-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
11-May-2025
ଅତାବିରା(ଆକାଶ ମିଶ୍ର ) ସେବା ତଥା ଶୃଙ୍ଖଳା ର ପ୍ରତୀକ ଭାବେ ସମଗ୍ର ବିଶ୍ବର ବୃହତ୍ତମ ଅନୁଷ୍ଠାନ ହେଉଛି ସ୍କାଉଟ ଗାଇଡ । ଦୀର୍ଘ ୩ ବର୍ଷ ଧରି ନିଜର ସେବା ଓ ଶୃଙ୍ଖଳାର ଗୋଟିଏ ପରେ ଗୋଟିଏ ବ୍ୟାଜ୍ ଧାରଣ କରିସାରିଲା ପରେ ଶେଷରେ ଜଣେ ସ୍କାଉଟ କିମ୍ବା ଗାଇଡ ରାଜ୍ୟ ପୁରସ୍କାର ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ । ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟପାଳ ଦିଅନ୍ତି ସାର୍ଟିଫିକେଟ। ଗତ ଶୁକ୍ରବାର ରାଜଭବନ ରେ ଥିଲା ଓଡ଼ିଶା ଭାରତ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର ଉତ୍ସବ । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ବପତି ,ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଓ ଓଡ଼ିଶା ରାଜ୍ୟ ସ୍କାଉଟ୍ ଗାଇଡ ର ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ର ମଞ୍ଚାସିନ ଥିଲେ । ପ୍ରତି ଜିଲ୍ଲା ଭଳି ବରଗଡ଼ ଜିଲ୍ଲାରୁ ମଧ୍ୟ ୫ ଜଣ ଗାଇଡ ଓ ୪ ଜଣ ସ୍କାଉଟ୍ ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନାମିକା ମେହେର ଓ ପଦମପୁର ରାଜ ବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଆୟୁଷ ବେହେରା ଜିଲ୍ଲାର ପ୍ରତିନିଧିତ୍ଵ ଭାବରେ ପୁରସ୍କାର ଗ୍ରହଣ ପାଇଁ ମନୋନୀତ ହୋଇ ରାଜ୍ୟପାଳ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଡି ଓ ସି ଗାଇଡ କୌଶଲ୍ୟା ସାହୁ, ଡି ଟି ସି ଗାଇଡ ଅନୁସୂୟା ଦେବତା, ସ୍କlଉଟ୍ ମାଷ୍ଟର ଅକ୍ଷୟ ସାହୁ ଙ୍କ ସମେତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ଟୋପ ର ଗାଇଡ ଛାତ୍ରୀ ଜାଗୃତି ଗୁରୁ, ସୋନିଆ ପଞ୍ଚବିହା, ପ୍ରିୟl ମିର୍ଦ୍ଧା,ଅନାମିକା ମେହେର ଓ ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନା ର ସୁଚିଶ୍ମିତା ପ୍ରଧାନ,ସେହିପରି ମୁନିକେଲ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ଛାତ୍ର ଅଙ୍କିତ ବିଶ୍ୱାସ, ପ୍ରଦ୍ୟୁମ୍ନ ବେହେରା ଓ ଗୋଠୁଗୁଡ଼ା ଉଚ୍ଚ ବିଦ୍ୟାଳୟ ର ପୀୟୂଷ ବାରିକ୍ ଏହି ରାଜ୍ୟ ପୁରସ୍କାର ଉତ୍ସବରେ ଯୋଗଦେଇଥିଲେ । ରାଜ ଭବନ ରୁ ଫେରିବା ପରେ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କlଉଟ୍ ଗାଇଡ ମୁଖ୍ୟ କମିଶନର ବିଶ୍ଵନାଥ ସାହୁ ,ଜିଲ୍ଲା ତଥା ବ୍ଲକ ସ୍କାଉଟ୍ ଗାଇଡ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।