-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||     

HOME   ଜିଲ୍ଲା

ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ: ନରସିଂହ

06-Jul-2025



ବଲାଙ୍ଗିର- ରାଜ୍ୟରେ ଏକ ବର୍ଷ ଓ କେନ୍ଦ୍ରରେ ୧୧ ବର୍ଷ ଡବଲ ଇଞ୍ଜିନ ସରକାର ଲୋକଙ୍କୁ ବିକାଶ ନାଁ ରେ ମିଛ କହୁଛି । ନିର୍ବାଚନ ଜିତିବା ପାଇଁ ମିଥ୍ୟା ପ୍ରତିଶୃତି ଦେବାରେ ଉଭୟ ସରକାର ବେଶ ପାରଙ୍ଗମ। ଡବଲ ଇଞ୍ଜିନ ଆସିଲେ ଡବଲ ବିକାଶ ହେବ କହୁଥିବା ସରକାର ରାଜ୍ୟକୁ କିନ୍ତୁ କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବରେ କମେଇ ଚାଲିଛି ।

ଆହୁରି ମଧ୍ୟ ବର୍ତ୍ତମାନ ତାଙ୍କର ଦଳିୟ ଲୋକମାନେ ଏପରି ଭାବରେ କାର୍ଯ୍ୟପାଳିକା ଉପରେ ଅତ୍ୟାଚାର ଓ ଆକ୍ରମଣ କରୁଛନ୍ତି ଯେ ଆଉ ଲାଗୁନାହି ରାଜ୍ୟରେ ଆଇନର ସରକାର ଅଛି ବୋଲି । ରାଜ୍ୟସାରା କେବଳ ଅରାଜକତା । ଏପରିକି ନିକଟରେ ବିଜେପି ସରକାରକୁ ଆସିଥିବା ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କର ସରକାରଙ୍କ କାର୍ଯ୍ୟଶୈଳିକୁ ଦେଖିଲେ ଜଣାପଡୁଛି ଯେମିତି ସବୁ ସରକାର ଶିଳ୍ପପତି ଆଦାନି ହାତରେ ବନ୍ଧାପଡିଛନ୍ତି ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ସାମ୍ବାଦିକମାନଙ୍କ ସହିତ ଅନୁଷ୍ଠିତ ଏକ ମତବିନିମୟ କାର୍ଯ୍ୟକ୍ରମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ଲୋକଙ୍କ ଆନ୍ଦୋଳନ ଯୋଗୁଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ଭବ ହୋଇ ପାରିଛି । ତାର ମୁଖ୍ୟ ଉଦ୍ଦେଶ୍ୟ ଯାହାକି ଚାଷ ଜମିକୁ ପାଣିଦେବା କଥା ତାହା ନ ଦେଇ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଏଠାରୁ ଖଣି ଖନନ କରିବାକୁ ସ୍ଥିର କରିସାରିଛନ୍ତି । ଯଦି ଖଣି ଖନନ ଦ୍ୱାରା ସୁକତେଲ ପାଣି ଦୂଷିତ ହୁଏ ତେବେ ଏହା ସମ୍ପୁର୍ଣ୍ଣ ବେଆଇନ ବୋଲି ଡବଲ ଇଞ୍ଜିନ ସରକାର ଜାଣି ରଖିବା କଥା । ଖଣି ଖନନ ଦ୍ୱାରା କେବଳ ଶିଳ୍ପପତିଙ୍କ ଉନ୍ନତି ହେବ। ନା ଏଠାରେ ଶିଳ୍ପ ହେବ ନା ଏଠିକାର ଲୋକ ରୋଜଗାର ପାଇବେ ତେଣୁ ଦାଦନ ଅବସ୍ଥା ଯେମିତି କି ସେମିତି ରହିବ । ଯଦିଓ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି କିନ୍ତୁ ମେଡିକାଲ କଲେଜ ର ସୁବିଧା ଲୋକ ପାଇବା ପରିବର୍ତ୍ତେ  ଆହୁରି ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି । ନନ୍ଦିଘୋଷ ନ ଗଡିବା ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ ଷଡଯନ୍ତ୍ର କରି ଡବଲ ଇଞ୍ଜିନ ସରକାର ଆଦାନିଙ୍କ ପାଇଁ ନନ୍ଦିଘୋଷ ରଥକୁ ଅଟକାଇ ଓଡିଆ ଅସ୍ମିତା ବିପରୀତ କାମ କରିଛି । