-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତିରେ ୨୨ ଟି ଅଭିଯୋଗ ହୋଇଥିଲା। ସବୁ ଅଭିଯୋଗ ଗୁଡି଼କ ର ସମାଧାନ ପାଇଁ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଯୁଗ୍ମ ଅଭିଯୋଗ ଶୁଣାଣି ବିଷୟରେ ଜଣସାଧାରଙ୍କୁ ପୂର୍ବ ସୂଚାନା ଦେବା ଭୁଲି ଗଲେ ବ୍ଲକ ପ୍ରଶାସନ। ପୂର୍ବରୁ ସୂଚନା ଦିଆଯାଇ ନଥିବା ବିଷୟରେ ଜନ ସାଧାରଣଙ୍କ ସହ ଅଭିଯୋଗ ଆଣିଲେ ଡାବୁଗାଁ ସରପଞ୍ଚ ବିନଦ ସୌରା,ପୂର୍ବରୁ ସୂଚନା ପାଇଥିଲି ଆଜି ବ୍ଲକ କାର୍ଯ୍ୟାଳୟ ଜନଶୂନ୍ୟ
ହୋଈନଥାନ୍ତା ବୋଲି ସ୍ଥାନେ ସ୍ଥାନେ ଆଲୋଚନା ମଧ୍ୟ ହେଉଛି। ଅଭିଯୋଗ ଶୁଣିବାକୁ ମାଳ ମାଳ ସାରକାରୀ ଅଧିକାରୀ ତ ଥିଲେ କିନ୍ତୁ ଅଭିଯୋଗ କରିବାକୁ ଜନତା ନଥିଲେ କହିଲେ କିଛି ଖରାପ ହେବ ନାହିଁ।ଯାହାବି ହେଉ ଆଜି ୨୨ ଟି ଅଭିଯୋଗ ମଧ୍ୟରୁ ୧୫ଟି ଅଭିଯୋଗ ବ୍ୟକ୍ତିଗତଏବଂ ୭ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିଲା।ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଶୁଭଙ୍କର ମହାପାତ୍ରଙ୍କ ସହ ଆରକ୍ଷୀ ଅଧିକାରୀ, ଡାବୁଗାଁ ବିଡ଼ିଓ, ଡାବୁଗାଁ ତହସିଲଦାରଙ୍କ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।