-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||      ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||     

HOME   ଜିଲ୍ଲା

କଳିଙ୍ଗ ଗୌରବ ଫାଉଣ୍ଡେସନ ପକ୍ଷରୁ ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ବିତରଣ ଉତ୍ସବ ଆୟୋଜନ

27-Apr-2025



ନୂଆଦିଲ୍ଲୀ(ପ୍ରେରଣା ଖବର): କଳିଙ୍ଗ ଗୌରବ ଫାଉଣ୍ଡେସନ ତରଫରୁ ଦ୍ୱାଦଶ 'ଆଇ ଓମ୍ୟାନ ଅଫ ସବଷ୍ଟାନସ' ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ଇଣ୍ଡିଆ ହାବିଟେଟ ସେଣ୍ଟରର ଆମ୍ଫି ଥିଏଟରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖାଯାଇଥିଲା । ସମାବେଶରେ ଶତାଧିକ ନାରୀ ନେତ୍ରୀ, ବିଭିନ୍ନ କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା ମହିଳା, ସ୍ୱନାମଧନ୍ୟ ସମାଜସେବୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ପ୍ରଦାନ ମହୋତ୍ସବ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀଠାରେ ଆୟୋଜିତ ହୋଇଥିବାରୁ ଏହାକୁ କେନ୍ଦ୍ର କରି ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅସୀମ ଉତ୍ସାହ ଏବଂ ଅଦମ୍ଯ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ଯ କରାଯାଇଥିଲା।

ସମଗ୍ର ପରିବେଷ୍ଟନୀ ଉତ୍ସବମୁଖର ହୋଇ ଉଠିଥିଲା।

 ବିକଶିତ ଭାରତ ଗଠନ ଦିଗରେ ମହିଳାମାନଙ୍କର ଅବଦାନ ଶୀର୍ଷକ ଏକ ଆଲୋଚନା,ମହୋତ୍ସବର ବିଶେଷ ଆକର୍ଷଣ ଥିଲା। ଆଲୋଚନାକାରୀ ମାନଙ୍କ ମଧ୍ୟରେ ଡଃ. ଅନୀତା ପଣ୍ଡା, ରଶ୍ମୀ ସାହୁ, ଡଃ. କବିତା ରାଓ, ବିୟୁଟି ଶ୍ରୀବାସ୍ତବ, ରିଙ୍କି ସୋଧା ରାଜପୁତ ଓ ରୁଚି ଦୁବେ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଆଲୋଚନାକୁ ଶ୍ଯାମା ଝା ଦକ୍ଷତାର ପରିଚାଳନା କରିଥିଲେ।ଏହି ଅବସରରେ ଓମ୍ୟାନ ପାର୍ଲିଆମେଣ୍ଟ-୨୦୨୫ ପତ୍ରିକା ଏବଂ ଆଇକନିକ ସ୍ପୋର୍ଟସ ଫେଡେରେସନର ଲୋଗୋ ଉନ୍ମୋଚନ କରାଯାଇଥିଲା।

ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହିଳାମାନଙ୍କର ପ୍ରତିଭା ଓ ପାରଦର୍ଶିତାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ, ‘ଆଇ ଓମ୍ୟାନ ଅଫ ସବଷ୍ଟାନସ' ପୁରସ୍କାର ଉଦ୍ଦିଷ୍ଟ। କଳିଙ୍ଗ ଗୌରବ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ ଏହି ସମ୍ମାନଜନକ ପୁରସ୍କାର ବାର୍ଷିକ ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଥିବା ମହିଳାମାନଙ୍କୁ ପ୍ରଦାନ କରାଯାଇଥାଏ। ଉଦ୍ୟୋଗ, ସମାଜସେବା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, କଳା, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣ ଆଦି କ୍ଷେତ୍ରରେ ବିଶେଷ ଯୋଗଦାନ ଦେଉଥିବା ମହିଳାମାନଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥାଏ। ଏହି ପୁରସ୍କାର ସହିତ ସଂଯୁକ୍ତ ସମାଜସେବା ଦିଗଟି ଏହାର ଗାରିମା ଓ ଗୁରୁତ୍ୱକୁ ସାଧାରଣରେ ଯଥେଷ୍ଟ ବଢ଼ାଇ ଦେଇଛି। ବିଟିଆ ପ୍ରତିଷ୍ଠାନର ସହଯୋଗରେ ପ୍ରତ୍ୟେକ ପୁରସ୍କାର ବିଜେତା ଜଣେକରି ଅସହାୟ ବାଳିକାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ବୋଲି ଉଦ୍ୟୋକ୍ତାମାନଙ୍କ ପକ୍ଷରୁ ଜଣାଯାଇଛି।

