-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
29-Apr-2025
ଲୋଇସିଂହା, (ବିନୋଦ ଦୀପ) କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା କୃଷି ବିକାଶ ସହକାରୀ ସମିତି ଲିମିଟେଡ ଆନୁକୁଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଠାରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଓ ପ୍ରମୋଦ କୁମାର ବଡ଼ପଣ୍ଡା ଯୋଗଦେଇ କୃଷି ତଥା କୃଷକଙ୍କ ବହୁବିଧ ଉନ୍ନତି କଳ୍ପେ ଧାନଚାଷ ପରବର୍ତ୍ତୀ ରବିଚାଷରେ ଡାଲି ଜାତୀୟ ଫସଲ ଚାଷ କରି ଲାଭବାନ ହେବା ସକାଶେ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ମାମିନା ଭୋଇ ଓ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ଯୋଗ ଦେଇ ଜମିର ମାଟି ପରୀକ୍ଷା ଓ ସାର ପ୍ରୟୋଗ ତଥା ଜୈବିକ ପଦ୍ଧତିରେ କୃଷିର ଉପାଦେୟତା ଓ ଫସଲର ରକ୍ଷଣାବେକ୍ଷଣ ଉପରେ ସୂଚନା ଦେଇଥିଲେ । ମୁଗ, ବିରି, ଚଣା, ମୁସୁରି ଡାଲି ଜାତୀୟ ତଥା ରାଶି, ସୋରିଷ ତୈଳବୀଜ ଜାତୀୟ ଏବଂ କପା ଭଳି ଅର୍ଥକାରୀ ଫସଲ ଉପରେ ଆଲୋଚନା ହୋଇଥିଲା । ସିଆରଏଫ୍ଏମ ଜିଲ୍ଲା ସଂଯୋଜକ ନୀତିନ ଦାସ, ବାନିପାଲି ସରପଞ୍ଚ ପ୍ରମୁଖ ମଞ୍ଚାସିନ ଥିବାବେଳେ ଉପରବାହାଲ, ରତାଖଣ୍ଡି, ବାନିପାଲି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ । ଭିଏଡବ୍ଲୁ ହିରଣ୍ୟ ଶବର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁ, କ୍ଲଷ୍ଟର ସଂଯୋଜକ ବିଘ୍ନରାଜ ପଧାନ, ଶାନ୍ତନୁ ସାହୁ, ଉର୍ମିଳା ବାଗ, ଅଜୟ ଗଡତ୍ୟା ସହଯୋଗ କରିଥିଲେ । ପରିଶେଷରେ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।