-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
10-Jun-2025
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି। ହେଲେ ନିମ୍ନମାନର ନିର୍ମାଣ କାମ ହୋଇଥିବାରୁ ଡାକ୍ତରୀ ଜୈବ ବର୍ଜ୍ୟ ପରିଚାଳନା କକ୍ଷର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସ୍ଥିତି ଏପରି ହୋଇଛି ଯେ କୋଉଠାରେ ଉକ୍ତ କକ୍ଷକୁ ସୁରକ୍ଷା ଯୋଗାଇ ଦେବାକୁ ହୋଇ ଥିବା ବାଡ଼ ଫାଟି ଆଁ କରିଛି ତ କୋଉଠି କକ୍ଷକୁ ଲାଗିକି ସିମେଣ୍ଟ ପଲସ୍ତରା ଫାଟି ଆଁ କଲାଣି। ଜୈବ ବର୍ଜ୍ୟ ପରିଚାଳନା କକ୍ଷ ଅଦ୍ୟାବଧି ପର୍ଯ୍ୟନ୍ତ ହସ୍ତାନ୍ତର ମଧ୍ୟ ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା କାମର ମାନ ପ୍ରତିପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ନିଶ୍ଚିତ ଭାବରେ ଯାଞ୍ଚ ର ପରିଧିକୁ ଆସୁଛି। ହେଲେ ଏନେଇ ବିଭାଗୀୟ ଏନ୍ଏଚଏମ କନିଷ୍ଠ ଯନ୍ତ୍ରୀ କୁ ପଚାରିବାରୁ କାମ ହୋଇଥିବା ସ୍ଥାନରେ କଳାମାଟି ଥିବାରୁ ସ୍ଥିତି ଏପରି ହୋଇଥିବା କହିଥିଲେ। ଏବଂ ବର୍ତ୍ତମାନ
ପର୍ଯ୍ୟନ୍ତ କାମ କରୁଥିବା ଠିକାଦାର ଆମକୁ ହସ୍ତାନ୍ତର କରିନାହାନ୍ତି। ତେଣୁ ହସ୍ତାନ୍ତର ହେବା ଆଗରୁ ଠିକାଦାର ସମସ୍ତ ପ୍ରକାର କାମ ସାରିବା ପରେ କକ୍ଷର ସ୍ଥିତି ଦେଖିବାପରେ ହସ୍ତାନ୍ତର ହେବ ବୋଲି କହିଥିଲେ। ଏହାକୁ ନଜରରେ ରଖି ଠିକାଦାର ଙ୍କ ଇଏମଡି ଟଙ୍କା ରଖାଯାଇଛି ସେ ଯଦି ସବୁ ଠିକଠାକ କରି ହସ୍ତାନ୍ତର ନ କରିବେ ତେବେ ତାଙ୍କ ଶେଷ ପର୍ଯ୍ୟାୟ ଟଙ୍କା ସେ ପାଇପାରିବେ ନାହିଁ ବୋଲି କହିଥିଲେ। ତେବେ ଆଗକୁ ଦେଖିବାକୁ ରହିଲା କନିଷ୍ଠ ଯନ୍ତ୍ରୀଙ୍କ କଥା କେତେ ଦୂର ସତ ହେଉଛି।