ବିଶିଷ୍ଟ ସମାଜସେବୀ, ଅଗ୍ରଣୀ ଶିକ୍ଷାବିତ ଏବଂ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଡଃ. ଚିଦାତ୍ମିକା ଖଟୁଆଙ୍କ ଦ୍ୱାରା ୨୦୧୬ ମସିହାରେ ପ୍ରତିଷ୍ଠିତ କଳିଙ୍ଗ ଗୌରବ ଫାଉଣ୍ଡେସନ, ଉତ୍କୃଷ୍ଟତାର ଚିହ୍ନଟ,  ପ୍ରତିଭାର ପରିସ୍ଫୁଟନ ଏବଂ ସାଂସ୍କୁତିକ ଐତିହ୍ୟର ପ୍ରୋତ୍ସାହନ ଦିଗରେ ଜାତୀୟ ସ୍ତରରେ ବଳିଷ୍ଠ ଢଙ୍ଗରେ କାର୍ଯ୍ଯ କରି ଆସୁଛି। ବହୁବିଧ ସାଧୁ ଉଦ୍ୟମ ଯଥା:- କଳିଙ୍ଗ ଗୌରବ ଓ କଳିଙ୍ଗ ସୁନ୍ଦରୀ ପୁରସ୍କାର, ଆଦିରାଣୀ ଏବଂ ଆର୍ଯ୍ୟଭଟ୍ଟ ଗୌରବ ସମ୍ମାନ ପ୍ରଭୃତି ଜରିଆରେ ପୂଜ୍ଯପୂଜାର ଅବସର ସୃଷ୍ଟି କରିବା ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ। 

ଏହି ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ସୁନୀଲ ଭରାଲା, ବର୍ହିବ୍ୟାପାର  ମନ୍ତ୍ରାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ, ପଦ୍ମଶ୍ରୀ ଡଃ. ମାୟା ଟଣ୍ଡନ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୟୁଥ ଫର୍ ନେସନର ପ୍ରତିଷ୍ଠାତା ସଭାପତି ଡଃ. ମହେଶ ଶର୍ମା, ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, କମ୍ପାନୀ  ସେକ୍ରେଟାରୀ ବି. ଏଲ. ଅଗ୍ରୱାଲ,ଉତ୍ତର ପ୍ରଦେଶ ମହିଳା ଆୟୋଗର ପୂର୍ବତନ ସଭାପତି ବିମଳା ବାଥମ, ଆଧ୍ୟାତ୍ମିକ ପ୍ରବକ୍ତା ସ୍ୱାମୀ ପ୍ରେମ ଆନୱେସି, ବେଦଗୁରୁ ଆଚାର୍ଯ୍ୟ ଡଃ. ଶୈଳେଶ ତିୱାରୀ, ଉଦ୍ୟୋଗପତି ଗୌରବ ଗୁପ୍ତା ଏବଂ ସମାଜସେବୀ ହେମନ୍ତ ଶର୍ମା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।ଏହି ଅବସରରେ ଆମନ୍ତ୍ରିତ ଅତିଥିବୃନ୍ଦ ବିଭିନ୍ନ ଶ୍ରେଣୀରେ ସୁନାମ ଅର୍ଜନ  କରିଥିବା ମହୀୟସୀ ମହିଳାମାନଙ୍କୁ ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡଃ. ମାୟା ଟଣ୍ଡନ(ମଦର ଆଇକନ) , ଗୁଲାବୋ ଦେବୀ (ଜୀବନବ୍ୟାପୀ ସଫଳତା), ବାଁଶୁରୀ ସ୍ଵରାଜ(ଶ୍ରେଷ୍ଠ ରାଜନୈତିଜ୍ଞ), ଡଃ. ଶଶୀ ସିଂ(ଓମେନ ଫେସ୍ ଅଫ ଦି ଇଅର), ରଶ୍ମୀ ସାହୁ(ଶିଳ୍ପୋଦ୍ୟୋଗୀ), ସସ୍ମିତା ତ୍ରିପାଠୀ(ଶ୍ରେଷ୍ଠ ଆଇନଜୀବୀ) ନୀଳିମା ପ୍ରିୟଦର୍ଶିନୀ (ଶ୍ରେଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ବ), ଡଃ. କବିତା ରାଓ ( ଶିଳ୍ପୋଦ୍ୟୋଗୀ), ଇଞ୍ଜିନିୟର ରୋଜାଲିନ ମିଶ୍ର(ସଙ୍ଗୀତ) ଆଭା ଅନୁପମା  (ଶିଳ୍ପୋଦ୍ୟୋଗୀ), ଅନିନ୍ଦିତା ଦାସ ( କଣ୍ଠଶିଳ୍ପୀ), ବିୟୁଟି ଶ୍ରୀବାସ୍ତବ(ଶିଳ୍ପୋଦ୍ୟୋଗୀ), ଗୀତିକା ଅଗ୍ରୱାଲ(ସାମାଜିକ କାର୍ଯ୍ୟକର୍ତ୍ତା), ସ୍ମିତା ସାମନ୍ତ (ଶିଳ୍ପୋଦ୍ୟୋଗୀ), ମଧୁସ୍ମିତା ମହାନ୍ତି (ସମାଜସେବୀ), ଗୀତା ମାନୋଥ(ସମାଜସେବୀ), ମୋନାଲିସା ମହାନ୍ତି(ସମାଜସେବୀ), ପ୍ରିୟା ମିଶ୍ର(ଆଧ୍ୟାତ୍ମିକ ଉପାସିକା), ରାଜକୁମାରୀ ବ୍ରହ୍ମଭଟ୍ଟ(ସମାଜସେବୀ) ଲଗ୍ନଦୀପା ମିଶ୍ର (ସମାଜସେବୀ), ପ୍ରିୟତମା କର(ଶିଳ୍ପୋଦ୍ୟୋଗୀ), ପ୍ରିୟଙ୍କା ଗୌତମ(ଅଭିନେତ୍ରୀ), ରିଙ୍କି ସୋଧା ରାଜପୁତ( ମଡେଲ),

