-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||     

HOME   ଜିଲ୍ଲା

ପ୍ରଶାସନର ଅନୁପସ୍ଥିତ ଯୋଗୁଁ ଅକାଳରେ ଜୀବନ ଗଲା ୧୨ବର୍ଷର ବାଳକ (ବିନିକା ରଥ ଟଣାରେ ଅଘଟଣ,ଜଣେ ମୃତ,୩ଆହତ)

07-Jul-2025



ବିନିକା(ହିମାଂଶୁ ଶେଖର ପୁଟେଲ)ଦୀର୍ଘ ଦଶନ୍ଧି ଧରି ପାଳିତ ହୋଇ ଆସୁଛି ରଥ ଯାତ୍ରା ।ହେଲେ କେବେ ବି ଏଭଳି ଦୁଃଖଦ ଘଟଣା ଘଟି ନଥିବା ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳେ   ହେଲେ ଚଳିତ ବର୍ଷ ବିନିକା ବାହୁଡ଼ା ଯାତ୍ରା ରଥ ଟଣା ବେଳେ ଘଟି ଯାଇଥିବା ଦୁଃଖଦ ଘଟଣା ଅଞ୍ଚଳର ଭକ୍ତ ପ୍ରେମୀ ମହଲରେ ଶୋକର ଲହରୀ ଖେଳିଯାଇଛି ।ଘଟଣାଟି ଘଟିଛି ଖୋଦ ବିନିକା ସହରରେ। ମହାପ୍ରଭୁ ଜଗନ୍ନାଥ,ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୦ଦିନ ମାଉସୀ ମନ୍ଦିରରେ ରହିବା ପରେ ବାହାରିଥିଲେ ବାହୁଡ଼ା ଯାତ୍ରାରେ ନିଜ ମନ୍ଦିରକୁ । ସେଥିପାଇଁ ରଥ ଯାତ୍ରା ପରିଚାଳନା କମିଟି ସଦସ୍ୟ,ପ୍ରଶାସନିକ ଅଧିକାରୀ,ପୋଲିସ ପ୍ରଶାସନ ତରଫରୁ ସମସ୍ତ ବିଧି ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା। ହେଲେ ସବୁ ବ୍ୟବସ୍ଥା ସତ୍ତ୍ବେ କାହିଁକି ରଥ ଟଣା ବେଳେ ଏପରି ଅଘଟଣ ଘଟିଲା ଯାହାକି ସେହି ଘଟଣାରେ ଜଣେ ୧୨ବର୍ଷର ବାଳକ ମୃତ୍ୟୁ ହୋଇଥିବା ବେଳେ ୩ଜଣ ନାବାଳକ ସମେତ ୨ଜଣ ଶ୍ରଦ୍ଧାଳୁ ଭକ୍ତ ଆହତ ହୋଇଥିଲେ ।ଯାହାକୁ ନେଇ ଅଞ୍ଚଳର ଜନସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେବା ସହିତ ଏହି ଦୁଃଖଦ ଘଟଣା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳୁଛି ।ଖବର ନେବାରୁ ଜଣାପଡିଛି ଯେ ରବିବାର ଅପରାହ୍ନ ପ୍ରାୟ ୩ଟାରେ ପ୍ରଥମେ ବଳଭଦ୍ର ଓ ଶୁଭଦ୍ରାଙ୍କ ତାଳଧ୍ଵଜ ରଥ ଟଣା ହୋଇଥିଲା ହେଲେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ ।ରଥ ଉପରେ ପୂଜକ ସହ ୨/୩ଜଣ ବ୍ୟକ୍ତି ରହିଥିଲେ ।ଅଚାନକ ଘଣ୍ଟ ବାଜିବା ପରେ ରଥ ଟାଣି ଥିଲେ ଭକ୍ତ ।ଗନ୍ତବ୍ୟ ସ୍ଥଳରୁ ମାତ୍ର କିଛିଦୂର ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଗଡିବା ପରେ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ଖମ୍ବରେ ପିଟି ହେଲା। ଠିକ ସେହି ସମୟରେ ୪ନାବାଳକ ସମେତ ୨ଭକ୍ତ ରଥ ଚକରେ ଚାପି ହୋଇ ଖଣ୍ଡିଆ, ଖାବଡା ହୋଇଥିଲେ ।ଉପସ୍ଥିତ ଭକ୍ତମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେମାନଙ୍କ ମଧ୍ୟରୁ ୧୨ବର୍ଷର ବାଳକ ପିଙ୍କୁ ମେହେର ର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା କିଛି ଘଣ୍ଟାର ଚିକିସ୍ୱା ପରେ ଅବସ୍ଥା ଜଟିଳ ଥିବାରୁ ବୁର୍ଲା ଡାକ୍ତର ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପିଙ୍କୁ କୁ କଟକ ନିଆଯାଉଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ରେଢାଖୋଲ ନିକଟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ପ୍ରଘଟ ହେବାପରେ ଆଜି ସକାଳ ଠାରୁ ସାରା ବିନିକା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଉ କେତେକଙ୍କ ଆଖିରୁ ଲୁହ ଝରୁଥିବା ଦେଖା ଯାଇଥିଲା। ମୃତ ବାଳକ ବରଗଡ଼ ଜିଲ୍ଲା ଭେଡେନ ଥାନା ଥୁଆପାଲି ଗ୍ରାମର ।ଘରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ବାପା,ମା  ପୁଅ,ଝିଅକୁ ଧରି ବିନିକା ଆସି ଘର ଭଡ଼ାରେ ରହୁଥିଲେ। ମୃତ ବାଳକର ବାପା ନିକଟ ଗ୍ରାମରେ ଏକ ଦୋକାନ ଦେଇ ପରିବାର ଚଳାଉଥିଲେ।  ହେଲେ ଏକମାତ୍ର ପୁଅକୁ ହରେଇବା ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତେବେ ଏହି ଘଟଣରେ ଅନ୍ୟ ସମସ୍ତ ଆହତ ଚିକିତ୍ସାଧୀନ ପରେ ତାଙ୍କ ସ୍ୱାସ୍ଥ୍ୟରେ ଅଗ୍ରଗତି ହୋଇଥିବା ସୂଚନା ମିଳିଛି ।ଅନ୍ୟ ପକ୍ଷରେ ଏହି ଘଟଣା ପାଇଁ ପ୍ରଶାସନ ହିଁ ସମ୍ପୂର୍ଣ୍ଣ ଦାୟୀ ବୋଲି ସାଧାରଣରେ ଚର୍ଚା ହେଉଛି ।ମୃତ ବାଳକର ଶବ ବ୍ୟବଚ୍ଛେଦ ବରଗଡ଼ ଜିଲ୍ଲା ଡାକ୍ତରଖାନାରେ କରାଯିବା ପରେ ନିଜ ଗ୍ରାମ ଥୁଆପାଳିକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ମୃତ ବାଳକର ପରିବାରବର୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026

You Might Also Like