ସମୀକ୍ଷାରୁ ଜଣାଯାଇଛି ଯେ, କାମଧେନୁ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଗୋପାଳନ                        ଉପ- ଯୋଜନାରେ ୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ  ୩୫,୪୯୪ ଆବେଦନ ହୋଇଥିଲା ଏବଂ ୨୮୯୨ ମଂଜୁର କରାଯାଇଥିବା ସ୍ଥଳେ  ସେଥିରୁ ୧୭୨୭ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା । ଏ ବାବଦକୁ ୨୪.୫ କୋଟି                  ଟଙ୍କା ସବ୍ସିଡି ପ୍ରଦାନ କରାଯାଇଥିଲା । ସେହିପରି ୨୦୨୫-୨୬ ବର୍ଷରେ ୧୦,୦୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୨୩,୯୨୯ ଆବେଦନ ହୋଇଛି ଓ ସେଥିରୁ  ଅଦ୍ୟାବଧି ୫,୩୮୫ ମଂଜୁର ହୋଇ  ୫୯୬ ସଂପୂର୍ଣ୍ଣ  ପୂର୍ବକ  ୮.୩୬ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । ଧାର୍ଯ୍ୟ ଲକ୍ଷ୍ୟ ଏକ ସୂଚକାଙ୍କ ହୋଇଥିବା ବେଳେ ଆବେଦନ ସଂଖ୍ୟା ସୀମୀତ ନୁହେଁ, ଅର୍ଥାତ ସର୍ବାଧିକ ଆବେଦନ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣ କରାଯିବା ନେଇ ବ୍ୟବସ୍ଥା ରହିଛି । 

  କାମଧେନୁ ଯୋଜନାରେ  ଅଦ୍ୟାବଧି  ୪,୫୩୨  ଗାଈ ପ୍ରଦାନ କରାଯାଇଛି, ଯଦ୍ୱାରା ଓଡ଼ିଶାରେ ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ  ୪୫,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗ  ହୋଇପାରିଛି । ସେହିପରି ୨୦୨୪-୨୫ ବର୍ଷରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ ଟି ପ୍ରକଳ୍ପ ଶେଷ ହୋଇ ଥିବା ବେଳେ ୮.୧୫ କୋଟି ସବ୍ସିଡି ପ୍ରଦାନ କରାଯାଇଛି ଏବଂ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ୭୫ ପ୍ରକଳ୍ପ ମଂଜୁର ହୋଇ ୧.୦୨ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି । ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ସେମାନେ  ଦୈନିକ ୧୦,୦୮୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗଦାନ  ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ।  

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମର୍ସିଆଲ ଡାଏରୀ ଫାର୍ମିଂ ମାଧ୍ୟମରେ  କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ  ୨୦୨୪-୨୫ ବର୍ଷରେ  ୭୧୬ ଆବେଦନ ଗ୍ରହଣ କରାଇବାବେଳେ ୬୨୬ ଆବେଦନକୁ ମଂଜୁର ମିଳିଛି  ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ ।  ୨୦୨୫-୨୬ ରେ ଆବେଦନ କରିଥିବା  ୨୭୨ରୁ ୧୪୪ ଆବେଦନ ମଂଜୁର ହୋଇ ୧୧୫୨ ପ୍ରାଣୀ ପାଳନକୁ ମଂଜୁର ମିଳିଛି ।  ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ  ଶେଷ କରିବାକୁ  ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି ।  ପ୍ରାଣୀମାନଙ୍କୁ କିପରି ସନ୍ତୁଳିତ  ପୋଷଣ ମିଳିପାରିବ,  ସେଥି ପାଇଁ ଗୋଖାଦ୍ୟ-ଉଦ୍ୟୋଗ ସ୍କିମ୍ କାର୍ଯ୍ୟକାରୀ  ହୋଇଛି । ୮୫ ପ୍ରତିଶତ ହିତାଧିକାରୀ ଗୋ-ଖାଦ୍ୟ ପାଇଁ ଘାସ ଚାଷ କରି ନିଜ ନିଜର ଗୋ-ପାଳନ  ପାଇଁ ବ୍ୟବହାର କରୁଛନ୍ତି ।   ଏଥିରେ  ବ୍ୟକ୍ତିଗତ ବା ଗ୍ରୁପ ପିଛା  ଏକର ପ୍ରତି ୩୫,୦୦୦ ସବସିଡି ରହିଛି  । ଏଥିରେ ଦେୟ ମୁକ୍ତ ମିନି କିଟ୍ ( ମକା ଓ ବରଗୁଡ଼ି ମଞ୍ଜି ) ବଣ୍ଟନ   କରାଯାଉଛି ।   ମାଈ ବାଛୁରୀ ପାଳନ ଯୋଜନାରେ ୫୦% ସବସିଡି  ଗୋଖାଦ୍ୟ ପାଇଁ ଏବଂ  ୧୦୦% ବୀମା ସବସିଡି ବ୍ୟବସ୍ଥା ରହିଛି ।   ଏହି ସ୍କିମରେ  ୨୦୨୪-୨୫ ରେ ୬୨୩ ଘାସ ଚାଷ ଉତ୍ପାଦନ   ଆରମ୍ଭ ହୋଇଥିବା ବେଳେ  ୨୦୨୫-୨୬ ରେ ଅଦ୍ୟାବଧି ୧୮୫ ଘାସ ଉତ୍ପାଦନ ପ୍ରକଳ୍ପ  ଆରମ୍ଭ ହୋଇଛି । 

ଯୋଜନାର କାର୍ଯ୍ୟକାରୀ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ଯୋଜନାରୁ ଚାଷୀମାନେ ଯେପରି ଲାଭ ଉଠାଇ ଅଧିକରୁ ଅଧିକ  ଉପକୃତ  ହୋଇପାରିବେ  ଏବଂ  ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ପାରିବ, ସେଥିପ୍ରତି  ଗୁରୁତ୍ୱ ଦେଇଛନ୍ତି ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି ) ର ବିଶେଷଜ୍ଞଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରିତାର ମୂଲ୍ୟାୟନ  ଓ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଦେବା  ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026

You Might Also Like