ମଞ୍ଜୁ ଅମର ଦାଭି(ଗଣମାଧ୍ୟମ ବ୍ୟକ୍ତିତ୍ବ),ରିତିକା କାଶ୍ୟପ  (ଉପସ୍ଥାପିକା), ରୁଚି ଦୁବେ( ଶିକ୍ଷାବିତ ) ସ୍ମାରିକା ମହାନ୍ତି  (ଶିଳ୍ପୋଦ୍ୟୋଗୀ), ଡଃ. ଶ୍ରେୟା ଜେସିକା ଧନ( ଆଦିବାସୀ ମହିଳା ସଶକ୍ତିକରଣ) ଓ ଡଃ. ଅନୀତା ପଣ୍ଡା ( ଶ୍ରେଷ୍ଠ ଲେଖିକା) ପ୍ରମୁଖ ସାମିଲ ଥିଲେ।

ସମାରୋହର ସ୍ୱତନ୍ତ୍ର ଆକର୍ଷଣ ପ୍ରସିଦ୍ଧ ଗାୟିକା ଅନିନ୍ଦିତା ଦାସଙ୍କ ଦ୍ୱାରା ସୁମଧୁର ସଙ୍ଗୀତ ପରିବେଷଣ ଥିଲା। ଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଞ୍ଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ. ଦେବେନ୍ଦ୍ର ପ୍ରସାଦ ମାଝୀ, ପ୍ରମୋଦ ଭଲ, ବିନାୟକ ଦାସ, ଡଃ. କାବେରୀ ବେହେରା, ସୁରଞ୍ଜିତା ରଣା, ଡ଼ି.ଏନ.ଚୋପ୍ରା , ସନ୍ତୋଷ ରାଉତ, ସୁବାସ ଚନ୍ଦ୍ର ଶାସ୍ତ୍ରୀ ଏବଂ ଅଜୟ ଗୁପ୍ତା ପ୍ରମୁଖ ସାମିଲ ଥିଲେ।                         ପୁରସ୍କାର ବିତରଣ ଉତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ କଳିଙ୍ଗ ଗୌରବ ଫାଉଣ୍ଡେସନର ସଭାପତି ଡଃ. ସଞ୍ଜୀବ କୁମାର ପାଟ୍ଟଯୋଶୀ, ମହାସଚିବ ଡଃ. ଚିଦାତ୍ମିକା ଖଟୁଆ, ସ୍ୱାଗତ ସମିତିର ଅଧ୍ୟକ୍ଷ ଡଃ. ମନୋରଞ୍ଜନ ମହାନ୍ତି, ଜାତୀୟ ଆବାହକ ଡଃ. ରଜନୀକାନ୍ତ ମିଶ୍ର ଏବଂ ଆୟୋଜନ କମିଟିର ଅଧ୍ୟକ୍ଷ ଭରତ କୁମାର ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026
  ରାଜ୍ୟ  
ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   25-Nov-2026
  ଜିଲ୍ଲା  
ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି   25-Nov-2026
  ଜିଲ୍ଲା  
ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   24-Nov-2026
  ଜିଲ୍ଲା  
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   24-Nov-2026
  ଜିଲ୍ଲା  
ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   24-Nov-2026
  ଜିଲ୍ଲା  
ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   24-Nov-2026
  ଜିଲ୍ଲା  
ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   24-Nov-2026
  ଜିଲ୍ଲା  
କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   24-Nov-2026
  ଜିଲ୍ଲା  
*କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   24-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ   24-Nov-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   24-Nov-2026

You Might Also Like