-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-May-2025
ବରୀ(ରଞ୍ଜିତ ମହାନ୍ତି)
ଚଳିତ ମାଟ୍ରିକ ପରୀକ୍ଷାରେ ବରୀ ନିର୍ବାଚନମଣ୍ଡଳୀରେ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସମ୍ବନ୍ଧିତ କରାଯାଇଛି। ବରୀ ବ୍ଲକ ଅନ୍ତର୍ଗତ ଇଶାଣପୁରସ୍ଥିତ ହାପି କ୍ଲାସେସ ପକ୍ଷରୁ ଈଶାବରୀ ଗ୍ରାମୀଣ ପାର୍କ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିଶ୍ବରଞ୍ଜନ ମଲିକ ଯୋଗଦେଇ ଏ-୧ରେ କୃତକାର୍ଯ୍ୟ ହୋଇଥିବା ଜିଜ୍ଞାସା ବିଶ୍ବାଳ, ଅଙ୍କିତ ଅନୁରାଗ ପଣ୍ଡା, ଜୟଶ୍ରୀ ଦାସ, ସୌମ୍ୟଜିତ ଦାସ, ନିବେଦିତା ଦାସ, ଲକ୍ଷ୍ମୀପ୍ରିୟା ମଲିକ, ସାଗର ମୁଦୁଲିଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଅର୍ଥରାଶି ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ। ଏଥିସହିତ ପିଲାମାନେ ପିତାମାତା ଓ ଗୁରୁଙ୍କ କଥା ମାନି ପାଠ ପଢ଼ିଲେ ନିଶ୍ଚିତ ସଫଳତା ପାଇପାରିବେ ବୋଲି କହିଥିଲେ। ହାପି କ୍ଲାସେସ କୋଚିଂ ସେଣ୍ଟରର ପରିଚାଳକ ହେମନ୍ତ ଜେନାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବିଧାୟକ
ହାପି କ୍ଲାସେସ ପକ୍ଷରୁ ପାଟ୍ରିକ ଏ-୧ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାକିସ୍ତାନ ସୀମାରେ ଯୁଦ୍ଧ ଲଢ଼ୁଥିବା ଯବାନଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଭାରତ ମାତା କି ଜୟ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା। ବିଦଗ୍ଧାର ନିର୍ଦେଶକ ଶରତ ଜେନା ମଞ୍ଚ ପରିଚାଳନା
ଅତିଥିଙ୍କ ଗହଣରେ ସମ୍ବନ୍ଧିତ ହୋଇଥିବା ଛାତ୍ରୀଛାତ୍ର।
କରିଥିବାବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମକର ଚରଣ ଘଡ଼ାଇ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥ୍ ଭାବେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି,ଉପାଧ୍ଯକ୍ଷା ଅର୍ଚ୍ଚନା ମଲିକ, ସାମାଜିକ କର୍ମୀ କେଦାର ସାମଲ, ଜିଲା ପରିଷଦ
ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ ସାମଲ, ଦିଲୀପ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ଯକ୍ଷା ଅଯୋଧ୍ଯା ଜେନା, ସରପଞ୍ଚ ରେବତୀ ଜେନା, କୁନା ମଲିକ, ସଞ୍ଜୟ ସେଠୀ, ସମିତିସଭ୍ୟ ଶ୍ରୀଧର ସେଠୀ, ପୂର୍ବତନ ସରପଞ୍ଚ ବିଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଗୋବିନ୍ଦ ଚନ୍ଦ୍ର ଜେନା, ଇଶା ଣପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଟବର ଜେନା, ଭାଗବତ ଜେନା, ଅର୍ଜୁନ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଚିନ୍ତାମଣି ଜେନା ଧନ୍ୟବାଦ ଦେଇଥିଲେ।