-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
10-Jun-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର କୋଣ୍ଟାରେ ଆଇଇଡି ବିସ୍ଫୋରଣ ଯୋଗୁଁ କୋଣ୍ଟା ଡିଭିଜନର ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ମୃତ୍ଯୁ ବରଣ କରିଛନ୍ତି। କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ସୋନେଲ ୱ।ଲା ଓ ଏସଡିପିଓ ଭାନୁପ୍ରସାଦ ଚନ୍ଦ୍ରାକର ମଧ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି। ସୁରକ୍ଷାକର୍ମୀଙ୍କ ସହିତ ଚାଲି ଚିଲି ପାଟ୍ରୋଲିଂ ବେଳେ ମାଟି ତଳେ ପୋତାଯାଇଥିବା ପ୍ରେସ୍ତର ବୋମାର ସଂସ୍ପର୍ଶରେ ଆସି ଏଭଳି ବିସ୍ଫୋରଣ ଘଟିଥିଲା। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି ।
ଆଜି ସକାଳେ ୧୦ ଘଟିକା ସମୟରେ ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଏରାବୋରା ଜଙ୍ଗଲ ଠାରୁ ମାତ୍ର ୨ କିମି ଦୂରରେ ଏକ ରାସ୍ତା କାମ ଚାଲିଥିବା ବେଳେ ସେଠାରେ ନକ୍ସଲମାନେ ମାଟି ଖୋଳୁଥିବା ଜେସିବି କୁ ଅଗ୍ନି ସଂଯୋଗ କରି ପୋଡ଼ି ଦେଇଥିଲେ। ଏହି ଅଞ୍ଚଳରେ ନକ୍ସଲମାନଙ୍କର ଦବଦବା ବେଶି ଥିବା ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏହି ପାଟ୍ରୋଲିଂରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହ କୋଣ୍ଟା ପୁଲିସ୍ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ସାମିଲ୍ ହୋଇଥିଲେ। ପାଟ୍ରୋଲିଂ ଚାଲିଥିବା ବେଳେ କୋଣ୍ଟା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ହଠାତ୍ ବିସ୍ଫୋରଣ କରିଥିଲା । ଯେଉଁଥିରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କ ଶରୀର ନିମ୍ନ ଅଂଶର ମାଂସ ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । ସେହିପରି ଏଥିରେ ଅନ୍ୟ ଜଣେ ଯବାନ ଓ ଅଧିକାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କ ମୃତ୍ୟୁ ଘଟିଥିଲା । ଆସନ୍ତା ୧୦ ତାରିଖ ଦିନ ନକ୍ସଲ ମାନେ ଭାରତ ବନ୍ଧ ଡାକରା ଦେଇ ଥିବା ରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।