-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||     

HOME   ଜିଲ୍ଲା

ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର

06-Jun-2025



 ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ଶିବିର ।ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଶିବିରଟିକୁ ଉଦଘାଟନ କରି କହିଲେ ଯେ,ଆଜିର ଶିଶୁ କାଲିର ସୁନାଗରିକ,ଶିଶୁ ହସିଲେ ଦୁନିଆ ହସିବ,ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତି ଗଠନରେ ସାମିଲ ହେବାର ଆବଶ୍ୟକତା ରହିଛି।
ମାଲକାନଗିରି ଜିଲ୍ଲା   ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଳା ପ୍ରଶାସନର ମିଳିତ ଅନୁକୂଲ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ପାଞ୍ଚ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସଭାଗୃହ  ଠାରେ ଅନୁଷ୍ଠିତ ହୋଇଯାଇଅଛି I ଜିଲ୍ଲାର ୪ ଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ  ଶିଶୁ ଓ ୪୦ ରୁ ଅଧିକ କର୍ମକର୍ତ୍ତାମାନଙ୍କୁ  ନେଇ  ଦୀର୍ଘ ୫ ଦିନ ପାଇଁ ଏହି ଗ୍ରୀଷ୍ମ କାଳୀନ ଅଧିବେଶନର ଶୁଭାରମ୍ଭ ହୋଇଅଛି I ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ହେଉଛି, ଶିଶୁ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ, ଚରିତ୍ର ଗଠନ, ଦକ୍ଷତାର ଅବିବୃଦ୍ଧି ଓ ଏକ ପୂର୍ଣ୍ଣାଙ୍ଗ ବିକଶିତ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ ଭାବରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ  ସାମିଲ କରାଇବା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସରେ  ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚେୟାରମେନ ସଂଯୁକ୍ତା ପ୍ରଧାନ,ଜିଲ୍ଳା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା  ଅଧିକାରୀ ଇନ୍ଦିରା ପ୍ରଧାନ  ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଗଠନ ଓ କଠିନ ଅଧ୍ୟବସାୟ ପାଇଁ  ପ୍ରେରଣା ପ୍ରଦାନ କରିବା  ସହ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ ସମ୍ମାନ ଦେବା ସଙ୍ଗେସଙ୍ଗେ ଏହାକୁ  ମାନି ଚାଲିବାକୁ ମତ ବ୍ୟକ୍ତ କରିଥିଲେ I ଏଥିସହ ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I ଶିଶୁମାନଙ୍କ ମଧ୍ୟରେ ଧର୍ଯ୍ୟ, କାର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା, ଦୃଢ ସଂକଳ୍ପ, ଚରିତ୍ର ଗଠନ ଓ  ଦକ୍ଷତାର ଅବିବୃଦ୍ଧି ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ I    ପରିବର୍ତ୍ତନ ଶିଶୁ ଗୃହ, ନୀଳାଚଳ ଆଦିବାସୀ ସେବାଶ୍ରମ, ଜୟ ଶିଶୁ ଗୃହ ଓ  ବନବାସୀ ଶିଶୁ ଆଶ୍ରମର ଅନ୍ତେବାସୀର ମୁଖ୍ୟ ପରିଚାଳକ, ସମସ୍ତ କର୍ମକର୍ତ୍ତା, ଶିଶୁ ସହାୟତା ଲାଇନର କର୍ମକର୍ତ୍ତା, ସ୍ୱତନ୍ତ୍ର  ପର୍ଯ୍ୟବେକ୍ଷଣ ଗୃହର  କର୍ମକର୍ତ୍ତା ଏବଂ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ସୁଦେଷ୍ଣା ରାଉତ ,  ମୌସୁମୀ ମିଶ୍ର,  ଗଙ୍ଗା ବଡରାଜୁ, ସୁଶାନ୍ତ, ଶିବ ଓ ଅନ୍ୟ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା I  ଏହି ୫ ଦିନିଆ ଗ୍ରୀଷ୍ମ କାଳୀନ ଅଧିବେଶନରେ ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ପାଇଁ ଯୋଗ ଓ ଧ୍ୟାନ  ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା  କୌଶଳର ପ୍ରଶିକ୍ଷଣ, ହସ୍ତ କଳା ଓ ହସ୍ତ ଶିଳ୍ପ ପଦାର୍ଥ ପ୍ରସ୍ତୁତି  ପ୍ରଶିକ୍ଷଣ,ସଂଗୀତ , ନୃତ୍ୟ , ଆଧୁନିକ ଚିତ୍ରାଙ୍କନ, ବିତର୍କ କୌଶଳ ପ୍ରଶିକ୍ଷଣ ଓ ତୀରନ୍ଧାଜ କୌଶଳ ପ୍ରଶିକ୍ଷଣ, ଜୁଡୋ ଓ ମାର୍ଶାଲ ଆର୍ଟ କୌଶଳ ସହ ପର୍ବତ ଆରୋହଣ ପ୍ରଶିକ୍ଷଣ ଆଦି ସାମିଲ କରାଯାଇଅଛି I ଉପରୋକ୍ତ ପ୍ରଶିକ୍ଷଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ  ମାଲକାନଗିରି, କୋରାପୁଟ  ଓ ନବରଙ୍ଗପୁର ଜିଲ୍ଲାର ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଆତ୍ମ ରକ୍ଷାକୌଶଳ, ଯୋଗ ପ୍ରଶିକ୍ଷଣ ପାଇଁ "ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ" ଆଓମା ଗୁରୁକୁଳର ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026

You Might Also Like