-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
06-Jul-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ଥାନା ଅନ୍ତରଗତ ଜାମଗୁଡା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ସକାଳ ପ୍ରାୟ ୫ଘଣ୍ଟା ସମୟରେ ଘରର କାନ୍ତ ଭାଙ୍ଗି ଯାଇଥିଲା ଏବଂ ଘର ଭିତରେ ଶୋଇଥିବା ମହିଳା ଉପରେ ପଡି ଯାଇଥିଲା ଫଳରେ ମହିଳାଙ୍କ ମୃତ ହୋଇ ଯାଇଥିବା ସୂଚନା ମିଳିଛି।ମହିଳା ଜଣକଙ୍କ ନାମ ରିବା ପାନକା ବୟସ ୫୫ବର୍ଷ। ମହିଳା ଏବଂ ତାଙ୍କ ସ୍ୱାମି ଅର୍ଜୁନ ପାନକା ଘର ଭିତରେ ଶୋଇ ଥିବା ସମୟରେ ଏହି ଅଭାବନୀୟ ର୍ଘଟଣା ଘଟିଛି ଅର୍ଜୁନ ପାନକା ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାଟି ଛାଟିଗୁଡା ପଞ୍ଚାୟତ ଏବଂ ଡାବୁଗାଁ ଥାନା ଅଧୀନରେ ହୋଇ ଥିବାରୁ ପରିବାର ଲୋକ ଡାବୁଗାଁ ଥାନାରେ ଆସି ଲିଖିତ ଭାବରେ ଜଣାଇଥିଲେ। ଏହାପରେ ଡାବୁଗାଁ ଡାକ୍ତର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମୃତ ମହିଳା ଜଣକ ନିହାତି ଗିରିବ ପରିବାର ହୋଇ ଥିବରୁ ତାଙ୍କ ପରିବାର ଙ୍କୁ କିଛି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଗ୍ରାମ ବାସି ଏବଂ ପରିବାର ବର୍ଗ ସରକାରଙ୍କୁ ନିବେଦନ କରିଛନ୍ତି।