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ କରିଛି ବୋଲି ସେ କହିଥିଲେ । କୁଶଳି ଅନୁଭବି ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ରଥ ଚାରିପାଖ ପରିଚାଳନା ଦାୟିତ୍ୱ ଦେବା ପରିବର୍ତ୍ତେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଦଳୀୟ କର୍ମକର୍ତ୍ତାଙ୍କୁ କଡର୍ଣ୍ଣ ଭିତରେ ପୁରାଇ ଉଦ୍ଦେଶ୍ୟମୂଳକ ଭାବେ ଶ୍ରୀ ନନ୍ଦିଘୋଷ ରଥକୁ ଅଟକାଇ ଦେଲେ । ଏହାର ଜବାବ ନିଶ୍ଚିତ ଜଗନ୍ନାଥପ୍ରେମୀମାନେ ଦେବେ ବୋଲି ସେ କହିଥିଲେ । ଓଡିଶାର ଜମି ଜଙ୍ଗଲ, ଖଣି ଯାହା ଉପରେ କି ଆଦିବାସୀଙ୍କ ଅଧିକାର ଅଛି ସେ ସବୁକୁ ଡବଲ ଇଞ୍ଜିନ ସରକାର ଆଦାନୀଙ୍କୁ ଟେକି ଦେବା ଅତି ନିନ୍ଦନୀୟ । ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଉଚ୍ଚ ପଦସ୍ତ ସରକାରୀ ଅଧିକାରୀ ଆନ୍ଦୋଳନରେ ଯିବା ଏବଂ ସରକାର ନିରବଦ୍ରଷ୍ଟା ରହିବା ସ୍ପଷ୍ଟ କରୁଛି ଯେ ସରକାର ଠିକ ହିସାବରେ ଚାଲୁ ନାହିଁ। ଖୁଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ସରକାରୀ କର୍ମଚାରୀମାନେ ତାଙ୍କ କଥା ଶୁଣୁ ନାହାନ୍ତି । ସରକାର କହୁଛିି ବିଜୟାନନ୍ଦ ଚିନିକଳ ଚାଲିବ କିନ୍ତୁ ଚିନିକଳ ଚଳାଇବା ପାଇଁ ଯେଉଁ ସଂସ୍ଥା ବିଭିନ୍ନ ଚୁକ୍ତି ରଖିଛି ସେଥିରୁ ଲାଗୁଛି ଏହି ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେବ ନାହିଁ କାରଣ ଚିନିକଳରେ ଆର୍ଥିକ ଅନିୟମିତତାକୁ ନେଇ ଆଇନଗତ ଲଢେଇ ନ୍ୟାୟାଳୟରେ ପଡିରହିଛି । ବିଜେପି ବିଜେଡି ସଂପର୍କ ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ବିଜେଡି ସରକାରକୁ ଯିଏ ପରିଚାଳନା କରୁଥିଲେ ବିଜେପି ସରକାର ସରକାରକୁ ମଧ୍ୟ ସିଏହିଁ ପରିଚାଳନା କରୁଛନ୍ତି ବୋଲି ପରୋକ୍ଷରେ ଭି.କାର୍ତ୍ତିକେୟାନ ପାଣ୍ଡିଏନଙ୍କ ଆଡକୁ ଇସାରା କରିଥିଲେ । ଏ ଉଦାହରଣ ଦେଇ ସେ କହିଥିଲେ ଗତ ବିଧାନସଭା ଅଧିବେଶନରେ ବିଜେପି ଦଳ ରୁଲସ୍ ଅଫ୍ ବିଜେନେସକୁ ଅଣଦେଖା କରି ରାତିସାରା ବିଧାନସଭା ଚଳାଇଥିଲା ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଗୃହ ମଧ୍ୟରେ ଥାଇ ମଧ୍ୟ ତାର କାଣିଚାଏ ମଧ୍ୟ ବିରୋଧ ନ କରି ଓଲଟା ସେ ସମୟରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲା ବୋଲି ଉଭୟ ଦଳକୁ ଆକ୍ଷେପ କରିଥିଲେ । ସ୍ଥାନୀୟ ସମସ୍ୟା ମହାରାଣୀ ସାଗର ଦୁର୍ନୀତିର ପ୍ରଶ୍ନରେ ଶ୍ରୀ ମିଶ୍ର ମହାରାଣୀ ସାଗର ଦୁର୍ନିତିକୁ ଏକ ମହାଦୁର୍ନିତି

ବୋଲି ଆଖ୍ୟା ଦେବା ସହ ଏହାର ଭିଜିଲେନ୍ସ ତଦନ୍ତ ଦାବି କରିଥିଲେ । ଆଜିର ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅଶୋକ ନନ୍ଦ, ମନୀଷ ମିଶ୍ର ମଞ୍ଚାସୀନ ଥିବା ବେଳେ ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ନଗର ସଭାପତି ବୁଲୁ ଦାନି, ଜୁଲୁ ପଟ୍ଟନାୟକ, ବିରେନ୍ଦ୍ର ମିଶ୍ର, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026

You Might Also Like