-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ)ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଆଜି ମାନନୀୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁବର୍ଣ୍ଣପୁର ଗସ୍ତରେ ଆସିଥିଲେ ।ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସ ଠାରେ କିଛି ସମୟ ରହଣି ମଧ୍ୟରେ ବିନିକା ବ୍ଲକ ଅଧିନସ୍ତ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟିର ସଭାପତି ଅଶୋକ ପୃଷ୍ଟି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ କପିଳେଶ୍ୱର ମନ୍ଦିରକୁ ସ୍ଥାନ ଦେବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସମ୍ବଲପୁର ସ୍ଥିତ ଏସିଷ୍ଟାଣ୍ଟ କମିଶନର ଅଫ ଦେବୋତ୍ତର ଅଧୀନରେ ପଞ୍ଜୀକୃତ ଏହି କପିଳେଶ୍ୱର ମନ୍ଦିର ତୃତୀୟ ଅନଙ୍ଗଭୀମଦେବ ନିର୍ମାଣ କରିଥିଲେ ।