-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
15-Mar-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର କୁରୁକୁପାର ତଳିପଡ଼ାଠାରେ ଗତ ଗୁରୁବାର ଦିନଠାରୁ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ଇତିମଧ୍ୟର ପୁନଃଶ୍ଚରଣ ହୋଇଯାଇଛି। ଶନିବାର ନାମ ଯଜ୍ଞ ସକାଳ ୯ଘ.ରେ ପୂର୍ଣ୍ଣାହୁତି ପରେ ଶତାଧିକ ଶ୍ରଦ୍ଧାଳୁ ଦଧିଭାଣ୍ଡ ସହ ଗ୍ରାମ ପରିକ୍ରମା ପରେ ଦଧିଭାଣ୍ଡ ଭାଙ୍ଗିଥିଲେ। ଉକ୍ତ ନାମ ଯଜ୍ଞରେ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ଟି ସଂକୀର୍ତ୍ତନଦଳ ହରିନାମ ନେଇଥିଲେ। ସମସ୍ତ ପୂଜା କାର୍ଯ୍ୟରେ ଯଜ୍ଞାଚାର୍ଯ୍ୟ ଭାବେ ପଣ୍ଡିତ ଚିଉରଞ୍ଜନ ପାଣିଗ୍ରାହୀ ଓପଣ୍ଡିତ ଶୁଶିଳ ପାଣିଗ୍ରାହୀ ପୌରାହିତ କରିଥିବା ସ୍ଥଳେ ଦୁର୍ବାଦଳ ଭୋଇ ସସ୍ତ୍ରୀକ ପ୍ରତିମା ଭୋଇ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟୀ ଉପଦେଷ୍ଠା ବିପିନ ଭୋଇ ,ବରିଷ୍ଠ ସଦସ୍ୟ ହୃଷିକେଶ ଭୋଇ, ମାଧବ ସାହୁ, କର୍ଣ୍ଣ ରଣା, ସୁରେଶ ମହାପାତ୍ର, ପ୍ରିୟବର୍ଦ୍ଧନ ଭୋଇ, ଦୁର୍ଯ୍ୟୋଧନ ରଣା, ଗୁରୁଦେବ ସା, କ୍ଷୀରୋଦ୍ର ସା, କଳିଙ୍ଗ ରଣା, ଟଙ୍କଧର ଭୋଇ , ସହଦେବ ନାଏକ,ଯୁଗେଶ୍ଵର ଘିବେଲା, ଲଳିତ ସାହୁ, ସୀତାରାମ ସାହୁ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।